The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ଶିଶିର ସାହୁ ମନୋଜ

Others

1  

ଶିଶିର ସାହୁ ମନୋଜ

Others

ପରିଚୟ

ପରିଚୟ

1 min
364


କାଶିନାଥ ଵା କାଶିଆଭାଇ ମହାନ ସୁରାପ୍ରେମୀ କାଳୁବାବୁଙ୍କ ଗୃହ ପଵିତ୍ର କରି ଧରାଵତରଣ କରିଥିଲେ । କାଶିଆର ପିଲାଦିନ ଅଭାଵ ଅନାଟନରେ କଟିଗଲା କିନ୍ତୁ ଶିଘ୍ର ହିଁ ସେ ତା’ର କେତେକ ବନ୍ଧୁଙ୍କ ସଂସ୍ପର୍ଶରେ ଆସି ଧାରାପ୍ରଵାହ ଗାଳି ଵର୍ଷଣ ଏଵଂ ମୁଣାକର୍ତ୍ତନ ଵିଦ୍ଯା(ପକେଟମାରୀ) ଆଦି ଵିଭିନ୍ନ ଵିଶିଷ୍ଟ କଳାରେ ପାରଙ୍ଗମ ହୋଇଗଲା ।


ଚାହୁଁ ଚାହୁଁ ଦିନ କେତୁଟାରେ ସମାଜ ତାକୁ ବାବୁ ଡାକିଵା ଆରମ୍ଭ କରିଦେଲା । କାଶିଆ ଏବେ କାଶିନାଥ ବାବୁ ,କାଶୀଭାଇ ହେଇଯାଇଥିଲା । 


କାଶୀଭାଇ ରାମପୁରୀ ଛୁରୀ ଚାଳନାର କଳାଟା ଦ ଗ୍ରେଟ୍ ଗଳାକଟା ମୁନ୍ନା ଚାକୁଆ ଠାରୁ ଶିଖିଥିଲେ । ପୁରୁଣା ଶତ୍ରୁତା ଯୋଗୁଁ ତଥା ଈର୍ଷାଵଶତଃ କିଛି ଲୋକ କାଶୀଭାଇଙ୍କ ନାମରେ ଥାନରେ ଅଭିଯୋଗକଲେ । ଫଳରେ କାଶୀଭାଇଙ୍କର ଆରକ୍ଷୀ ଅଧିକାରୀମାନଙ୍କ ସହିତ ମଧ୍ଯ ମଧୁର ସମ୍ବନ୍ଧ ସ୍ଥାପିତ ହୋଇଗଲା ଆଉ ଈର୍ଷାଳୁ ଲୋକଙ୍କର ହେଲା କୁଟନୀତିକ ପରାଜୟ


ଏହାଙ୍କର ଏଭଳି ଶତାଧିକ ସାହାସିକ କାର୍ଯ୍ୟରେ ପ୍ରଭାଵିତ ହୋଇ ତାଙ୍କ ସାହିର ଚଞ୍ଚଳାକୁମାରୀ ମୋହିତ ହୋଇଗଲା ଆଉ ତାଙ୍କ ପ୍ରେମର ଶେଷ ପରିଣତି ହେଲା ଵିଵାହ ।


 ଏହି ଅର୍ନ୍ତଜାତୀୟ ପ୍ରେମ ଵିଵାହକୁ ମଧ୍ଯ ଅନେକ ଵିରୋଧ ଅଵରୋଧର ସାମ୍ନା କରିଵାକୁ ପଡି଼ଥିଲା କିନ୍ତୁ ମୃଦୁ-ମିଷ୍ଠଭାଷୀ କାଶୀଭାଇ ଏକ ଏକ ଵିରୋଧୀଙ୍କୁ ପ୍ରେମପୂର୍ଵକ ନିଛାଟିଆ ସ୍ଥାନକୁ ନେଇଯାଇ ଯୁକ୍ତିଯୁକ୍ତ ତର୍କ ଦ୍ଵାରା ସେମାନଙ୍କୁ ସନ୍ତୁଷ୍ଟ କରିଦେଇଥିଲେ । କିଛି ଵର୍ଷ ତଳେ ଏକ ଜାତୀୟଦଳର ନେତାଙ୍କର ଦୃଷ୍ଟି ତାଙ୍କ ଉପରେ ପଡି଼ଲାରୁ ସେ ଆଉ କେବେ ବି ପଛକୁ ଫେରି ଚାହିଁ ନାହାନ୍ତି ।  



Rate this content
Log in