Amiya Bej

Others

3  

Amiya Bej

Others

ରୂପାନ୍ତର

ରୂପାନ୍ତର

1 min
7.6K


ଠିକ୍ ରାତି ବାରଟାରେ , ସେ ତା' ମୋବାଇଲର ନେଟୱର୍କକୁ 'ଅଫ୍' କରିଦେଲା !!!

ଅନ୍ତତଃ ଆଜି ଦିନକପାଇଁ କୌଣସି ଲେଟନାଇଟ୍ ଚାଟିଂ , ଭିଡିଓକଲ୍ , ହ୍ୱଆଟ୍ସ୍ଆପ୍ , ଫେସବୁକ୍ , ମେସେଜ୍ ମେସେଜ୍ ର ଖେଳଲିପ୍ତ ହେବା ସବୁ ବନ୍ଦ୍ ।

ଦିନଟି ଖୁବ୍ ଶୁଭ ଏବଂ ମଙ୍ଗଳମୟ ଥିଲା ।

'ସ୍ୱାମୀତ୍ୱ' ଏକ ଜାହିରପଣର କଥା , ତେବେ ବନ୍ଧନୀଭୁକ୍ତ ହେବାରୁ ନାରୀତ୍ୱ ମୁକୁଳିପାରେ ବି କୁଆଡୁ ?? ମଙ୍ଗଳକାମନାର କୋଣରେ ବି ଛପିରୁହେ ସୁଭବିଷ୍ୟତର ଅଦେଖା ଲକ୍ଷ୍ୟଟିଏ !

ଗୁହାରୀର ସର୍ବଶେଷ ଠିକଣା ତ ସ୍ୱାମୀ !!

★★★

ଯା'ବିହେଉ , 'ସାବି' ନିଷ୍ଠାପର ହୋଇ ପାଳେ ଏ ଦିନଟିକୁ । ପୂଜା ସରିବାଯାଏଁ ନିର୍ଜଳା ଉପବାସ । କୁଞ୍ଚ ଭାଙ୍ଗିନପାରିବା , କାନୀ ନସଜାଡିପାରିବା ସତ୍ୱେ , ଦେହରେ ଶାଢୀ ଗୁଡାଇ , ମିରର୍ ପାଖରେ ଛିଡାହେଲେ , ତାକୁ ନିଜକୁ ଲାଗେ ଅପରୂପା ।

ଏତେସବୁ ସତ୍ୱେ ମଣିଷ କାହିଁକି ସମ୍ପର୍କମନସ୍କ ହୋଇପାରେନି କେଜାଣି ?

ଓଦା ସରସର ମୁକୁଳା ବାଳରେ , ଝୁଣାକର୍ପୁରରେ ମହମହ ବାସ୍ନାୟିତ ହୋଇ , ମୁଣ୍ଡିଆଟେ ମାରେ 'ତାଙ୍କୁ' ଯାଇ । ଖବରକାଗଜ ମନସ୍କ ଲୋକଟାର କିଛି ପାର୍ଶ୍ଵ ପ୍ରତିକ୍ରିୟା ନଥାଏ । ତଥାପି ନିରୁତ୍ସାହିତ ନହୋଇ 'ସାବି' ଏଇ ପବିତ୍ର ପବିତ୍ର ଦିନଟିରେ , ଉତ୍ସବମୁଖର ହୁଏ ।

★★★

ଦିନ ସରେ । ସଂଜ ଆସେ । ରାତି ଗାଢ଼ ହେଲେ , ଚେଷ୍ଟାଅଚେଷ୍ଟାରେ ଫିକା ପଡିଆସେ ନିଷ୍ଠାସବୁ । ଆଉ ଠିକ୍ ରାତି ବାରଟା ବାଜିଗଲେ , ନିଜ ମୋବାଇଲର ନେଟୱର୍କକୁ ଆଉଥରେ 'ଅନ୍' କରିଦିଏ ।

ଏଥର କିଛି ମିଛସମ୍ପର୍କର ଭିଡରେ ନିଜକୁ ହଜାଇ , 'ସାବିତ୍ରୀ' ରୁ ସେ ପୁଣିଥରେ 'ସାବି' କୁ ରୁପାନ୍ତରିତ ହୋଇଯାଏ ।

(ବଞ୍ଚାଇବାକୁ ନୁହେଁ, ବଞ୍ଚିବାକୁ ଅହରହ ଉଦ୍ୟମରତ ରୁହେ ଖାଲି ମଣିଷଟିଏ !!!!)

■ ଅମୀୟ ବେଜ୍


Rate this content
Log in