Amiya Bej

Others

2  

Amiya Bej

Others

ଶେଷ ରୁଟି

ଶେଷ ରୁଟି

1 min
7.5K


କଲୋନୀରେ ସବୁଠାରୁ ଅଧିକା ପତି ସୁହାଗିନୀ , ସନ୍ତାନବତ୍ସଳା ସ୍ତ୍ରୀଲୋକ ଜଣକ ଆତ୍ମହତ୍ୟା କରିଦେଲେ ।

ପୁଅ ଖେଳପଡିଆରେ ଥିବାବେଳେ ଆଉ ସ୍ଵାମୀଙ୍କର ଅଫିସ୍ ଫେରିବା ପୂର୍ବରୁ , ଏ ଦୁର୍ଘଟଣାଟି ଘଟିଯାଇଥିଲା ।

ସମସ୍ତେ ଭିନ୍ନ ଭିନ୍ନ କାରଣ ଗଢୁଥିଲେ । କେ' ଦୋଷୁ ଥିଲା ପତିକୁ , କେ' ସ୍ତ୍ରୀଟିକୁ ।

.......

ତଲାସୀରେ ପୋଲିସ୍ କୁ ହାତଲେଖା ଚିଠିଟାଏ ମିଳିଥିଲା । ସମସ୍ତେ ଆଶା ବାନ୍ଧି ରହିଲେ , ଚିଠିଟି ରହସ୍ୟ ଖୋଲିଦେବ ।

ଅଥଚ ଚିଠିରେ ଲେଖାଥିଲା ଭିନ୍ନ କଥା କିଛି ।

" ହଟକେଶ୍ ରେ ରୁଟି ସନ୍ତୁଳା ଅଛି । ଖାଇ ନେବ । ପୁଅକୁ ଟିକେ ଗେହ୍ଲ କଲେ, ଅଧିକା ଫାଳେ ନିଶ୍ଚୟ ଖାଇବ ଦେଖିବ । "

ଅମୀୟ ବେଜ୍


Rate this content
Log in