Ramakant Rout

Others

5.0  

Ramakant Rout

Others

ମୋ ବାପାଙ୍କୁ ଚିଠି

ମୋ ବାପାଙ୍କୁ ଚିଠି

3 mins
206



ସେଦିନ ୧୯୯୩ ମସିହାର ଜୁନ ୨୩ ତାରିଖ ବୁଧବାର କଥା । ହାଇସ୍କୁଲ୍ ରେ ମୋର ପ୍ରଥମ ଦିନ ଥିଲା । ନୂଆ ନୂଆ ସାଙ୍ଗମାନଙ୍କ ଗହଣରେ ଟିକେ ଅସହଜ ଲାଗିବା ସହିତ ଅନେକ ଉତ୍ସାହ ଉଦ୍ଦୀପନା ମନରେ ଭରି ରହିଥିଲା । ଜଣ ଜଣ କରି ଆମେ ନିଜ ନିଜ ବିଷୟରେ କଥା ହୋଇ ଚିହ୍ନା ପରିଚିତ ହେଉଥିଲୁ ।


ପ୍ରଥମ କରି ଶ୍ରେଣି ଗୃହକୁ ଶିକ୍ଷକ ପ୍ରବେଶ କରିଥିଲେ । ସେତେବେଳେ ଆମେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଚିହ୍ନି ନଥିଲୁ । ସଦାନନ୍ଦ ସାରେ ଶ୍ରେଣିରେ ପ୍ରଥମ ଉପସ୍ଥାନ ନେବାପରେ ଗୃହରେ ପ୍ରବେଶ କରି ସ୍ବାଗତ ଅଭିବାଦନ କଲେ ଓ ସମସ୍ତଙ୍କୁ ନିଜ ନିଜ ବିଷୟରେ ଜଣ ଜଣ କରି କହିବା ପାଇଁ କହିଲେ । ସମସ୍ତେ ନିଜ ନିଜ ବିଷୟରେ କହି ସାରିବା ପରେ ଶିକ୍ଷକ "ତୁମ ଜୀବନର ଲକ୍ଷ୍ୟ କଣ" ପଚାରୁଥିଲେ । ସମସ୍ତେ ଜଣ ଜଣ କରି ନିଜ ନିଜର ତଥ୍ୟ ପ୍ରଦାନ କରିବା ପରେ କିଏ କହୁଥିଲା ମୋର ଲକ୍ଷ୍ୟ "ଡାକ୍ତର ହେବି ତ କିଏ କହୁଥିଲା ଇଞ୍ଜିନିୟର ଓ କିଏ କହୁଥିଲା ଶିକ୍ଷକତା କରିବି ତ କିଏ କହୁଥିଲା ପୋଲିସ୍ ହୋଇ ସମାଜର ସେବା କରିବି । କିଛି ସମୟ ପରେ ମୋ ସମୟ ପଡିଲା, ମୁଁ ନିଜ ବିଷୟରେ ବାପାଙ୍କ ବିଷୟରେ ଓ ଘର ପରିବାର ବିଷୟରେ ସମସ୍ତ ତଥ୍ୟ ଦେଲି । ସେତେବେଳେ ବି ଶିକ୍ଷକ ପଚାରିଥିଲେ ତୁମ ଜୀବନର ଲକ୍ଷ୍ୟ କଣ ??? ସେଦିନ ମୁଁ ନୀରବ ଥିଲି, କିଛି ବି କହିନଥିଲି । ଶିକ୍ଷକ ମୋତେ କହିଥିଲେ ହାଇସ୍କୁଲ୍ ରେ ପହଞ୍ଚିଲଣି, ହେଲେ ଜୀବନର ଲକ୍ଷ୍ୟ କଣ ଜାଣିନାହଁ ?


ତଥାପି ମୁଁ ଚୁପ୍ ଥିଲି । ଶିକ୍ଷକ ମୋତେ ବୁଝାଇଥିଲେ ଲକ୍ଷ୍ୟ ପଥ ସ୍ଥିର ନକଲେ ତୁମେ କେଉଁଠି ବି ପହଞ୍ଚି ପାରିବ ନାହିଁ, ଜୀବନ ଯାତ୍ରାରେ ତୁମେ ଛନ୍ଦି ହୋଇହାରିଯିବ । ଏହା ପରେ ମୋତେ ବସିବାକୁ କହିଥିଲେ, ମୁଁ ବସିଗଲି ଓ ମନେ ମନେ ବିଚାର କଲି ଏପରି ଲକ୍ଷ୍ୟ ସ୍ଥଳକୁ ମୁଁ କାହିଁକି ବାଛିଲି ଯେଉଁଠି ମୁଁ କେବେ ପହଞ୍ଚି ପାରିବି ନାହିଁ ।


