Rasmi Rekha Tripathy

Others

3  

Rasmi Rekha Tripathy

Others

ଟି.ଟି.ଇ.

ଟି.ଟି.ଇ.

1 min
278



ଚାଲୁ ଟିକେଟ୍ କରି ଦ୍ୱିତୀୟ ଶ୍ରେଣୀ ବଗିରେ ଯାତ୍ରା କରିବା ଅନୁଚିତ ଜାଣି ମଧ୍ୟ ମୁଁ ଉଠିଲି ସେଥିରେ l ଟି.ଟି.ଇ. ଆସିଲେ ତିରିଶି ଟଙ୍କା ଦେଇଦେଲେ ଆଉ କିଛି ଅସୁବିଧା ନାହିଁ l ହୀରାଖଣ୍ଡ ଲିଙ୍କ୍ ଟ୍ରେନ୍ ଯୋଗୁଁ ସେଥିରେ ସାଧାରଣ ଟ୍ରେନ୍ ଠାରୁ ଅଧିକା ସାଧାରଣ ବଗି ଥିଲେ ମଧ୍ୟ ସେ ଦିନ କଣ ଗୋଟେ ରାଲି ଯୋଗୁଁ ସାଧାରଣ ବଗିରେ ସୋରିଷ ପକେଇବାକୁ ଯାଗା ନ ଥିଲା l ଟ୍ରେନଟି କୋରାପୁଟ୍ ଯାଏ l ଏଣୁ ରାଲି ପାଇଁ ସେହି ଅଞ୍ଚଳ ଓ ତା ପାଖାପାଖି ଅଞ୍ଚଳର ଅନେକ ଲୋକ l ଭାତ ଡାଲମା ମିଳିବ ଖାଇବା ପାଇଁ l ତା ବାଦେ ପାଞ୍ଚ ଶହ ଟଙ୍କା l ଏବଂ ଯିବା ଆସିବା ଖର୍ଚ୍ଚ ବି ଦେବାକୁ ପଡିବନି l


       ଟି.ଟି.ଇ. ଆସି ଟିକେଟ୍ ଯାଞ୍ଚ କଲା l ମୋ ଭଳି ଅନେକ ତିରିଶି ଟଙ୍କା ଦେଇ ପାର୍ l ତଳେ ବୁଢୀଟିଏ ବସିଥିଲା l ଟିକେଟ୍ ମାଗିବାରୁ ଅଣ୍ଟା ଖୋଷଣିରୁ ବାହାର କରି ଯତ୍ନରେ ଚାରି ଚଉତା ହୋଇ ଭାଙ୍ଗ ହୋଇଥିବା କୌଣସି ଏକ ନିର୍ଦ୍ଦଷ୍ଟ ଦଳର ପ୍ରଚାର ପତ୍ରକୁ ଦେଖେଇଲା l ଟି.ଟି.ଇ. ଚାହିଁଲା ବୁଢୀ ମୁହଁକୁ l ଟିକେଟ୍ ଓ ପ୍ରଚାର ପତ୍ର ଭିତରେ ପ୍ରଭେଦ ବୁଢୀକୁ ଅଜଣା ବୋଲି ଜାଣିପାରିଲା ସିଏ l ଚାଲୁ ଟିକେଟ୍ ସହ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ 30 ଟଙ୍କା ଲେଖେ ଆଦାୟ କରୁଥିବା ଟି.ଟି.ଇ. କିଛି ନ କହି ବୁଢୀ ଦେଇଥିବା ସେହି ପ୍ରଚାର ପତ୍ର ଉପରେ ହିଁ ସିଗ୍ନେଚରଟିଏ କରିଦେଇ ଆଗେଇଗଲା ଅନ୍ୟ ଟିକେଟ୍ ଦେଖିବା ପାଇଁ l



Rate this content
Log in