ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ଶାସ୍ତ୍ର ଜ୍ଞାନ ଓ ଲୋକଜ୍ଞାନ

ଶାସ୍ତ୍ର ଜ୍ଞାନ ଓ ଲୋକଜ୍ଞାନ

1 min
412


ଜହ୍ନମାମୁ (ଏପ୍ରିଲ୍ 2010)


ରାମପୁର ଗ୍ରାମରେ ରଙ୍ଗନାଥ ନାମକ ଜଣେ ବୈଦ୍ୟ ବାସ କରୁଥିଲେ l ସେ ଆୟୁର୍ବେଦରେ ଦକ୍ଷତା ହାସଲ କରିଥିଲେ l ତାଙ୍କ ପାଖକୁ ଯେଉଁ ରୋଗୀ ଆସୁଥିଲେ, ସେ ନିଜ ବିଷୟରେ କିଛି କହିବା ପୂର୍ବରୁ ସେ ତା’ର ବୟସ ଓ ସେ କେଉଁ କେଉଁ ରୋଗରେ ପୀଡିତ ହେବାର ସମ୍ଭାବନା ଅଛି, ତାହା ପ୍ରାଞ୍ଜଳ ଭାବେ କହିଦେଇ ପାରୁଥିଲେ l ଏହି କାରଣରୁ ସେମାନେ ନିର୍ବିବାଦରେ ତାଙ୍କୁ ଜଣେ ଶ୍ରେଷ୍ଠ ବୈଦ୍ୟ ବୋଲି ସ୍ୱୀକାର କରୁଥିଲେ l ଏହା ସତ୍ତ୍ୱେ ତାଙ୍କ ନିକଟକୁ ଅଧିକ ସଂଖ୍ୟାରେ ରୋଗୀ ଆସୁନଥିଲେ l


     ଥରେ ରଙ୍ଗନାଥଙ୍କ ପାଖକୁ ସୁଦୂର ପ୍ରାନ୍ତରୁ ତାଙ୍କ ଗୁରୁ ଚରକାଚାର୍ଯ୍ୟ ଆସି ପହଞ୍ଚିଲେ l ଏହି ସମୟରେ ଜଣେ ମହିଳା ରଙ୍ଗନାଥଙ୍କ ପାଖକୁ ଆସି କହିଲା, “ମହାଶୟ, ମୋର ବୟସ କୋଡିଏ ବର୍ଷ l ଏତେ କମ୍ ବୟସରୁ ମୁଁ ଗୋଟିଏ ଅଜଣା ରୋଗରେ ପୀଡିତ ହୋଇଛି l କୃପା କରି ମୋର ରୋଗର ନାମ ଓ ଏଥିରୁ ଆରୋଗ୍ୟ ହେବାର ଉପାୟ ମୋତେ ବତାନ୍ତୁ l ” ସେ ଆଉ କିଛି କହିବା ପୂର୍ବରୁ ରଙ୍ଗନାଥ ଆଶ୍ଚର୍ଯ୍ୟ ପ୍ରକଟ କରି କହିଲେ, “ତୁମର ବୟସ କୋଡିଏ ବର୍ଷ ? ନା’ ନା’ ଅତି କମରେ ତୁମକୁ ଅଣତିରିଶ ବର୍ଷ ହେବ l ” ଏହା ଶୁଣିବା କ୍ଷଣି ସେ ମହିଳା ଅପମାନିତ ଅନୁଭବ କଲେ ଓ ସଙ୍ଗେ ସଙ୍ଗେ ସେଠାରୁ ଉଠି ଚାଲିଗଲେ l 


     ରଙ୍ଗନାଥ ଗୁରୁ ଚରକାଚାର୍ଯ୍ୟଙ୍କୁ ଚାହିଁ କହିଲେ, “ଗୁରୁଦେବ, ମୋ ପାଖକୁ ଆସୁଥିବା ଅଧିକାଂଶ ରୋଗୀ ମୋ କଥାରେ ବିରକ୍ତି ପ୍ରକାଶ କରି ଏପରି ଚାଲିଯାଉଛନ୍ତି କାହିଁକି ?”


     ଏହା ଶୁଣି ଚରକାଚାର୍ଯ୍ୟ ସ୍ମିତହସି କହିଲେ, “ଏଇକ୍ଷଣି ମୋତେ ତ ତା’ର ପ୍ରମାଣ ମିଳିଗଲା l ତୁମର ଅଗାଧ ଶାସ୍ତ୍ର-ଜ୍ଞାନ ଅଛି, କିନ୍ତୁ ଲୌକିକ-ଜ୍ଞାନ ଘୋର ଅଭାବ ରହିଛି l ସତ୍ୟ କହିବା ଉଚିତ୍, କିନ୍ତୁ ଅପ୍ରିୟ ସତ କଥା କହି କାହାର ମନରେ ଦୁଃଖ ଦେବା ଉଚିତ ନୁହେଁ l ”


Rate this content
Log in