ସାହାଯ୍ୟ
ସାହାଯ୍ୟ


ସାହାଯ୍ୟ
ଜହ୍ନମାମୁ (ଡିସେମ୍ବର୍ 2011)
ଥରେ ଶ୍ରୀନାଥପୁରମରେ ସଦାନନ୍ଦ ନାମକ ଜଣେ ଜମିଦାର ବାସ କରୁଥିଲେ l ଗରୀବ ଲୋକେ ସଦାସର୍ବଦା ତାଙ୍କ ପାଖକୁ ଯାଉଥିଲେ ଏବଂ ତାଙ୍କ ପାଖରୁ ଟଙ୍କା ବା ବ୍ୟବହାର ଯୋଗ୍ୟ ଜିନିଷ ନେଇ ଆସୁଥିଲେ l
ଥରେ କେତେକ ବ୍ୟକ୍ତି ଜମିଦାରଙ୍କ ସମ୍ମୁଖରେ ସାରନାଥଙ୍କର ପ୍ରସଂସା କଲେ l ସେମାନେ କହିଲେ , “ଆଜ୍ଞା, ଆମେ ସାରନାଥ ନଥିଲେ ଭାସି ଯାଇଥାନ୍ତୁ l ସେ ଆପଣଙ୍କ ପରି ଭାରି ଉଦାର ହୃଦୟ l”
ଜମିଦାର ଯେଉଁ ବ୍ୟକ୍ତି ସାରନାଥଙ୍କର ପ୍ରଶଂସା କରୁଥିଲେ ତାଙ୍କ ଉପରେ ବିରକ୍ତ ହେଲେ l “ତୁମ୍ଭେମାନେ କାହିଁକି ସାରନାଥଙ୍କର ପ୍ରଶଂସା କରୁଛ, ଯେତେବେଳେ କି ମୁଁ ତୁମକୁ ଆବଶ୍ୟକ ଜିନିଷ ଯୋଗାଇ ଦେଉଛି ?”
ଜମିଦାରଙ୍କର ମୁଖ୍ୟ ପରାମର୍ଶଦାତା ଏହା ଲକ୍ଷ୍ୟ କଲେ l ସେ ଦିନ ସନ୍ଧ୍ୟାରେ ସେ ଜମିଦାରଙ୍କୁ ଜନବସତି ଆଡକୁ ସାଙ୍ଗରେ ନେଇଗଲେ l ସେଠାରେ ସେମାନେ ଦେଖିଲେ ସାରନାଥ କଠିନ ପରିଶ୍ରମ କରୁଛନ୍ତି l ତାଙ୍କର ଲୁଗାପଟା ମଇଳା ହୋଇଯାଇଛି ଏବଂ ହାତରେ ବ୍ୟାଣ୍ଡେଜ ବନ୍ଧା ହୋଇଛି l ମନେ ହେଉଛି ଯେ କୌଣସି କାମ କରୁ କରୁ ହାତରେ ଆଘାତ ଲାଗିଛି l
ଜମିଦାରଙ୍କର ମୁଖ୍ୟ ପରାମର୍ଶଦାତା ତାଙ୍କୁ କହିଲେ , “ଆପଣ ଏହି ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି l କିନ୍ତୁ ଆପଣ ଲକ୍ଷ୍ୟ କରିଥିବେ ଯେ ସାରନାଥ କିପରି ଭାବରେ ନିଜକୁ ଏହି କାର୍ଯ୍ୟରେ ହଜାଇ ଦେଇଛନ୍ତି l ତେଣୁ ସେ ଏହିପରି ପ୍ରଶଂସା ପାଇବାରେ ଯୋଗ୍ୟ l”
ଜମିଦାର ନିଜେ ମଧ୍ୟ ସାରନାଥର ପ୍ରଶଂସା ନ କରି ରହି ପାରିଲେ ନାହିଁ lସେ ସାରନାଥଙ୍କର ସହାୟତାର ଧାରାକୁ ପ୍ରଶଂସା କରିବା ସହିତ ନିଜେ ମଧ୍ୟ ଗରୀବ ଲୋକ ମାନଙ୍କୁ ସାହାଯ୍ୟ କରିବା ଜାରି ରଖିଲେ l