Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories Inspirational

2.0  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories Inspirational

ସହନଶୀଳତା

ସହନଶୀଳତା

2 mins
402



ଜଣେ ଯୁବକ ରାସ୍ତାରେ ଯାଉଥିବା ଜଣେ ଫକୀରକୁ ପଚାରିଲା, ଈଶ୍ୱର କ’ଣ ? ଧର୍ମ କ’ଣ ? ଫକୀର ଜଣକ କିଛି କହିଲେ ନାହିଁ । ହଠାତ୍ ‘ଠୋ’ କରି ଏକ ଚାପୁଡା ଯୁବକଟିର ଗାଲରେ କଷିଦେଲେ । ଯୁବକଟି କିଛି ନକହି ସେଠାରୁ ଚାଲିଗଲା । ଏହି ସମୟରେ ସାମ୍ନାପଟୁ ଆଉଜଣେ ଫକୀର ଆସୁଥିଲେ । ଯୁବକଟି ତାଙ୍କ ପାଖରେ ପହଞ୍ଚି ସେଇ ଏକା ପ୍ରଶ୍ନ ପଚାରିଲା ।


     ଯୁବକର ପ୍ରଶ୍ନ ଶୁଣି ଦ୍ୱତୀୟ ଫକୀର ଜଣକ କିଛି ଉତ୍ତର ନଦେଇ ହାତରେ ଧରିଥିବା ବାଡି ଉଠେଇ ବାଡେଇବାକୁ ଗୋଡେଇଲେ । ଯୁବକ ଜଣକ ଆଶ୍ଚର୍ଯ୍ୟ ହେଲା । କଥା କ’ଣ ? ଜଣେ ଚାପୁଡା ମାରିଲାବେଳେ ଆଉଜଣେ ବାଡେଇବାକୁ ଚାହୁଁଛି । ଯୁବକ ଜଣକ ପଚାରିଲେ ।

     “କଥା କ’ଣ ? ପ୍ରଥମେ ଫକୀର ଜଣଙ୍କ ମତେ ଚାପୁଡା ମାରୁଥିବା ବେଳେ ତୁମେ ମୋତେ ବାଡିରେ ବାଡେଇବାକୁ ବାହାରୁଛ?”

     ଏହାଶୁଣି ଫକୀର ଜଣକ କହିଲେ “ପ୍ରଥମ ଫକୀର ପାଖକୁ ଯା, ସେ ଖୁବ୍ କରୁଣା ମୟ, ଏଣୁ ସେ ତୁମକୁ ସେ କେବଳ ଚାପୁଡାଏ ମାରିଲେ ।”

     ଯୁବକଟି ପୁଣି ପ୍ରଥମ ଫକୀରଙ୍କ ପାଖରେ ଯାଇ ପହଞ୍ଚିଲା । ଏଥରକ ଫକୀର ଜଣକ ତାକୁ ଆଦରର ସହ ନିଜ କୁଡିଆ ଭିତରକୁ ଡାକିନେଲେ ଏବଂ ପଚାରିଲେ, “କ’ଣ ପଚାରିବ ପଚାର ? ଯାହା ମନରେ ଆସୁଛି ପଚାର ।”

     ଦ୍ୱତୀୟଥରକ ଫକୀରଙ୍କ ଏପରି ବ୍ୟବହାର ଦେଖି ଯୁବକ ଜଣକ ଆଶ୍ଚର୍ଯ୍ୟ ହେଲେ , ସେ ପୂର୍ବ ବ୍ୟବହାର ଓ ବର୍ତ୍ତମାନର ବ୍ୟବହାର ସମ୍ପର୍କରେ ଫକୀରଙ୍କଠାରୁ ଜାଣିବାକୁ ଚାହିଁଲା ।

     ଫକୀର ଜଣକ କହିଲେ , “ଈଶ୍ୱର ହେଉଛନ୍ତି ଧର୍ମ ଓ ପ୍ରେମର ପ୍ରତିମୂର୍ତ୍ତି । ମାତ୍ର ପ୍ରେମର ମାଡ ଖୁବ୍ କାଟେ । ତୁଏହାକୁ ସହି ପାରୁଛୁ କି ନାହିଁ । ମୁଁ ତାହା ପରୀକ୍ଷା କରୁଥିଲି । କାରଣ ମାଡ ଖାଇବାପରେ ତୁ ମୋ ପାଖକୁ ଇଶ୍ୱରଙ୍କ ବିଷୟରେ ଜାଣିବାପାଇଁ ଆସିଛୁ, ଆ, ଏବେ ମୋ ପାଖରେ ବସ ।”

     ଯୁବକଟି ଯାଇ ଫକୀରଙ୍କ ପାଦତଳେ ବସିପଡିଲା , ଫକୀର କହିଲେ, “ଈଶ୍ୱରଙ୍କୁ ପାଇବାକୁ ହେଲେ ସହନଶୀଳତା, ଶିକ୍ଷା କରିବାକୁ ହେବ । ଧୈର୍ଯ୍ୟ ଧରିବାକୁ ହେବ ସହନଶୀଳତା ହେଉଛି ଧର୍ମର ପ୍ରଥମ ପାଠ, ତୁମେ ସେ ପାଠରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଈଶ୍ୱରଙ୍କୁ ପାଇବାପାଇଁ ସାଧନା କରି ପାରିବ।” ଏଇପରି ଭାବରେ ଯୁବକ ଜଣକ ସହନଶୀଳତା ଯୋଗୁ ଧର୍ମର ପ୍ରଥମ ପାଠ ଶିଖି ପାରିଥିଲେ ।



Rate this content
Log in