STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ଫୁଲ ପରି ଦେବା ଉଷ୍ମତା ଭରି

ଫୁଲ ପରି ଦେବା ଉଷ୍ମତା ଭରି

2 mins
0

ସ୍କୁଲରେ ପାଳନ ହେଉଥିବା ଜାତୀୟ ଦିବସ ସବୁ ଭିତରେ ଅଗଷ୍ଟ ପନ୍ଦର, ସ୍ବାଧୀନତା ଦିବସ ଓ ଜାନୁଆରି ଛବିଶ, ଜନରାଜ୍ୟ ଦିବସରେ ମୁନା ଖୁବ ଖୁସିରେ ଫୁଲ ତୋଳେ ଓ ସ୍କୁଲ ନେଇ କ୍ରୀଡା ଶିକ୍ଷକଙ୍କ ହାତକୁ ଦିଏ. ସେ ସେସବୁରେ କିଛି ଫୁଲମାଳ କରିବାକୁ ଝିଅପିଲା ଅର୍ଥାତ ଛାତ୍ରୀଙ୍କୁ ଦେବା ସହ କିଛି କିଛି ଝୁରା ଫୁଲ ପତାକା ଭିତରେ ରଖି ଟାଙ୍ଗିଦିଅନ୍ତି ଝଣ୍ଡାକୁ ଉଚ୍ଚା କରି.ବଡ଼ ସାର ଆସି ପତାକା ଉତ୍ତୋଳନ କରିବା ବେଳେ ପତାକା ଭିତରୁ ରଙ୍ଗ ବେରଙ୍ଗର ଫୁଲ ସବୁ ଝରିପଡନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମୀ, ଛାତ୍ର, ଛାତ୍ରୀ ଓ ଉପସ୍ଥିତ ଆମନ୍ତ୍ରିତ  ସ୍କୁଲ ପରିଚାଳନା କମିଟିର ସଭ୍ୟ ଓ ସଭ୍ୟାମାନଙ୍କ ଉପରେ. ମୁନା ସମସ୍ତଙ୍କ ସହ ତାଳି ମାରିବା ସହ ଭାଷଣ ଶୁଣିଲା ଓ କହିଲା ତଥା ଖଜା, ଲଡୁ ଇତ୍ୟାଦି ବାଣ୍ଟିବାରେ ସାହାଯ୍ୟ ସହଯୋଗ କଲା ଓ ନିଜେ ଖାଉ ଖାଉ ଭାବୁଥିଲା କେତେ କଣ ଭିତରେ ଏଇ ଫୁଲମାନଙ୍କ କଥା. କାହାକୁ କିଛି ନପଚାରି ଘରକୁ ଫେରିବା ପରେ ଖାଇସାରିବା ପରେ ବୋଉଙ୍କର ଯାବତୀୟ କାମ ସରିବା ଯାଏଁ ଅପେକ୍ଷା କଲା ଓ ବୋଉ ଆସିବା ପରେ ପଚାରିବସିଲା ସାଧାରଣ ଲାଗୁଥିଲେ ବି ଆସାଧାରଣ ପ୍ରଶ୍ନଟିଏ ବୋଉଙ୍କୁ. ବୋଉ କହିପାରିବୁ କି ଏଇ ଜତୀୟ ପତାକା ଭିତରେ ଝୁରା ଫୁଲ କାହିଁକି ରଖାଯାଏ?ବୋଉ ପୁଅ ମୁନା ମୁଁହକୁ ଘଡିଏ ଚାହିଁଲେ ଆଉ କହିଲେ ତୁ ପଚାରିଥିବା ପ୍ରଶ୍ନଟି ସାମାନ୍ୟ ଲାଗୁଥିଲେ ବି ଅସମାନ୍ୟ.
