STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ପିତାମାତା ହିଁ ଇଶ୍ୱର

ପିତାମାତା ହିଁ ଇଶ୍ୱର

2 mins
210


ବାପା ମନ୍ଦିରରୁ ଫେରି ପୁଅ ସୌରଭକୁ ଧର୍ଯ୍ୟ ରଖି କାମ କଲେ ସଫଳତା ମିଳିଥାଏ ବୋଲି ଆମେରିକାର ସବୁଠୁ ଫେମସ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ଜୀବନୀ ପଢିଲେ ଜାଣିପାରିବୁ ବୋଲି କହି ବୁଝେଇ କହି ଚାଲିଥିଲେ ବାପ.ଅଠରଶହ ନଅ ମସିହାରେ ଗୋଟେ ଗରୀବ ପରିବାରରେ ଜନ୍ମିତ ଆବ୍ରାହମ ଲିଙ୍କନ ଥିଲେ ଆମେରିକାର ଷୋଳ ତମ ରାଷ୍ଟ୍ରପତି. ପ୍ରଥମରେ ସେ ଜଣେ ଓକିଲ ଓ ପଲଟିକାଲ ଲିଡର ରୂପେ ବିଫଳତାକୁ ସାମ୍ନା କରିଚାଲିଥିଲେ. ଅଠରଶହ ଏକତିରିଶରେ ବିଜିନେସରେ ବିଫଳ ଓ ଅଠରଶହ ଛପନରେ ନିଜ ନର୍ଭସ ବ୍ରେକଡାଉନ ସହ ରାଷ୍ଟ୍ରପତି ରେସରୁ ଆଉଟ ହୋଇ ମଧ୍ୟ ଧର୍ଯ୍ୟ ହରାଇନଥିଲେ. ସେହି ଧର୍ଯ୍ୟ ତାଙ୍କୁ ପରେ ସଫଳତା ଆଣିଦେଇଥିଲା ଏମିତିକି ଆମେରିକାକୁ ଗୃହଯୁଦ୍ଧରେ ରକ୍ଷା କରିବା ସହ ଦାସତ୍ବ ପ୍ରଥାରୁ ଆମେରିକାକୁ ମୁକ୍ତ କରିବା ସହ ଅଠରଶହ ଏକଷଠିରେ ଆମେରିକାର ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ପରେ ଆଉ ପଛକୁ ଫେରି ଚାହିଁନଥିଲେ ବରଂ ସବୁଠୁ ଲୋକପ୍ରିୟ ରାଷ୍ଟ୍ରପତି ଭାବେ ଆଦୃତ ଓ ଗୃହୀତ ହୋଇ ଧର୍ଯ୍ୟ ହିଁ ସବୁଠୁ ବଡ଼ ସଫଳତା ବୋଲି ନିଜକୁ ଓ ନିଜ ଜୀବନୀକୁ ଏକ ଉଦାହରଣ କରି ଗଢି ତୋଳିବାକୁ ସକ୍ଷମ ହୋଇଥିଲେ. ବାପାଙ୍କ ଠାରୁ ଏସବୁ ଶୁଣି ସୌରଭ ମନ ଓ ଦେହରେ ଅପୂର୍ବ ଶିହରଣ ଖେଳି ଯାଇଥିଲା. କମ୍ପାନୀରୁ ଲେ ଅଫ ହେବା କଥା ଭୁଲି ଗାଁରେ ରହି କିଛି ନୂତନ ସମ୍ଭାବନାକୁ ବାସ୍ତବ ରୂପରେଖ ଦେବାକୁ ଭାବୁଥିଲା ବେଳେ ବାପା ଛାତ ହୋଇ ଛତା ବନି ଯାଇଥିଲେ ତା ଜୀବନରେ.

  ମାଆ ବାପାଙ୍କ ବିନା ସତରେ ପିଲାଟିର ଭବିଷ୍ୟତ ଅଧା ଅଧୁରା ଯେମିତି ଥମାସ ଏଡିସଙ୍କ କଥା.ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ବେଳେ ଦିନେ ସେ ଘରକୁ ଫେରିଲାବେଳେ ଶିକ୍ଷକ ଦେଇଥିବା କାଗଜ ମାଆଙ୍କୁ ଦେଇ କହିଥିଲେ ସାର ପଢିବାକୁ କହିଛନ୍ତି କହିଥିଲେ. କାଗଜଟି ପଢି ମାଆଙ୍କ ଆଖିରୁ ଲୁହ ଝରିବାକୁ ଲାଗିଲା. ଏଡିସନ ପଚାରିଲେ ମାଆ ସେଥିରେ କଣ ଲେଖାଯାଇଛି? ମାଆ ଲୁହ ପୋଛି କହିଥିଲେ ଲେଖାହୋଇଛି କି ତୁମ ପିଲା ବହୁତ ପ୍ରତିଭାଶାଳୀ ଓ ସୃଜନଶୀଳ. ଆମ ସ୍କୁଲ ତା ମେଧା ଓ ଧି ଶକ୍ତି ପାଇଁ ଅନୁପଯୁକ୍ତ କାରଣ ଆମ ସ୍କୁଲରେ ଶିକ୍ଷକମାନେ ବେଶୀ ପ୍ରଶିକ୍ଷିତ ନୁହଁନ୍ତି ତେଣୁ ତୁମେ ନିଜେ ତୁମ ପିଲାକୁ ପଢେଇବା ଉଚିତ. ବହୁତ ବର୍ଷ ପରେ ମାଆଙ୍କ ମୃତ୍ୟୁ ପରେ ସେତେବେଳକୁ ଥୋମାସ ଏଡିସନ ପ୍ରସିଦ୍ଧ ବୈଜ୍ଞାନିକ ହୋଇସାରିଥାନ୍ତି. ଗୋଟିଏ ଦିନ ସେ ଆଲମିରାର ଗୋଟିଏ କଣରୁ ଏକ କାଗଜ ଟୁକୁଡା ପାଇଥିଲେ.ଏହା ସେହି କାଗଜ ଥିଲା ଯାହା ଶିକ୍ଷକ ତାଙ୍କୁ ମାଆଙ୍କୁ ଦେବାକୁ କହି ଦେଇଥିଲେ. କୌତୁହଳବଶତଃ ତାହାକୁ ଖୋଲି ପଢିଥିଲେ ଥୋମାସ ଏଡିସନ. ଯାହା ଉପରେ ଲେଖାଥିଲା ତୁମର ପିଲାଟି ବୌଦ୍ଧିକ ଓ ମାନସିକ ଦୃଷ୍ଟିରୁ ଦୁର୍ବଳ. ତାକୁ ସ୍କୁଲ ପଠାଅ ନାହିଁ.ଏଡିସନ ଏହାକୁ ପଢି ଘଣ୍ଟା ଘଣ୍ଟା ଧରି କାନ୍ଦିଥିଲେ.ତା ପରେ ସେ ତାଙ୍କ ଡାଇରୀରେ ଲେଖିଥିଲେ ଜଣେ ମହାନ ମାଆ ତାର ବୌଦ୍ଧିକ ଭାବରେ ଦୁର୍ବଳ ପିଲାକୁ ପ୍ରସିଦ୍ଧ ବୈଜ୍ଞାନିକରେ ପରିଣତ କରିପାରେ.ଏହି ସକାରତ୍ମକତା ହେଉଛି ପିତା ମାତାଙ୍କ ଶକ୍ତି.


Rate this content
Log in