Amiya Bej

Others

1.0  

Amiya Bej

Others

ରୂପାନ୍ତର

ରୂପାନ୍ତର

1 min
7.2K


ଠିକ୍ ରାତି ବାରଟାରେ , ସେ ତା' ମୋବାଇଲର ନେଟୱର୍କକୁ 'ଅଫ୍' କରିଦେଲା !!!

ଅନ୍ତତଃ ଆଜି ଦିନକପାଇଁ କୌଣସି ଲେଟନାଇଟ୍ ଚାଟିଂ , ଭିଡିଓ କଲ୍ , ହ୍ୱଆଟ୍ସ୍ଆପ୍ , ଫେସବୁକ୍ , ମେସେଜ୍ ମେସେଜର ଖେଳଲିପ୍ତ ହେବା ସବୁ ବନ୍ଦ୍ ।

ଦିନଟି ଖୁବ୍ ଶୁଭ ଏବଂ ମଙ୍ଗଳମୟ ଥିଲା ।

'ସ୍ୱାମୀତ୍ୱ' ଏକ ଜାହିରପଣର କଥା, ତେବେ ବନ୍ଧନୀ ଭୁକ୍ତ ହେବାରୁ ନାରୀତ୍ୱ ମୁକୁଳିପାରେ ବି କୁଆଡୁ?? ମଙ୍ଗଳକାମନାର କୋଣରେ ବି ଛପିରୁହେ ସୁଭବିଷ୍ୟତର ଅଦେଖା ଲକ୍ଷ୍ୟଟିଏ !

ଗୁହାରିର ସର୍ବଶେଷ ଠିକଣା ତ ସ୍ଵାମୀ !!

……………

ଯା'ବିହେଉ , 'ସାବି' ନିଷ୍ଠାପର ହୋଇ ପାଳେ ଏ ଦିନଟିକୁ । ପୂଜା ସରିବା ଯାଏଁ ନିର୍ଜଳା ଉପବାସ । କୁଞ୍ଚ ଭାଙ୍ଗିନପାରିବା , କାନି ନସଜାଡିପାରିବା ସତ୍ୱେ , ଦେହରେ ଶାଢୀ ଗୁଡାଇ , ମିରର୍ ପାଖରେ ଛିଡାହେଲେ , ତାକୁ ନିଜକୁ ଲାଗେ ଅପରୂପା ।

ଏତେ ସବୁ ସତ୍ୱେ ମଣିଷ କାହିଁକି ସମ୍ପର୍କମନସ୍କ ହୋଇପାରେନି କେଜାଣି ?

ଓଦା ସରସର ମୁକୁଳା ବାଳରେ , ଝୁଣା କର୍ପୁରରେ ମହମହ ବାସ୍ନାୟିତ ହୋଇ , ମୁଣ୍ଡିଆଟେ ମାରେ 'ତାଙ୍କୁ' ଯାଇ । ଖବରକାଗଜ ମନସ୍କ ଲୋକଟାର କିଛି ପାର୍ଶ୍ଵ ପ୍ରତିକ୍ରିୟା ନଥାଏ । ତଥାପି ନିରୁତ୍ସାହିତ ନହୋଇ 'ସାବି' ଏଇ ପବିତ୍ର ପବିତ୍ର ଦିନଟିରେ , ଉତ୍ସବ ମୁଖର ହୁଏ ।

…………..

ଦିନ ସରେ । ସଂଜ ଆସେ । ରାତି ଗାଢ଼ ହେଲେ , ଚେଷ୍ଟା ଅଚେଷ୍ଟାରେ ଫିକା ପଡିଆସେ ନିଷ୍ଠା ସବୁ । ଆଉ ଠିକ୍ ରାତି ବାରଟା ବାଜିଗଲେ , ନିଜ ମୋବାଇଲର ନେଟୱର୍କକୁ ଆଉଥରେ 'ଅନ୍' କରିଦିଏ ।

ଏଥର କିଛି ମିଛ ସମ୍ପର୍କର ଭିଡରେ ନିଜକୁ ହଜାଇ , 'ସାବିତ୍ରୀ'ରୁ ସେ ପୁଣି ଥରେ 'ସାବି'କୁ ରୂପାନ୍ତରିତ ହୋଇଯାଏ ।

(ବଞ୍ଚାଇବାକୁ ନୁହେଁ, ବଞ୍ଚିବାକୁ ଅହରହ ଉଦ୍ୟମରତ ରୁହେ ଖାଲି ମଣିଷଟିଏ !!!!)

ଅମୀୟ ବେଜ୍


Rate this content
Log in