ପିଲା ଦିନ
ପିଲା ଦିନ
ଗାଁଠୁ ଗୋଟେ ନାଲି ସଡକ ଲମ୍ବି ଯାଇଛି ମୋ ସ୍କୁଲ୍ ଯାଏ l ଦୂରତା କେତେ କେବେ ମାପିନି l ଦିପଟେ ଧାନ ବିଲ ଲମ୍ବି ଯାଇଛି ଦିଗ୍ବଳୟ ଛୁଇଁ ଛୁଇଁ l ଗାଁ ପୋଖରୀ ପାରି ହେଲେ ଆଗକୁ ଖାଲି ବାଟ ଦିଶେ l ଗପ ମାରିମାରି ଯାଉଯାଉ କେତେବେଳେ ସ୍କୂଲ୍ ହତା ପହଞ୍ଚେ ଜାଣି ହୁଏନି l ଚାରିପଟ ଯାକ କେତେ ଗଛ l ବିରାଟ ହତାକୁ ଘେରେଇ ସବୁଜ ବାଡ l କୋଉଟା ମୋ ଗଛ ଚିହ୍ନା ଚିହ୍ନି ହଉ ହଉ ଆମେ ହତା ଭିତରେ ପଶୁ l ଏତେ ଗଛ ଯେ ସେମାନେ ଆମର ବନ୍ଧୁ ପାଲଟି ଯାଇଥିଲେ l
କେତେ ହସହସ ଦିନ ସେଗୁଡାକ l ଦୁନିଆରେ ଦୁଃଖ ବୋଲି କିଛି ଅଛି ଏଭଳି ଭାବନା ମନକୁ ଛୁଇଁ ପାରି ନଥିଲା ସେ ସମୟରେ l ଏଇ ସରସ୍ବତୀ ପୂଜା ମନେ ପକେଇ ଦିଏ କେତେ କଥା ସେଇ ସବୁ ଦିନର l ଫୁଲ ତୋଳି ମାଳ ଗୁନ୍ଥିବା ,ନୂଆ ପୋଷାକ ପିନ୍ଧିବା ଆଉ ସ୍କୁଲ୍ ଭିତରେ
ଘେରାଏ ବୂଲି ଆସି ପାଖ ଗାଁମାନଙ୍କୁ ଯାଇ ସାଙ୍ଗମାନଙ୍କୂ ଡାକି ଆଣିବା ସତେ କା ପରୀ ରାଇଜରେ ବୁଲି ଆସିଲା ଭଳି ଲାଗୁଥିଲା l କୋଉ ଗାଁର ଛୋଟ ମୁଣ୍ଡିଆ ,କୋଉ ଗାଁର ବୁଦୁବୁଦିଆ ବଣ ,କୋଉ ଗାଁର ପଦ୍ମ ପୋଖରୀ ଆଡକୁ ମନ ଟାଣି ହେଇ ଯାଉଥିଲା l ପାଠ ପଢା ଚିନ୍ତା ନାହିଁ l ଯେତେ ବୁଲିଲେ ବି ବୁଲା ସରେନି l ସ୍କୁଲ୍ ର କାନିକା ,ବନ୍ଧା କୋବି ଘାଣ୍ଟ ,ଟମାଟ ଖଟା ଆଉ କ୍ଷିରୀ l ଭୋଗ ସବୁଠୁ ସୁଆଦିଆ ଲାଗୁଥିଲା l ଦିନ ରହେନି l ଗୋଟିଏ ପରେ ଗୋଟିଏ ପଡୁଛି ଯାଇ କାଳ ସ୍ରୋତର ଅଫେରା ସୁଅରେ l ତଥାପି ବେଳ ଅବେଳରେ ସେଇ କଥା ସବୁ ମନେ ପଡେ ଆଉ ମନଟାକୁ ଅବୁଝା କରିଦିଏ l ଆଲୋକ ଆଡକୁ ମୁହଁ କରି ଯାଉଥିଲା ବେଳେ ଏଇ ଦିନ ସବୁ ମନେ ପଡିବ ବୋଲି ସେତେବେଳେ ମନକୁ ଛୁଇଁ ବି ନଥିଲା l