    ଫୁଲସବୁ ଭଳି ଭଳି ରଙ୍ଗର ହେଲେ ମଧ୍ୟ ବହୁତ ସୁନ୍ଦର. ଅଶାନ୍ତ ମନରେ ଶାନ୍ତି ଦେବା ପାଇଁ ଫୁଲର ଜନ୍ମ. ବିରାଟ ଓକ ଗଛଟି ବହୁତ ଦିନ ବଞ୍ଚୁଥିଲେ ମଧ୍ୟ ତା ଠାରୁ ଖୁବ ଅଳ୍ପ ଓ ସ୍ୱଳ୍ପ ସମୟ ବଞ୍ଚୁଥିବା ଏଇ ଫୁଲ ଭିତରେ କେତେ ଉଷ୍ମତା ଅଛି ସତରେ!ତାକୁ ଦେଖି ଶାନ୍ତି ମିଳେ ମନକୁ, ଶ୍ରଦ୍ଧା ମିଳେ ହୃଦୟକୁ ଆଉ ସେମାନେ ଅର୍ଥ ଫୁଲମାନେ ଏହି ମଣିଷମାନଙ୍କ ଜୀଵନକାଳର ମଧ୍ୟ ପ୍ରତୀକ. ସେ ସତେ ଯେମିତି କହୁଥାଏ ସୁନେଲି ସକାଳୁ ଉଠି ମତେ ତୋଳିନିଅ ଓ ଠାକୁର ମଥା ଓ ପାଦରେ ପିନ୍ଧେଇ ଶାନ୍ତି ପାଅ. ପରିବାର ପିତୃପୁରୁଷଙ୍କୁ ଶ୍ରଦ୍ଧାରେ ସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କର ଓ ଯୋଉ ମାଟିରୁ ଜନ୍ମ, ଯେଉଁ ମାଟିରେ ଦିନେ ଏ ମରଶରୀର ମିଶିବ ଓ କେତେ ପୂର୍ବସୁରି ଯୋଉ ମାଟିରେ ମିଶିଯାଇଛନ୍ତି ତାଙ୍କ କର୍ମ ଓ ଧର୍ମ ମନେପକାଇ ମାଟି ମାଆକୁ ମଧ୍ୟ ଅର୍ପଣ କର. ସହଜେ ଏଇ ଜାତୀୟ ଦିବସ ଦୁଇଟିରେ ଆମ ଦେଶ ମାତୃକାକୁ ରକ୍ଷା କରିଥିବା ତଥା ସ୍ବାଧୀନତା ଆଣିଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏବଂ ତାଙ୍କ ପଥ ଓ ପାଥେୟ ଆପଣେଇ ସେହି ବାଟରେ ଚାଲିବାକୁ ଫୁଲ ଉଷ୍ମତା ଭରିଦିଏ. ଜାଗ୍ରତ କରାଏ. ଉଠରେ ଉଠରେ ଉତ୍କଳ ସନ୍ତାନ.. ଉଠିବୁ ତୁ କେତେ ଦିନେ.. ପୂରୁବ ଗୌରବ ପୂରୁବ ମହିମା ପଡୁନିକି ତୋର ମନେ ବୋଲି ଲେଖି ଗାଇ ଉଠିଥିବା ମଧୁସୂଦନ ଦାସଙ୍କ କବିତାଟିକୁ ସତେ ଯେମିତି ନରମ ଓ ସୌନ୍ଦର୍ଯ୍ୟ ବହନ କରୁଥିବା ଫୁଲ ମନେପକାଇ ଉଷ୍ମତା ଜଗାଇଥାଏ ପ୍ରତ୍ୟେକ ନାଗରିକମାନଙ୍କ ମନରେ. ମୁନା କିଛି ବୁଝି କହୁଥିଲା ହଁ ମାଆ ସେଇଥିପାଇଁ, ଗାନ୍ଧୀ ଗୋପବନ୍ଧୁ ତଥା ଅନ୍ୟାନ୍ୟ ବୀର ଓ ବରପୁତ୍ରଙ୍କ ଜନ୍ମ ଜୟନ୍ତୀରେ ଆମେ ଆଗ ଫୁଲମାଳ ଚଢେଇ ଶ୍ରଦ୍ଧା ସୁମନର ଉଷ୍ମତାର ପ୍ରତୀକ ଫୁଲ ପରି ଅଳ୍ପ ଦିନର ରହଣି ଭିତରେ ଦେଶମାତୃକା ପାଇଁ କିଛି କରି ସେହି ଅମର ଆତ୍ମାମାନଙ୍କ କାର୍ଯ୍ୟ ଭଳି କାର୍ଯ୍ୟ କରିବାକୁ ଫୁଲ ପ୍ରେରଣା ଦେଇଥାଏ. ବୋଉ ଏଥର ଚାଲିଲେ ଫୁଲ ବାଗିଚାରେ ପାଣିଦେବାକୁ ତ ପଛେ ପଛେ ମୁନା.


Rate this content
Log in