STORYMIRROR

ଶିଶିର ସାହୁ ମନୋଜ

Others

3  

ଶିଶିର ସାହୁ ମନୋଜ

Others

ସାଧବ ଓ ନାବିକ

ସାଧବ ଓ ନାବିକ

1 min
637


ଜଣେ ସାଧବ ପ୍ରଥମଥର ପାଇଁ ଏକ ବଡ଼ ବୋଇତରେ ସମୁଦ୍ର ଯାତ୍ରା କରୁଥାନ୍ତି । ଦିନେ ସେ ଉକ୍ତ ବୋଇତର ମୁଖ୍ୟ ନାବିକ ସହ

କେତେ ସମୟ କଥାଭାଷା ହେଲାପରେ ପଚାରିଲେ, ''ଆଛା ତୁମ ପିତା ଜୀବିତ ଅଛନ୍ତି ?"

ନାବିକ କହିଲା ‛ନା’....

ସାଧବ ଜଣକ ପୁଣି ପଚାରିଲେ, ତେବେ ତାଙ୍କର ମୃତ୍ୟୁ କେମିତି ହୋଇଥିଲା ?

ବୋଇତର ନାବିକ ଗର୍ବର ସହ କହିଲା ''ଆଜ୍ଞା, ମୋ ବାପ,ଜେଜେ ଆଉ ଗୋସେଇଁ ବାପ ସଭିଏଁ ସମୁଦ୍ର ଗର୍ଭରେ ସମାଧିସ୍ଥ ହୋଇଛନ୍ତି”


ସେଇଠୁ ସାଧବ କହିଲା, “ତଥାପି ଆପଣ ବାରମ୍ବାର ସମୁଦ୍ର ଯାତ୍ରା କରୁଛନ୍ତି କିନ୍ତୁ ଆପଣଙ୍କୁ ତହିଁ ରେ ବୁଡ଼ି ମରିବାର ଭୟ ହୁଏନାହିଁ ?”


''ମୋଟେ ନୁହେଁ,''

ନାବିକ ପୁଣି ସାଧବ କୁ କହିଲା, ''ଆଜ୍ଞା, ଆପଣଙ୍କ ବାପା,ଜେଜେ,ଗୋସାଇଁ ବାପ କେମିତି ସ୍ଵର୍ଗଵାସୀ ହୋଇଥିଲେ କୃପାକରି ଜଣେଇବେ କି ?"


ସାଧବ ଜଣକ ସହଜ ସ୍ଵର ରେ ବୋଇଲା,''ଯେମିତି ସଂସାରର ପ୍ରାୟ ଲୋକ ମରନ୍ତି, ପଲଙ୍କ ପରେ ଶୋଇଥିବା ଅଵସ୍ଥାରେ” ...


ତାହା ଶୁଣି ନାବିକ ସାମାନ୍ୟ ସ୍ମିତହାସ୍ୟ ପୂର୍ଵକ କହିଲା, “ତେବେ ପଲଙ୍କ ଉପରେ ଶୋଇବାରେ ଆପଣଙ୍କୁ ଯେତିକି ଭୟ ହେବା କଥା

ତହିଁରୁ ଅଧିକ ଭୟ ମୋର ସମୁଦ୍ର ମଧ୍ୟକୁ ଯିବାରେ ନାହିଁ”


“ବିପତ୍ତି ଯେବେ ଅଭ୍ୟାସରେ ପରିଣତ ହୋଇଯାଏ ତାହା ନିତିଦିନିଆ ଘଟଣା ପରି ଦେହସୁହା ହୋଇଯାଇଥାଏ ”


●●●●●●●●●●●●●●●●●●●●●●●●●●●●●

ଦ୍ରଷ୍ଟବ୍ଯ―

“ସୂର୍ଯ୍ୟକାନ୍ତ ତ୍ରିପାଠୀ ନିରାଲା”ଙ୍କ ଏକ ନୀତିକଥା

“ସୌଦାଗର ଔର୍ କପ୍ତାନ୍” ର ଓଡ଼ିଆ ଭାବାନୁବାଦ”

●●●●●●●●●●●●●●●●●●●●●●●●●●●●●


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