ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ଶ୍ରୀମାନ ପରିଷ୍କାର

ଶ୍ରୀମାନ ପରିଷ୍କାର

2 mins
449


ଶ୍ରୀମାନ ପରିଷ୍କାର

ଜହ୍ନମାମୁ (ଜୁନ୍ 2010)

     “ମାମୁ!ଏହି ଚିଠିଟି ଦେଖ l ” ଶେଖର କହିଲେ l ଶ୍ରୀ ରାମଚନ୍ଦ୍ରଙ୍କ ହାତକୁ ଏହା କହି ଚିଠିଟି ବଢାଇ ଦେଲେ l “ଏହା ଭାରତୀୟ ଉଚ୍ଚମାଧ୍ୟମିକ ସ୍କୁଲର ବିଜ୍ଞାନ ଶିକ୍ଷକ ପଦ ପାଇଁ ଏକ ସାକ୍ଷାତକାର ନିମନ୍ତେ କଲ ଲେଟର ଥିଲା l ଏହା ମୋପାଇଁ ଏକ ଈଶ୍ୱରପେରେରିତ ସୁଯୋଗ l ମୁଁ ନିଶ୍ଚିତ ଯେ, ଯଦି ଆପଣ ସାହାଯ୍ୟ କରିବେ ଚାକିରି ଟି ମୋତେ ନିଶ୍ଚୟ ମିଳିଯିବ l କାରଣ ଆପଣ ସ୍କୁଲର ବରିଷ୍ଟ ଅଧିକରୀ ଓ ପ୍ରଧାନଶିକ୍ଷକଙ୍କର ଖୁବ୍ ଘନିଷ୍ଟ l ଆପଣଙ୍କୁ କେବଳ ପଦେ କହିବାକୁ ହେବ l ”

     “ଶେଖର! ଦି’ ପଦ ସୁପାରିଶ ସହିତ ତୁମକୁ ନିଜର ଗୁରୁତ୍ୱ ମଧ୍ୟ ଦର୍ଶାଇବାକୁ ହେବ l ” ମାମୁଁ ରାମଚନ୍ଦ୍ର କହିଲେ l

     “ମୁଁ ବୁଝିପାରୁଛି ମାମୁଁ l ମୁଁ ଯେ କୌଣସି ପରିମାଣର ଲାଞ୍ଚ ଦେବାକୁ ପ୍ରସ୍ତୁତ l ଚାକିରିଟି ପାଇଲେ ମୋର ଆଉ କିଛି ଅସୁବିଧା ରହିବ ନାହିଁ l ” ଶେଖର କହିଲେ l l

     “ଶେଖର ତୁମେ ତ ମୁଁ ଯେତିକି ଭାବୁଥିଲି ତା ତୁଳନାରେ ଅଧିକା ଚାଲାକ୍ l କିଛି କହିବା ପୂର୍ବରୁ ଆଗୁଆ ବୁଝି ପାରୁଛ l ” ରାମଚନ୍ଦ୍ର ହସିଦେଇ କହିଲେ l

     ପରଦିନ ରାମଚନ୍ଦ୍ର ସ୍କୁଲର ବରିଷ୍ଠ ଅଧିକାରୀ ଏବଂ ପ୍ରଧାନଶିକ୍ଷକଙ୍କୁ ଭେଟି ଶେଖର ବିଷୟରେ କହିଲେ l

     ତା’ପରେ ସିଏ ଶେଖରଙ୍କୁ ଜଣାଇଦେଲେ  ଯେ, ସେ ସବୁ କାମକରି ଦେଉଛନ୍ତି l ଚାକିରି ପାଇବାଟା ଏବେ ବଡକଥା ନୁହେଁ l ଶେଖର ସେମାନଙ୍କ ସହିତ କଥାବାର୍ତ୍ତା କରି ଜାଣିଲା ଯେ ଅଧିକାଂଶ ବ୍ୟକ୍ତି ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କର ସୁପାରିଶ ନେଇ ଆସିଛନ୍ତି ଏବଂ ଚାକିରିଟି ପାଇବା ପାଇଁ ସ୍କୁଲର ବରିଶ୍ଠ ଅଧିକାରୀଙ୍କୁ ସୁପାରିଶ କରିଛନ୍ତି l ସେ ଏପରି ଏକ ତୀବ୍ର ପ୍ରତିଯୋଗିତା ଆଶା କରି ନଥିଲା l

