ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ଶିବର ଇଚ୍ଛା

ଶିବର ଇଚ୍ଛା

3 mins
316


ଜହ୍ମମାମୁ (ଜୁନ୍ 2012)

ଶିବର ଇଚ୍ଛା

ଗଙ୍ଗା ଏବଂ ଶିବ ଏକ ଦମ୍ପତ୍ତି ଥିଲେ l ସେମାନେ ଗ୍ରାମର ଜମିଦାରଙ୍କ ପାଇଁ କାମ କରୁଥିଲେ l ଶିବ ବାହାର କାମ କରୁଥିବା ବେଳେ ଗଙ୍ଗା ତାଙ୍କ ଘରେ ଘରୋଇ କାର୍ଯ୍ୟରେ ସାହାଯ୍ୟ କରୁଥିଲା l ଜମିଦାର ଘରେ ବାସନ ମଜା, ଘର ଓଳା ଓ ଅନ୍ୟାନ୍ୟ ଘରୋଇ କାର୍ଯ୍ୟ କରୁଥିଲା l

ଦିନ ସଞ୍ଜରେ ଜମିଦାରଙ୍କ ଘରୁ କାମ ସାରି ଫେରିବା ବେଳେ ଶିବ ଘିଅରେ ବିରି ପିଠା ହେଉଥିବାର ସୁବାସ ଆସୁଥିବାର ଅନୁଭବ କଲା l ତା’ ପାଟିରୁ ଲାଳ ବୋହିଲା l

ସେ ମନରେ ପିଠା ଖାଇବାର ଇଚ୍ଛା ରଖି ଘରକୁ ଗଲା l ତୁରନ୍ତ ଗାଧୋଇ ଆସି ଖାଇବାକୁ ବସିଲା l ତା’ର ସ୍ତ୍ରୀ ତା’କୁ ଜାଉ ଖାଇବାକୁ ଦେଲା l ସେ ଥାଳି ଘୁଞ୍ଚାଇ ଦେଇ କହିଲା, “ମୁଁ ଆଜି ଘିଅରେ ଭଜା ହୋଇଥିବା ବରିପିଠା ଖାଇବି l ତା’ର ସ୍ତ୍ରୀ ରାଗିଯାଇ କହିଲା, “ତୁମେ କେବେ ଠାରୁ ଏତେ ଧନୀ ହୋଇଗଲଣି ? ଯେତେବେଳେ ଦୁଇ ବେଳା ଦୁଇ ମୁଠା ଖାଦ୍ୟ ମିଳୁ ନାହିଁ, ତୁମେ ଘିଅ ପିଠା ଖାଇବା ପାଇଁ ଭାବୁଛ, ଘିଅ ପିଠା ଖାଇବାପାଇଁ ମନ କରୁଛ, ଘରେ କଣ ଅଛି କଣ ନାହିଁ ତମେ ଜାଣ ତ?”

ଶିବ ଲଜ୍ଜିତ ଅନୁଭବ କଲା ଏବଂ ବାଧ୍ୟ ହୋଇ ଜାଉ ଖାଇଲା l ମନରେ ପିଠା ଖାଇବା ପାଇଁ ପ୍ରବଳ ଇଚ୍ଛାକୁ ଦମନ କଲା l

ପର ବର୍ଷ ଶିବ ଜମିଦାରଙ୍କର ବାପାଙ୍କର ବର୍ଷିକିଆ ଭୋଜିର ଦାୟିତ୍ୱ ନେଲା l ଶିବ ଧ୍ୟାନ ଦେଇ ସମସ୍ତ ବ୍ୟବସ୍ଥା ନିରୀକ୍ଷଣ କରୁଥିଲା l ବିଧି ମୁତାବକ ବ୍ରାହ୍ମଣମାନଙ୍କ ପାଇଁ ସ୍ୱତନ୍ତ୍ର ଭୋଜନର ବ୍ୟବସ୍ଥା କରା ଯାଇଥିଲା l ଶିବ ଦେଖିଲା ଯେ, ସେହି ଖାଦ୍ୟ ମଧ୍ୟରେ ସେ ଖାଇବାକୁ ଚାହୁଁଥିବା ଘିଅରେ ଭଜା ହୋଇଥିବା ବିରି ପିଠା ରହିଛି l ଶିବର ଆଶା ବଢିଲା l ସେ ପଛପଟେ କାମ କରୁଥିବା ତା’ର ସ୍ତ୍ରୀକୁ ଡାକି କହିଲା “ଦେଖିଲୁଣି? ସେମାନେ ବିରିର ଘିଅ ପିଠା ପୁରୋହିତମାନଙ୍କୁ ଖାଇବାକୁ ଦେଉଛନ୍ତି l ମୋର ଆଶା ନିଶ୍ଚୟ କିଛି ଶେଷରେ ବଳିବ l ମୋର ମଧ୍ୟ ଘିଅ ପିଠା ଖାଇବାର ସୈଭାଗ୍ୟ ଜୁଟିବ l ଆଜି ମନ ଭରି ପିଠା ଖାଇବି l”

