Rasmi Rekha Tripathy

Others

3  

Rasmi Rekha Tripathy

Others

ଟାଣପଣ

ଟାଣପଣ

1 min
461



ଆମେ ଜାଣିଥିଲୁ, ସେ ନିଶ୍ଚିତ ଭାବରେ ଫସିବ l ପରିଡା ବାବୁଙ୍କୁ ସାଧାରଣତଃ କେହି ଖାଇବାକୁ ଡାକିବା ପାଇଁ ସାହସ କରନ୍ତି ନାହିଁ l ସେ ସାଧାରଣ ମଣିଷ ଠାରୁ ଯଥେଷ୍ଟ ଅଧିକା ଖାଆନ୍ତି l ତାଙ୍କୁ କେହି କିଣିବା ପାଇଁ ସାହସ କରିନି ଏ ଯାଏଁ l ନିର୍ମାୟା ଲୋକଟିଏ l ନିଜର କାମରେ ବ୍ୟସ୍ତ ସବୁବେଳେ l ଦରମା ବାଦେ କାହାଠାରୁ ପାନ ଖଣ୍ଡେ ବି ଖାଇବା କେହି ଦେଖିନି ଏ ଯାଏଁ l କିନ୍ତୁ ସେ ଲୋକଟିର ସାହସ ଦେଖି ଆଶ୍ଚର୍ଯ୍ୟ ହୋଇଗଲୁ ଆମେ l ତା କାମଟି ସରିଗଲା ପରେ ଲୋକଟି ପରିଡା ବାବୁଙ୍କୁ ନିମନ୍ତ୍ରଣ କଲା ପାଖ କ୍ୟାଣ୍ଟିନରେ ଜଳଖିଆ ଖାଇବା ପାଇଁ l ନମ୍ରତାର ସହ ପରିଡା ବାବୁ ତାକୁ ମନା କଲେ ଓ ସେ ବେଶି ବାଧ୍ୟ କରିବାରୁ କହିଲେ, “ଆପଣ ମୋର ଖାଇବା ଖର୍ଚ୍ଚ ଉଠେଇ ପାରିବେ ନାହିଁ l”

: କଣ କହୁଛନ୍ତି ଆଜ୍ଞା ! ଆପଣଙ୍କୁ ଜଳଖିଆ ଟିକେ ଦେଇ ପାରିବିନି ? ଆପଣ ମୋର ଏତେ ବଡ କାମଟା କରିଦେଲେ, ମୋର ବି ତ କିଛି କର୍ତ୍ତବ୍ୟ ଅଛି ? ଲୋକଟିର ଅହଂକୁ ଭୀଷଣ ବାଧିଥିଲା l

କ୍ୟାଣ୍ଟିନରେ ବରା ଛଣା ହେଉଥିଲା l ଚାଳିଶିଟି ବରା ଖାଇବା ପରେ, ପରିଡା ବାବୁ ଯେତେବେଳେ ଆଉ ଖାଇବା ପାଇଁ ବରାଦ ଦେଲେ, ଲୋକଟି ପ୍ରାୟ ତାଙ୍କ ଗୋଡ ତଳେ ପଡିଗଲା l ହସିଲେ ପରିଡା ବାବୁ l ତାକୁ ଯିବା ପାଇଁ ଇଶାରା ଦେଇ ଦୁହିଁଙ୍କର ଜଳଖିଆ ଖର୍ଚ୍ଚ ଦେଇ ବାହାରକୁ ଆସିଲେ ସେ l ଭାଙ୍ଗି ଯାଇଥିଲା ଟାଣପଣ ଲୋକଟିର l



Rate this content
Log in