     ସେ ତୁରନ୍ତ ରାମଚନ୍ଦ୍ରଙ୍କ ସହିତ ଯୋଗାଯୋଗ କରି ତାଙ୍କର ସେଲଫୋନରେ କହିଲେ ଯେ, ସେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଅଧିକ ଲାଞ୍ଚ ଦେବାପାଇଁ ପ୍ରସ୍ତୁତ ଏବଂ ତାଙ୍କୁ ଚୟନକର୍ତ୍ତାମାନଙ୍କ ସହିତ କଥାବାର୍ତ୍ତା କରି ତାଙ୍କ ପକ୍ଷରେ ଚାକିରିଟି ନିଶ୍ଚୟ କରାଇବେ l

     ରାମଚନ୍ଦ୍ର ସେହିପରି ଭାବରେ ଚୟନକମିଟିକୁ ବାର୍ତ୍ତା ପ୍ରଦାନ କଲେ l ଏ ସବୁ କରିବା ସତ୍ତ୍ୱେ ବରିଷ୍ଠ ଅଧିକାରୀ ଏବଂ ପ୍ରଧାନ ଶିକ୍ଷକ ଅରବିନ୍ଦ ନାମକ ଜଣେ ଯୁବକଙ୍କୁ ବାଛିଲେ l ତାଙ୍କର ନାମ ଘୋଷଣା କଲେ l ଏହି ଯୁବକ ଜଣଙ୍କର କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ସୁପାରିଶ ନ ଥିଲା l

     ଶେଖର ଯେମିତି ଆକାଶରୁ ଖସି ପଡିଲା l ବରିଷ୍ଠ ଅଧିକାରୀ ଏବଂ ପ୍ରଧାନ ଶିକ୍ଷକ କିପରି ମଣିଷ ? ସେ ଲକ୍ଷେ ଟଙ୍କା ଦେବା ପାଇଁ ଅନୁରୋଧ କଲେ ମଧ୍ୟ ତାକୁ ଗ୍ରହଣ କଲେ ନାହିଁ l ଥରେ ସେ ରାମଚନ୍ଦ୍ରଙ୍କୁ ଯୋଗାଯୋଗ କଲେ l ରାମଚନ୍ଦ୍ର ମଧ୍ୟ ବିରକ୍ତ ହେଲେ ଯେ ତାଙ୍କର କଥା ପ୍ରତି ଗୁରୁତ୍ୱ ଦିଆଗଲା ନାହିଁ l ପ୍ରଧାନ ଶିକ୍ଷକଙ୍କୁ ପଚାରିବା ପାଇଁ ଆଗେଇଗଲେ l

     ପ୍ରଧାନ ଶିକ୍ଷକ ସ୍ପଷ୍ଟ ଭାବରେ ଶୁଣାଇ ଦେଲେ ଯେ: “ ଶ୍ରୀରାମଚନ୍ଦ୍ର !” ଏହା ହେଉଛି ଏକ ସ୍କୁଲ, କୌଣସି ହାଟ ବା ବଜାର ନୁହେଁ l ଯେଉଁଠାରେ ଟଙ୍କା ଦେଇ ସବୁ କିଛି କିଣି ହୁଏ l ଆପଣ ଏପରି ଏକ ପବିତ୍ର ସ୍ଥାନରେ ଠିଆ ହୋଇ ପାପ କାର୍ଯ୍ୟ କରିବା ପାଇଁ କହୁଛନ୍ତି l ଆପଣ ଜଣେ ଶିକ୍ଷକଙ୍କର ମୂଲ୍ୟ ନିର୍ଦ୍ଧାରଣ କରି ସେହି ପଦକୁ ଆମଠାରୁ କିଣିବାକୁ ଚାହୁଁଛନ୍ତି l ଆମେ ଦୁଃଖିତ, ଆମେ ଏହା ବିକ୍ରି କରିନାହୁଁ l ଶିକ୍ଷକମାନେ ଛାତ୍ରମାନଙ୍କ ଜୀବନରେ ଜ୍ଞାନର ବୀଜ ବୁଣିଥାନ୍ତି l

     ସେଥିପାଇଁ ମୁଁ ସୁପାରିଶ ନ ଥିବା ମେଧାବୀ ଅରବିନ୍ଦ “ଶ୍ରୀ ପରିଷ୍କାର”ଙ୍କୁ ଏହି ପଦ ପାଇଁ ବାଛିଲି l ସେ ସବୁ ଦୃଷ୍ଟିରୁ ଏହି ପଦ ପାଇଁ ମୋତେ ଯୋଗ୍ୟ ମନେହେଲେ l ରାମଚନ୍ଦ୍ରଙ୍କ ପାଟିରୁ କଥା ବାହାରିଲା ନାହିଁ l ଲଜ୍ଜାରେ ମୁଣ୍ଡ ନଇଁଗଲା l

  


Rate this content
Log in