Gayatri Singh

Others

3  

Gayatri Singh

Others

ପାଲି

ପାଲି

1 min
337



ଯୁଧିଷ୍ଠିର ପଶା ଖେଳରେ ରାଜ୍ୟ,ସମ୍ପତି, ଭାଇ ମାନଙ୍କୁ ହାରି ସାରିବା ପରେ ଦୁର୍ଯୋଧନ ଙ୍କ ଆହ୍ୱାନ କ୍ରମେ ଦ୍ରୌପଦୀ ଙ୍କୁ ବାଜିରେ ଲଗାଇଦେଲେ । ସେ ଥରେ ହେଲେ ଚିନ୍ତା କରିନଥିଲେ ଦ୍ରୌପଦୀ ହେଉଛନ୍ତି କୁଳବଧୂ, ବଂଶର ମର୍ଯ୍ୟଦା ଲଜ୍ଜ୍ୟା । ଏମିତି ବି କୁନ୍ତୀ ଙ୍କ ଆଦେଶ କ୍ରମେ ଦ୍ରୌପଦୀ ପାଂଚ ଭାଇଙ୍କର ପତ୍ନୀ ହୋଇ ସାରିଥିଲେ । ଗୋଟିଏ ନାରୀ ପାଇଁ ପାଂଚ ପତି! ସେ କିପରି ପାଂଚ ପତି ସହିତ ଖାପ ଖୁଆଇ ସଂସାର ଗଢିଥିବେ, ଜଣେ ସାଧାରଣ ନାରୀ ପାଇଁ ଏହା ସମ୍ଭବ ନୁହେଁ । ଦୈବୀ ଅଂଶରେ ଜନ୍ମ ନେଇ ଥିବାରୁ ସେ ତାହା ସମ୍ଭବ କରିପାରିଲେ । ଜଣେ ସ୍ୱାମୀର ଅଧିକାର ରେ ସେ ସ୍ତ୍ରୀ କୁ ସଭା ମଧ୍ୟରେ ବାଜି ଲଗାଇ ଥିବାରୁ ଯୁଧିଷ୍ଠିର କେତେ ଅସହାୟ ଆଉ କେତେ ଅନୁତପ୍ତ ତାହା ମହାକାବ୍ୟ ରୁ ସହଜରେ ଅନୁମେୟ କରିହୁଏ । କୌଣସି ସାଧାରଣ ମନୁଷ୍ୟ ଦ୍ୱାରା ଏ କାର୍ଯ୍ୟ ସମ୍ଭବ ନୁହେଁ । ଅସାଧାରଣ ବ୍ୟକ୍ତିତ୍ୱ, ସତ୍ୟ ନ୍ୟାୟର ଅଧିକାରୀ ଯୁଧିଷ୍ଠିର କେଉଁ ପରିପ୍ରେକ୍ଷୀରେ ନିଜର ସମ୍ମାନୀୟା ପତ୍ନୀ ଗୃହବଧୂ କୂଳର ମର୍ଯ୍ୟଦାକୁ ପଶାପାଲୀ ରେ ବାଜି ଲଗାଇଦେଲେ ତାହା ସମଗ୍ର ଭାରତ ବର୍ଷ ଜ୍ଞାତ । ଦ୍ରୌପଦୀ ବି ସେଠାରେ ମୁହଁ ଖୋଲି ନାହାଁନ୍ତି । ସଭା ମଧ୍ୟରେ ଦୁର୍ଯୋଧନ ର ହୁଙ୍କାର ଦୁଃଶାସନର ମାତୃ ସମାନ ଭାଉଜ ପ୍ରତି ଆହ୍ୱାନ ନିଜ କୋଳରେ ବସାଇବାର ଯେଉଁ ହୁଙ୍କାର ପରବର୍ତି ସମୟରେ କୌରବଙ୍କୁ ମହଙ୍ଗା ପଡିଥିଲା । ହେଲେ ସେହି ସମୟରେ ସଭା ମଧ୍ୟରେ ସ୍ୱାମୀ ମାନଙ୍କର ଅସହାୟକୁ ସେ ଲୋମେ ଲୋମେ ହୃଦୟଙ୍ଗମ କରିଥିଲେ । ଆଉ ପରବର୍ତି ସମୟରେ ଦୁଃଖରେ ଭାଙ୍ଗି ପଡିଥିଲେ । ପଶାପାଲି ରେ ସିନା ସ୍ୱାମୀ ମାନେ ହାରିଯାଇଥିଲେ ହେଲେ ଜୀବନ ଯୁଦ୍ଧରେ ତାଙ୍କର ବିଜୟ ହୋଇଥିଲା, ଧର୍ମର ବିଜୟ ହୋଇଥିଲା ନ୍ୟାୟର ବିଜୟ ହୋଇଥିଲା । ଏହି ବିଜୟ କେବଳ ପାଣ୍ଡବ ମାନଙ୍କର ନଥିଲା, ଥିଲା ନାରୀ ମର୍ଯ୍ୟଦାର । 



Rate this content
Log in