ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ନୂତନ ଶ୍ଳୋକ

ନୂତନ ଶ୍ଳୋକ

3 mins
634


ଜହ୍ନମାମୁଁ (ଜୁନ୍ 2012)


ରାଜାଙ୍କର ସେବା କରିବା ଖଣ୍ଡା ଧାରରେ ଚାଲିବା ସହିତ ସମାନ l ଯଦିଓ, ରାଜା ଭୋଜ କାଳିଦାସଙ୍କୁ ନିଜର ପ୍ରାଣତୁଲ୍ୟ ମନେ କରୁଥିଲେ, ତଥାପି ସେ ଥରେ ତାଙ୍କ ଉପରେ ଅସନ୍ତୁଷ୍ଟ ହେଲେ l କାଳିଦାସ ଧାରାନଗରୀ ଛାଡି ଚାଲିଗଲେ l କାଳିଦାସ ଚାଲିଯିବାପରେ ଭୋଜରାଜାଙ୍କ ପଣ୍ଡିତମାନଙ୍କ ମଧ୍ୟରେ ଯେପରି ଏକ ପ୍ରକାରର ଅରାଜକତା ବ୍ୟାପିଗଲା l ସେହି ପଣ୍ଡିତମାନଙ୍କ ମଧ୍ୟରେ ତିନି ଜଣ ଚାଲାକ୍ ବ୍ୟକ୍ତି ମିଳିତ ହୋଇଯାଇଥିଲେ l ସେମାନଙ୍କ ମଧ୍ୟରୁ ଜଣେ ଏପରି ଥିଲେ ଯେ, ଯାହା ବି ଥରେ ଶୁଣିଲେ ମନେ ରଖି ଦେଉଥିଲେ l ଦ୍ୱତୀୟ ବ୍ୟକ୍ତିଟି ଦୁଇ ଥର ଶୁଣିଲେ ମନେ ରଖିଦେଉଥିଲେ ଏବଂ ତୃତୀୟ ବ୍ୟକ୍ତି ତିନି ଥର ଶୁଣିଲା ପରେ ହିଁ ମନେ ରଖିପାରୁଥିଲେ l ଅବସ୍ଥା ଏହିପରି ଥିଲା l


ଯେତେବେଳେ କୌଣସି କବି ନୂତନ ଶ୍ଳୋକ ଲେଖି ରାଜାଙ୍କୁ ଶୁଣାଉଥିଲେ, ରାଜା ଭୋଜ ତାଙ୍କୁ ପୁରସ୍କାର ଦେଇ ସମ୍ମାନିତ କରୁଥିଲେ l ତାଙ୍କର ପ୍ରଶଂସା କରୁଥିଲେ l କିନ୍ତୁ ଏହି ତିନି ଜଣଙ୍କର ଆସିବା ପରଠାରୁ ପୁରସ୍କାରର ପରିପାଟୀ ଯେମିତି ଭାଙ୍ଗିଯାଇଥିଲା, କାରଣ ଯଦି କେହି ଜଣେ ନୂତନ ଶ୍ଳୋକ ଶୁଣାଉଥିଲେ, ତିନି ଜଣଯାକ ପ୍ରଥମେ ଉଠି କହୁଥିଲେ – “ମୁଁ ଏହି ଶ୍ଳୋକ ଶୁଣିଛି l” ଏବଂ ସେ ତୁରନ୍ତ ସମ୍ପୂର୍ଣ୍ଣ ଶ୍ଳୋକଟି ଶୁଣାଇ ଦେଉଥିଲା, ତା’ପରେ ଦ୍ୱିତୀୟ ଓ ତୃତୀୟ ବ୍ୟକ୍ତି ଉଠି ଶ୍ଳୋକ ଶୁଣାଉଥିଲେ l ରାଜା ଭୋଜ ବିଶ୍ୱାସ କରୁଥିଲେ ଯେ, ଏହା କୌଣସି ପୁରୁଣା ଶ୍ଳୋକ l କବି ମିଛ କହୁଛନ୍ତି l ତେଣୁ କବିଙ୍କୁ ସମ୍ମାନିତ କରିବା ପରିବର୍ତ୍ତେ, ଘୋର ଅପମାନ କରୁଥିଲେ l


