STORYMIRROR

ଶିଶିର ସାହୁ ମନୋଜ

Children Stories Comedy

3  

ଶିଶିର ସାହୁ ମନୋଜ

Children Stories Comedy

ତିନିଜଣ ଅଳସୁଆଙ୍କ କଥା

ତିନିଜଣ ଅଳସୁଆଙ୍କ କଥା

1 min
197


ତିନିଜଣ ଅଳସୁଆ କର୍ମକୋଢି଼ଆ ଏକାଠି ରୁହନ୍ତି,ଖାଆନ୍ତି । ଦିନକର କଥା, ସେ ତିନିହେଁ ଖାଇ ବସିଥାନ୍ତି କିନ୍ତୁ ତୁ'ଣ ପାଣିଚିଆ ଲାଗିଵାରୁ ଲୁଣ ଲୋଡ଼ିଲେ । ତେଵେ ଲୁଣ ସରିଯାଇଥିଵାରୁ ଏବେ ଦୋକାନକୁ କିଏ ଯାଇ ଆଣିଵ ତାକୁ ନେଇ ସେମାନଙ୍କ ମଧ୍ୟରେ ମିମାଂଶା ତୁଟୁ ନଥାଏ । 


ତହୁଁ ଜଣେ ଅଳସୁଆ କହିଲା —

“ଯିଏ ଆଗେ କଥା ହେଵ ସିଏ ଲୁଣ ଆଣିଵାକୁ 

ତଳକୁ ଯିଵ...”


ସମସ୍ତେ ସେଇମିତି "ଦାରୁ ଭୂତ ମୁରାରୀ" ପରିକା ଚୁପଚାପ୍ ବସି ରହିଲେ । କେହି କିଛି ଖାଇଵା ତ ଦୂରର କଥା ଉଁ ଚୁଁ ବି କରୁନଥାନ୍ତି । 


ଏମିତିରେ ତିନି ଦିନ ଗଡି଼ଗଲା ଆଉ ତିନିଜଣ ଯାକ ଅଚେତ ହୋଇ ପଡ଼ିରହିଲେ । 


ପାଖ ପଡି଼ଶା ଲୋକେ ଭାବିଲେ ଏ ତିନିଟା ଖାଦ୍ୟରେ ଵିଷ ମିଶେଇ ଖାଇ ଦେଇଛନ୍ତି ତେଣୁ ସେମାନେ ତାଙ୍କୁ ମରିଯାଇଛନ୍ତି ଵିଚାର କରି 

ସେମାନଙ୍କୁ ମଶାଣିକୁ ନେଇଯାଇ ଯୁଇରେ ସୁଏଇ ଦେଲେ । 


ଯେମିତି ପ୍ରଥମ ଯୁଇକୁ ଜଳାଯାଇଛି ତହିଁରୁ ଗୋଟେ ଲୋକ ଡେଇଁପଡି଼ କହିଲା “ଆବେ ମୁଁ ବଞ୍ଚିଛି ବେ ମୋତେ କାହିଁକି ଜଳାଉଛ”


ସେତିକିଵେଳେ ଆର ଦୁଇଜଣ ଅଳସୁଆ ଯୁଇରୁ ଡେଇଁପଡି଼ ଯୋର୍ ରେ କହିଲେ 


ଯା ଯା ରେ ପୁଅ 

ଏବେ ତୁ ହିଁ ଲୁଣ ଆଣିବୁ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