ଦୁର୍ଭାଗ୍ୟର କଥା କିଛି ହେଲେ ବଳିଲା ନାହିଁ l ସମସ୍ତ ବିରିପିଠା ବ୍ରାହ୍ମଣ ଭୋଜନରେ ଶେଷ ହୋଇଗଲା l ମନଦୁଃଖରେ ଶିବ ଓ ଗଙ୍ଗା ଯାହା ମିଳିଲା ଖାଇ ଘରକୁ ଫେରିଲେ l ସେମାନେ ଘରକୁ ଫେରିବା ବେଳେ ଗଙ୍ଗା ତାଙ୍କୁ ସାନ୍ତ୍ୱନା ଦେଇ କହିଲା, “ଯଦି ତାହା ଆମ ଭାଗ୍ୟରେ ଖାଇବାକୁ ନ ଥିବ ତେବେ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଖାଇବାକୁ ପାଇପାରିବା ନାହିଁ l ଯେତେବେଳେ ଖାଇବାକୁ ଯୋଗ ଥିବ ପିଠା ଆପେ ଆପେ ଆସି ଘରେ ପହଞ୍ଚିବ l”


ଶିବ ମନରୁ ଘିଅ ପିଠାର ସୁଗନ୍ଧ ଗଲା ନାହିଁ l ମନେ ମନେ ପିଠା ଖାଇବାକୁ ଝୁରି ହେଉଥିଲା l ସେ କୌଣସି ମତେ ଏହି ଇଚ୍ଛା ପୂରଣ କରିବାକୁ ଚେଷ୍ଟା କଲା l କିଛି ଟଙ୍କା ସେ ସଞ୍ଚୟ କଲା l ଉତ୍ସବ ସମୟରେ ସେ ଘିଅ, ବିରି ଏବଂ ଅନ୍ୟାନ ସାମଗ୍ରୀ କିଣି ଆଣିବାକୁ ବଜାର ଗଲା l

ଏତିକି ବେଳେ ତା’ର ସାନ ଭଉଣୀ ଘରକୁ ଆସିଲା l ସାନଭଉଣୀ କହିଲା, “ଭାଇ ମୁଁ ଏ ବର୍ଷ ତମ ସାଙ୍ଗରେ ଉତ୍ସବ ପାଳିବାକୁ ଆସିଛି l” ଗଙ୍ଗା ଶିବକୁ ଭିତରକୁ ନେଇଗଲା ଏବଂ କହିଲା ଘର ପାଇଁ ସଉଦା ଦରକାର l ବଜାରକୁ ଯାଇ ନେଇଆସ l” ଶିବ ନିରାଶ ହୋଇ ବଜାରକୁ ଗଲା, କାରଣ ଏପରି ଅଧିକା ଖର୍ଚ୍ଚ କଥା ଭାବି ତା’ର କଲିଜା ଥଣ୍ଡା ହୋଇଯାଉଥିଲା l କାରଣ ଆଜି ମଧ୍ୟ ପ୍ରିୟ ଖାଦ୍ୟ ଖାଇପାରିବ ନାହିଁ l ଶିବ ବଜାରରୁ ଫେରିବା ବେଳେ ଘର ଭିତରୁ ଘିଅପିଠାର ସୁଗନ୍ଧ ଆସୁଥିବାର ଅନୁଭବ କଲା l ସେ ଆଶ୍ଟର୍ଯ୍ୟ ହେଲା l ଗଙ୍ଗା କହିଲା, “ତୁମ ଭଉଣୀ ସାଙ୍ଗରେ ଘିଅପିଠା ନେଇ ଆସିଛି l ତୁମେ ଖାଇବ ବୋଲି କହୁଥିଲ, ତେଣୁ ସେ ନିଜେ ତିଆରି କରି ଆଣିଛି l” ଏହା କହି ଶିବକୁ ପିଠା ଖାଇବାକୁ ଦେଲା l

ଶିବ ଆଖିରେ ଲୁହ ଭରିଗଲା l ସେ ଆନନ୍ଦରେ ତା’ର ପ୍ରିୟ ଆକାଂକ୍ଷିତ ପିଠା ଖାଇଲା l ସ୍ୱାମୀଙ୍କର ଇଚ୍ଛା ଏତେଦିନେ ପୂରଣ ହୋଇଛି ଓ ସ୍ୱାମୀ ଆନନ୍ଦିତ ହେଉଛନ୍ତି, ଏହା ଦେଖି ଗଙ୍ଗାର ମଧ୍ୟ ଆନନ୍ଦର ସୀମା ନଥିଲା l 


Rate this content
Log in