    ଏହିପରି ଭାବରେ କେତେକ ପଣ୍ଡିତ ରାଜା ଭୋଜଙ୍କ ଦରବାରକୁ ଆସି ପୁରସ୍କାର ପାଇବା ବଦଳରେ ଅପମାନିତ ହୋଇ ଫେରିଯାଇଥିଲେ l ଏହିପରି ଭାବରେ ଜଣେ ଅପମାନିତ ହୋଇଥିବା ପଣ୍ଡିତ, ଥରେ କୌଣସି ଦୂର ଦେଶରେ କାଳିଦାସଙ୍କୁ ଭେଟିଲେ l ଏ ସବୁ ଘଟଣା ଗୋଟି ଗୋଟି କରି କହିଲେ l

    ପଣ୍ଡିତଙ୍କର ତିକ୍ତ ଅନୁଭବ ଶୁଣି କାଳିଦାସ ବହୁତ ଚିନ୍ତିତ ହେଲେ l ସେ ଜାଣିବାକୁ ପାଇଲେ ଯେ, ତାଙ୍କର ଚାଲିଯିବା ପରେ ଭୋଜରାଜଙ୍କ ଦରବାରର ଅଧୋଗତି ହୋଇଛି l କାଳିଦାସ ରାଜା ଭୋଜଙ୍କୁ ଓ ତିନି ପଣ୍ଡିତଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ପଣ୍ଡିତଙ୍କୁ ଗୋଟିଏ ଶ୍ଳୋକ ଲେଖି ଦେଇ କହିଲେ – “ଏହି ଶ୍ଳୋକ ରାଜାଙ୍କ ଦରବାରକୁ ଯାଇ ପଢିବ l ପଣ୍ଡିତ ଶ୍ଳୋକଟି ପଢି ଶୁଣାଇଲେ l

“ସ୍ୱସ୍ତି ଶ୍ରୀ ମହାଭୋଜରାଜ !

ତ୍ରିଭୂବନ ବିଦିତ ଧାର୍ମିକସ୍ତେ ପିତା

ଭୂପ୍ତିତ୍ରାତେ ବୈ ଗୃହୀତା ନବନବତିମିତା

ରକ୍ଷକଚୌ ନଦୀୟାଃ

ତାମେଦେ ହୋତି, ରାଜନ୍ ସକଳ ବୁଦ୍ଧ

ଜନୈର୍ଯ୍ୟାୟତେ ସତ୍ୟମେତ

ତ୍ରୋବା ଜନନ୍ତିତେ ନମସ୍କୃତି ମଥବା

ଦେହି ଲକ୍ଷ୍ମୈ ତେମେ l”

“ଶ୍ରୀ ଭୋଜରାଜ ସ୍ୱସ୍ତି l ତିନି ଲୋକରେ ପ୍ରସିଦ୍ଧ ଦାତା , ଧର୍ମାତ୍ମା, ଆପଣଙ୍କର ପିତା ମୋ ଠାରୁ ଏଗାର କୋଟି ରତ୍ନ ନେଇଥିଲେ l ମୋତେ ସେହି ରତ୍ନ ପ୍ରଦାନ କରନ୍ତୁ l ଏହି ପଣ୍ଡିତମାନେ ବି ଜାଣନ୍ତି ଯେ ଏ କଥା ସତ l ଯଦି ଜାଣନ୍ତି ନାହିଁ ମୋତେ ଏହି ଶ୍ଳୋକ ପାଇଁ ଅତି କମରେ ଏକଲକ୍ଷ ରତ୍ନ ଦିଅନ୍ତୁ l”


