ରାଈ ଦାମୋଦର
ରାଈ ଦାମୋଦର
ପଦ୍ମ ପୁରାଣରେ ବର୍ଣ୍ଣିତ ତହିଁ ଯେ
କାର୍ତ୍ତିକ ମାସର ମର୍ମ,
ବାର ମାସେ ପୂଜା ବାରଟି ନାମରେ
ଶୁଭ ଦାମୋଦର ନାମ ।
ଅଟେ ଶ୍ରେଷ୍ଠ ମାସ ପବିତ୍ର ଏ ମାସ
ଧରମ ନାଆରେ ବାହି,
ତୁଣ୍ଡେ ଆ କା ମା ବୈ, ସଦା ଥାଏ ରହି,
ହବିଷ କରନ୍ତି କହି ।
ଧର୍ମମାସ ହେଲେ ବିଭୁ ବାସ ଜଳେ
ଭକ୍ତ କରେ ପ୍ରାତଃ ସ୍ନାନ,
> ମୁରୁଜରେ ଥାନ୍ତି ରାଧାକୃଷ୍ଣ ଆଙ୍କି
ସମର୍ପଣ କରେ ମନ ।
କଥା ଏ ମାସର ରାଇ-ଦାମୋଦର
ରାଧାପାଦ ଦରଶନ
ସଉଭାଗ୍ୟ ମିଳେ ସୁଖ ବୃଦ୍ଧିହୁଏ
ଆନନ୍ଦେ କଟେ ଜୀବନ ।
ବୈଷ୍ଣବ ପଞ୍ଜିକା ଧର୍ମ କଥା ଏକା
ଗାଏ ବିଧାନର ଗାଥା
ରାଇ ଦାମୋଦର ପୂଜନ୍ତି ପୟର
ନୁଆଇଁ ସଭିଏ ମଥା ।