ସନ୍ଧ୍ୟାରେ ବାପା ହାଇସ୍କୁଲ୍ ରେ ପ୍ରଥମ ଦିନ କିପରି କଟିଲା ପଚାରିଲେ ଓ ମୁଁ ସମସ୍ତ କଥା କହିଥିଲି । ବାପା କହିଲେ ତୁମେ ତୁମ ଜୀବନର ଲକ୍ଷ୍ୟ କଣ କହିଲ ନାହିଁ କାହିଁକି ?


ମୁଁ କହିଥିଲି ବାପା ମୋ ଜୀବନର ଲକ୍ଷ୍ୟ ବହୁତ କଠିନ, କାରଣ ମୁଁ ଜାଣିନି ମୁଁ ବାଛିଥିବା ଲକ୍ଷ୍ୟ ସ୍ଥଳ ଏତେ କଠିନ ଯେ ମୁଁ ସେଠାରେ କେବେ ପହଞ୍ଚି ପାରିବି କି ନା ମୁଁ ନିଜେ ଜାଣି ନାହିଁ । ବାପା ପଚାରିଥିଲେ ତୁମ ଜୀବନର ଲକ୍ଷ୍ୟ କଣ ? ସେଦିନ ବି ନିରବ ଥିଲି , ମୁଁ ଜାଣିନାହିଁ ସେଦିନ ମୋ ଜୀବନର ଲକ୍ଷ୍ୟ ଠିକ୍ ଥିଲା କି ଭୁଲ୍ ? କିନ୍ତୁ ବାପା ମୋତେ ବାହାରକୁ ବୁଲାଇ ନେଲେ ଓ କହିଥିଲେ ତୁମେ ଯଦି ଜୀବନର ଲକ୍ଷ୍ୟପଥ ସ୍ଥିର ନକରିବ ତାହେଲେ ପ୍ରେତ୍ୟକ କ୍ଷେତ୍ରରେ ତୁମକୁ ପରାଜୟ ଗ୍ରହଣ କରିବାକୁ ପଡ଼ିବ । ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଓ ମୋ ଶରୀରରେ ରକ୍ତ ବିନ୍ଦୁଟିଏ ପ୍ରବାହିତ ହେଉଥିବା ପର୍ଯ୍ୟନ୍ତ ମୁଁ ତୁମ ସହ ଅଛି । ସେଦିନ ବାପାଙ୍କ କଥା ଶୁଣି ବହୁତ ଖୁସିରେ ଆଖିରୁ ଧାର ଧାର ଲୁହ ଝରିଥିଲା ଓ ଆଜି ସେ କଥା ଭାବି ଲୁହ ଝରାଉଛି। ସେଦିନ ପର ଠାରୁ ବାପା ତ କେବେ ହାରି ନଥିଲେ, ହେଲେ ଜୀବନ ଯୁଦ୍ଧରେ ହାରି ଯାଇଥିଲି ମୁଁ ।


ମନେ ପଡିଯାଉଛି ବାପାଙ୍କ ସେହି ପଦିଏ କଥା, "ମୋ ଶରୀରରେ ରକ୍ତ ବିନ୍ଦୁଟିଏ ଥିବା ପର୍ଯ୍ୟନ୍ତ ମୁଁ ତୁମ ସହିତ ଅଛି ' । ବୋଧେ ସେହି କଥା ପଦଟିର ମୂଲ୍ୟ ବୁଝିବାକୁ ସେଦିନ ମୁଁ ଯୋଗ୍ୟ ନଥିଲି । ମୋ ଜୀବନର ଲକ୍ଷ୍ୟ ଓ ମୋ ବାପାଙ୍କ କଥା ପଦଟି କାଳ କାଳ ପାଇଁ ଜୀବନରେ ମୋର ଅଭୁଲା ସ୍ମୃତି ହୋଇ ରହିଗଲା । ବାପା, ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ ଓ ଭଲପାଏ ବି ବହୁତ । ଆପଣ ମୋର ଆଦର୍ଶ, ଆପଣ ମୋର ଗୁରୁ ଓ ଆପଣ ମୋ ଭଗବାନ ମୋତେ ଆଶୀର୍ବାଦ କରିବ ।।


Rate this content
Log in