STORYMIRROR

Gayatri Singh

Others

3  

Gayatri Singh

Others

ସ୍ଥାନ

ସ୍ଥାନ

2 mins
355


ଜୀବନ କାଳରେ ସମସ୍ତେ ଚାହିଁଥାନ୍ତି ନିଜର ଗୋଟେ ଭଲ ଘର । ଯେଉଁଠି ପରିବାର ସହିତ ହସଖୁସି ରେ ଜୀବନ ଅତିବାହିତ ହୋଇପାରିବ । ଗୌରାଙ୍ଗ ବାବୁ ବି ଠିକ ସେୟା ହିଁ ଚାହିଁଥିଲେ । ଭୂବନେଶ୍ୱର ରେ ରାଜସ୍ୱ ବିଭାଗରେ ଚାକିରୀ ପାଇବା ପରେ ସେ ପରିବାର ସହିତ ଗାଁ ଛାଡିଥିଲେ । ପରିବାର କହିଲେ ପାଂଚ ଜଣ ଝିଅ ଦୁଇ ପୁଅ । ପୁଅ ଆଶା ନେଇ ପାଂଚ ଟି ଝିଅ ଜନ୍ମ ନେଇଗଲେ । ସେ ପୁଣି ବାପା ମା ବୁଦ୍ଧିରେ । ଦୁଇଟି ଝିଅ ଜନ୍ମ ନେବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କର ନିଷ୍ପତି ସେତିକିରେ ଯଥେଷ୍ଟ ଥିଲା । ହେଲେ ବାପା ମା ବଂଶ ରକ୍ଷା,ମୁହଁରେ ନିଆଁ ଦେବା,ପିଣ୍ଡ ରେ ପାଣିଦେବା କଥା କହି କହି ପୁଅ କୁ ଅପେକ୍ଷା କରି କରି ପାଂଚ ଟା ଝିଅ ପରେ ପୁଅ ଦୁଇଟା ଜନ୍ମ ନେଗଲେ । ବାପା ମା ତ ଚାଲିଗଲେ ସବୁ ବୋଝ ଛାଡିଗଲେ ତାଙ୍କ ଉପରେ । ସାତ ଟା ପିଲାଙ୍କୁ ପାଠ ପଢେଇ ପାଂଚଟା ଝିଅ ଙ୍କୁ ବିବାହ ଦେଇ ଗାଁର ପିତୃ ପୁରୁଷ ଙ୍କର ଘରଡିହ ସବୁ ବିକ୍ରି ହୋଇଗଲା । ଏଇ ଆଶାରେ କି ଅବସର ପରେ ଭୂବନେଶ୍ୱର ରେ ଗୋଟିଏ ଜାଗା କିଣି ପୁଅ ମାନଙ୍କ ପାଇଁ ଘର କରିଦେଲେ କମ୍ ସେ କମ୍ ସେମାନେ ନିଜ ଘର ବୋଲି କହି ଗର୍ବ କରିପାରିବେ । କି ନିଜର ଘର ବୋଲି କହି ପାରିବେ । ନିଜର ତ ସାରା ଜୀବନ ଭଡା ଘରେ କଟିଗଲା । ପିଲା ମାନଙ୍କ ପାଠ ପଢା ବିବାହ ରେ ବାପ ଅଜାଙ୍କର ଘରଡିହ ଜାଗା ଯାହା ଥିଲା ସବୁ ବିକ୍ରି ହୋଇଗଲା । ସେତେବେଳେ ପରିସ୍ଥିତି ସେପରି ଥିଲା । ଏତେ ବଡ ପରିବାର ଚଳେଇବା ତା ଉପରେ ପୁଣି ପାଂଚ ପାଂଚ ଟା ଝିଅ ଙ୍କୁ ବାହାଦେବା ତାଙ୍କ ରୋଜଗାର ରେ ସମ୍ଭବ ନଥିଲା । ପୁଅ ଦୁଇଜଣ ଙ୍କର ଏବେ ଏବେ ପାଠ ପଢା ସରିଛି । ଚାକିରୀ ପାଇଁ ସେମାନେ ଚେଷ୍ଟା ଚଳାଇଛନ୍ତି । ସ୍ତ୍ରୀ ନାଁରେ ଏଇ ଭୂବନେଶ୍ୱର ରେ ପ୍ଲଟ ଗୋଟେ କିଣିଥିଲେ । ଇନଷ୍ଟଲରେ ଟଙ୍କା ମଧ୍ୟ ଦେଇଥିଲେ । ଭାବିଥିଲେ ଅବସର ତ ହୋଇଗଲାଣି । ମିଳିଥିବା ଟଙ୍କାରେ ଦୁଇ ପୁଅ ଙ୍କ ପାଇଁ ଭଲ ଘର ଗୋଟେ କରିବେ । ହେଲେ ସବୁ ଆଶା ତାଙ୍କର ଆଶାରେ ରହିଗଲା ।ଯେଉଁ ଦିନ ସେ ପ୍ଲଟ ଦେଖି ଯାଇଥିଲେ ସେହି ଜାଗା କୁ ଦେଖିବା ପlଇଁ ଆହୁରି ତିନି ଜଣ ଗ୍ରାହକ ଆସିଛନ୍ତି । ସେ ପ୍ଲଟ ଟି ତିନି ଥର ବିକ୍ରି ହୋଇ ସାରିଛି । ଆଉ ସେହି ଦଲାଲ ସମସ୍ତଙ୍କ ଠାରୁ ଟଙ୍କା ନେଇ ସାରିଛି । କଣ କରିବେ, କିଏ ଶୁଣିବ ତାଙ୍କ କଥା । ଏମିତି ତ ଟଙ୍କା ଦେଇ ଅଧା ନିଃସ୍ୱ ହୋଇ ସାରିଛନ୍ତି ଆଉ ଯାହା କିଛି ପାଖରେ ଅଛି ସବୁ ଲୁଟିଯିବ । ଗାଁ ଛାଡି ସ୍ମାର୍ଟ ସିଟି ରେ ରହିବାର ସ୍ୱପ୍ନ ତାଙ୍କର ବିଚ୍ଛୁରିତ ହୋଇଗଲା । ନିଜର ବୋଲି ଆଉ ନା ରହିଲା ଘର ନା ରହିଲା ଜାଗା । ତାଙ୍କର ବି ଆଉ ଆୟୁଷ ନାହିଁ କି ସମ୍ବଳ ନାହିଁ । ତାଙ୍କ ସମୟ ତ ସରିଯାଇଛି । ଯାହା ପିଲାମାନେ କରିବେ । 


Rate this content
Log in