Rasmi Rekha Tripathy

Others

2  

Rasmi Rekha Tripathy

Others

ଓକିଲ

ଓକିଲ

1 min
571



       ପେଶାରେ ମୁଁ ଓକିଲ l କେବଳ ସେହି ଏକ ମାତ୍ର କାରଣ ଯୋଗୁଁ ଭଦ୍ରଲୋକ ତାଙ୍କ ପୁଅ ସହ ମୋ ଝିଅର ବିବାହ ପ୍ରସ୍ତାବରେ ରାଜି ହୋଇ ନ ଥିଲେ l ତାଙ୍କର ଧାରଣା ଥିଲା ଯେ, ଓକିଲମାନେ କେବଳ ସତକୁ ମିଛ, ଆଉ ମିଛକୁ ସତ କରନ୍ତି l କିଛି ଦିନ ପରେ ଯେତେବେଳେ ସେ ମିଥ୍ୟା ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ଫସିଗଲେ, ପ୍ରଥମେ ମୋ ପାଖକୁ ହିଁ

ଆସିଥିଲେ l ଧରି ପକେଇଥିଲେ ମୋ ହାତ l ଆଖିରେ ତାଙ୍କର ଅପରାଧବୋଧତାର ଗ୍ଲାନି l ମୁଁ କିଛି ନ କହି ତାଙ୍କୁ କାଗଜପତ୍ର ମାଗିଲି ଆଗାମୀ ତାରିଖକୁ ପ୍ରସ୍ତୁତ ହେବା ପାଇଁ l ନିଜର ନିର୍ଦ୍ଦୋଷ ମହକିଲଙ୍କୁ ଦୋଷମୁକ୍ତ କରିବା ଓକିଲର ପ୍ରଥମ ଧର୍ମ ବୋଲି ମୁଁ ମନେ କରେ l



Rate this content
Log in