ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

3  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ଶ୍ରମିକ

ଶ୍ରମିକ

1 min
561



     ରାମଚନ୍ଦ୍ର ଥିଲେ ରାଘବପୁର ଗ୍ରାମର ଜଣେ ଧନୀ ଚାଷୀ । ତାଙ୍କର କୋଡିଏ ଏକର ଜମି ଥିଲା  । ରାମଚନ୍ଦ୍ର ସବୁଜିମାକୁ ଭଲ ପାଉଥିଲେ । ତାଙ୍କର ବଙ୍ଗଳା ଚାରିପଟେ ସୁନ୍ଦର ବଗିଚାଟିଏ ତିଆରି କରିଥିଲେ । ରାମଚନ୍ଦ୍ରଙ୍କର ମାଳୀର ନାମ ଥିଲା ବୀର । ସେ ବୃଦ୍ଧାବସ୍ଥା କାରଣରୁ ଆଉ ମାଳୀ କାମ କରିବାକୁ ସକ୍ଷମ ହେଲେ ନାହିଁ । ତେଣୁ ରାମଚନ୍ଦ୍ର ଆଉ ଏକ ମାଳୀ ଚାହିଁଲେ ।


     ମାଳୀ ଆବଶ୍ୟକ ଶୁଣି ଜଗନ ଏବଂ ମୂରଲୀ ନାମକ ଦୁଇଜଣ ବ୍ୟକ୍ତି ତାଙ୍କୁ ଭେଟିବା ପାଇଁ ଆସିଲେ । ରାମଚନ୍ଦ୍ର ସେମାନଙ୍କ ବିଷୟରେ ପଚାରି ବୁଝିଲେ ଏବଂ ତାଙ୍କର ପରଦିନ ଜରୁରୀ କାମରେ ସହରକୁ ଯିବାକୁ ଥିବାରୁ ସିଏ ଯୁବକମାନଙ୍କୁ ଦିନେ ପରେ ଆସିବା ପାଇଁ କହି ବାହାରି ଗଲେ । ସେ ଫେରିବା ବେଳକୁ ମଧ୍ୟାହ୍ନ ସମୟ ହେଲାଣି । ସେତିକିବେଳେ ସେ ଦେଖିଲେ ଯେ ତାଙ୍କ ଘର ପାଖରେ ଜଗନ୍ ରାସ୍ତାକୁ ଲାଗିଥିବା ସ୍ଥାନ ପରିଷ୍କାର କରୁଛି । ରାମଚନ୍ଦ୍ର ଅଚକିଗଲେ ଏବଂ ଜଗନକୁ କହିଲେ “ଏବେ ଖରା ହେଲାଣି ମୁଁ ତୁମକୁ କାଲି ଆସି ଦେଖାକରିବାକୁ କହିଥିଲି ତୁମେ ଏ ସମୟରେ ଏଠି କଣ କରୁଛ ?”


     ଜଗନ ଠିଆ ହୋଇ ପଡିଲା । ଏବଂ ନମ୍ରତାର ସହ ଉତ୍ତର ଦେଲା “ଆଜି ଆପଣ ଯେତେବେଳେ  ଘୋଡାଗାଡିରେ ଚଢି ବାହାଗକୁ ଗଲେ ଏହି ଛୋଟ ପଥରରେ ଘୋଡାଟି ଝୁଣ୍ଟି ପଡିଲା । ଘୋଡାଗାଡିଟି ପ୍ରାୟ ନିୟନ୍ତ୍ରଣ ହରାଇବାକୁ ଯାଉଥିଲା । ତେଣୁ ମୁଁ ଏହି ରାସ୍ତାଟି ପରିଷ୍କାର କରିଦେଉଛି । ରାମଚନ୍ଦ୍ର ଆଶ୍ଟର୍ଯ୍ୟ ହେଲେ । ମୂରଲୀ ତାଙ୍କର କଥା ଶୁଣି ଘରକୁ ଫେରିଗଲା । ” ଜଣେ ଅନୁରକ୍ତ କର୍ମଚାରୀ ହେଉଛି ସେ ଯିଏ କି ନିଜର କାର୍ଯ୍ୟ ସହିତ ମାଲିକଙ୍କୁ ଭଲପାଏ ଏବଂ ନିଜର ଜୀବିକା ଅର୍ଜନ କରେ ସେ ତୁରନ୍ତ ଜଗନକୁ ମାଳୀ ଭାବରେ ନିଯୁକ୍ତି କଲେ ।


Rate this content
Log in