Amiya Bej

Others

2  

Amiya Bej

Others

ଫରକ

ଫରକ

2 mins
7.3K


ଫରକ

ଅମିୟ ବେଜ୍

ଘଟଗାଁ, କେନ୍ଦୁଝର

          ମୋ ବାପା ତାଙ୍କ ମା'କୁ 'ମାଆ' ହିଁ ଡ଼ାକୁଥିଲେ । ଜାଣିନାହିଁ କାହିଁକି ଆମକୁ 'ମାଆ' ବଦଳରେ 'ବୋଉ' ଶିଖାଇଲେ । କଥା ସେତିକିରେ ସରିଲାନି । ମୋ ପୁଅ ତା ମା'କୁ 'ବୋଉ' ଡାକୁ, ସତକଥା ଆମେ ଚାହୁଁ ନଥିଲୁ । କେମିତି ପୂରୁଣିଆ ଲାଗୁଥିଲା । ଶେଷକୁ 'ମାମା'ରେ କଥା ଛିଡିଲା । ମା-ବୋଉ- ମାମାକୁ ତିନିପିଢି ଲାଗିଗଲା । ପଡିଶା ପିଲାଏ ତ ମମ୍ମି, ମମ୍ ଆଦିରେ ଚାଲୁଥିଲେ । ଟିକିଏ ଆଗୁଆ ଥିଲେ ବୋଧେ । ତେବେ ଏଇଟା ଗୋଟେ ବଡକଥା କ'ଣ ଯେ ? ଯାହା ଯେମିତି ଡାକିଲେ ବି ମାଆଟା ମା' । ଫରକ୍ କ'ଣ ?

          ସେଦିନ ଛୁଟିଟାରେ ବସି ପୁରୁଣା ଆଲବମ୍ ଓଲଟାଉଥିଲି । ଆଜିକାଲି ସେ ଆଲବମ୍ ଯୁଗ ଗଲାଣି । ବୁଢୀମା'ର ଫୋଟୋଟେ ମିଳିଲା । କି ଅପୂର୍ବ ସତେ ! ପାଟ ପିନ୍ଧି, ଟୋପାଏ ଗୋଲ୍ ସିନ୍ଦୂର ଲଗାଇ ବସିଛି ବୁଢୀ । କେମିତି ଦେବୀଟିଏ ପରି ଦିଶୁଥିଲା । ପରେପରେ ଫଟୋଟିଏ ମିଳିଲା ମୋ ପିଲାଦିନର । ପୂରା ପରିବାର ଯାଇଥିଲୁ ବୁଲିବାକୁ ପୁରୀ । କୋଣାର୍କ ଚକ୍ର ଆଗରେ ବାପାବୋଉଙ୍କର ମିଳିତ ଫଟୋ । ବାପା ଚାହିଁଥିଲେ ବୋଉଆଡେ । ସମ୍ବଲପୁରୀ ଶାଢୀ ପିନ୍ଧି ଲାଜଲାଜ ହୋଇ ବୋଉ ଚାହିଁଥିଲା ତଳକୁ । ଖୁବ୍ ସୁନ୍ଦର ଲାଗୁଥିଲା ଫଟୋଟି । ଆମମାନଙ୍କ ଫଟୋ ଆଲବମ୍ ରେ ମିଳିବ ନାଇଁ । କାନ୍ଥରେ ଏକ ଲାମିନେଟେଡ୍ ବକ୍ସ ସାଇଜ୍ ଫଟୋ ଝୁଲୁଥିଲା ଆମର । ଯେଉଁଥିରେ ସୌମ୍ୟା ଗୁଜୁରାଟି ଲେହେଙ୍ଗା ପିନ୍ଧି ଏମିତି ଲାଗୁଥିଲା ଯେ, ନିଜ ପ୍ରଶଂସା କ'ଣ ଆଉ କରିବି ! ଏତିକିବେଳେ କିଏ ଜଣେ ବେଲ୍ ମାରିଲା । ସବୁ ଶୋଇଥିଲେ । ଅଗତ୍ୟା ମୁଁ ଖୋଲିବାକୁ ଗଲି । ସାମ୍ନାରେ ଋତିକ୍ ର ମମ୍ମି । ସୌମ୍ୟାର ଖାସ୍ ଦୋସ୍ତ । କିଏ କହିବ ଆଠ ନ' ବର୍ଷ ଛୁଆର ମା' ୟା'କୁ ! ଟପ୍, ଜୀନ୍ସ, ଲିପିଷ୍ଟିକ୍ ଆଦିରେ କଲେଜ ପିଲାଙ୍କୁ ଫିକା କଲାପରି ରୂପ । ପଛକୁ ଓଲଟି ଦେଖଲି ସୌମ୍ୟା ଉଠିପଡିନି ତ ? 


Rate this content
Log in