    ଏହି ଶ୍ଳୋକ ଶୁଣିବା ମାତ୍ରେ ତିନି ପଣ୍ଡିତ ଦ୍ୱିଧାରେ ପଡିଲେ l ଯଦି ପ୍ରଥମରୁ ସେମାନେ କେବେ ଯଦିଏହି ଶ୍ଳୋକ ଶୁଣିଛନ୍ତି ତେବେ ଏକଥା ସତ ଯେ ରାଜା ଭୋଜଙ୍କର ପିତା ପଣ୍ଡିତଙ୍କଠାରୁ ଏଗାର କୋଟି ରତ୍ନ ନେଇଥିଲେ l ଏ କଥା ଏହି ଶ୍ଳୋକରେ ଲେଖାଯାଇଛି l ଏହି ରତ୍ନ ବିଷୟରେ ଯେଉଁମାନେ ଏହି ଶ୍ଳୋକ ଶୁଣିନାହାନ୍ତି ସେମାନେ ଜାଣନ୍ତି ନାହିଁ l ଯଦି ସେମାନେ କହିବେ ଯେ, ସେମାନେ ଏହି ଶ୍ଳୋକ ଶୁଣିନାହାନ୍ତି, ତେବେ ଏହି ଶ୍ଳୋକକୁ ନୂଆ ବୋଲି ଗ୍ରହଣ କରାଯିବ l ରାଜା ଭୋଜଙ୍କୁ ମାତ୍ର ଏକଲକ୍ଷ ରତ୍ନ ଦେବାକୁ ପଡିବ l ଯଦି ଏହି ଶ୍ଳୋକ ପୂର୍ବରୁ ଶୁଣିଛନ୍ତି ବୋଲି କହିବେ ତେବେ ଭୋଜ ରାଜଙ୍କୁ ଏଗାରକୋଟି ରତ୍ନ ଦେବାକୁ

ପଡିବ l ଦରବାରରେ ସମସ୍ତ ବ୍ୟକ୍ତି ଗ୍ରହଣ କରି ନେଲେ ଯେ, ଏହା ନୂଆ ଶ୍ଳୋକ l ତିନିଜଣ ଯାକ ଚାଲାକ୍ ବ୍ୟକ୍ତି ନିରବ ହୋଇ ରହିଲେ l ରାଜା ଭୋଜ ପଣ୍ଡିତଙ୍କୁ ଏକଲକ୍ଷ ରତ୍ନ ପୁରସ୍କାର ଦେଇ କହିଲେ –“ପଣ୍ଡିତ ମହାଶୟ, ଆପଣ ଏପରି ଶ୍ଳୋକ କାହିଁକି ଲେଖିଲେ ?”

    ପଣ୍ଡିତ ଭୋଜ ରାଜଙ୍କୁ ସବୁକଥା ଶୁଣାଇଲେ l        


ପ୍ରଥମେ କିପରି ସେ ଗୋଟିଏ ନୂଆ ଶ୍ଳୋକ ଲେଖିଥିଲେ ଏବଂ ତାଙ୍କର ଅପମାନ କରାଯାଇଥିଲା l ସେ ତାଙ୍କର କାହାଣୀ ଜଣେ ବ୍ରାହ୍ମଣଙ୍କୁ କହିଲେ ଓ ସେହି ବ୍ରାହ୍ମଣ ତାଙ୍କୁ ଏହି ଶ୍ଳୋକଟି ଲେଖି ଦେଇଥିଲେ l

 

   ରାଜା ଭୋଜଙ୍କର ତୁରନ୍ତ ସନ୍ଦେହ ହେଲା ଯେ ଏହି ଶ୍ଳୋକ ଲେଖିଥିବା ବ୍ୟକ୍ତି କାଳିଦାସଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି l ଏହି ବୁଦ୍ଧି କାଳିଦାସଙ୍କ ବ୍ୟତୀତ ଆଉ କାହାର ହୋଇନପାରେ l ସେ ତୁରନ୍ତ ତାଙ୍କ ନିକଟରେ କ୍ଷମା ମାଗିଲେଏବଂ ଆଦର ଅଭ୍ୟର୍ଥନା ସହିତ କାଳିଦାସଙ୍କୁ ଧାରା ନଗରୀକୁ ପୁନର୍ବାର ଫେରାଇ ଆଣିଲେ l


Rate this content
Log in