Shibashis Padhee

Others

3  

Shibashis Padhee

Others

ମିଛ କାଗଜ

ମିଛ କାଗଜ

5 mins
722


ରାତି ବସ ରେ ବସାଇ ଭାଇ କେତେବେଳୁ ଯାଇ ସାରିଲାଣି !ସ୍ଲିପର ସିଟ ଏଣୁ ଟିକିଏ ଆଉଜି ହୋଇ ବସି ରହିଛି ରିତା !ପାଖରେ କେତେବେଳୁ ଶୋଇ ଗଲାଣି ମାମାଲି !ଭାରି ଗୁଳୁଗୁଳିଆ ଦେଖା ଯାଉଛି ନିରୀହ ନିଷ୍ପାପ ଛୁଆ ଟି !କିଛି ଜାଣୁନାହିଁ କଣ ଚାଲିଛି ତା ବାପା ମା ଭିତରେ !ଚିନ୍ମୟ କୁ ରାଗିକି ସେ ଭୁବନେଶ୍ୱର ଆସିବା ପ୍ରାୟ ମାସେ ହେଲାଣି !ଥରେ ଥରେ ମାମାଲି ପଚାରେ

ମା ବାପା କେବେ ଆସିବେ?? ଭାରି ନିରୀହ ସେ ପ୍ରଶ୍ନ ଅତି ସରଳ କିନ୍ତୁ ତାର ଉତ୍ତର ଯେ ଏତେ ଜଟିଳ ସେ ଛୋଟ ଛୁଆ ଜାଣିବ କିପରି !

ଚିନ୍ମୟ ଯେ ଏପରି ଏକ ପଦକ୍ଷେପ ନେବେ ସେ ବିଷୟରେ କେବେ କଳ୍ପନା ବି କରି ନ ଥିଲା ରିତା !ଆଜି ସକାଳେ କିନ୍ତୁ ପାଦ ତଳୁ ମାଟି ଖସି ଯାଇଥିଲା ଯେତେବେଳେ ରେଜେଷ୍ଟି ଡାକ ରେ ଓକିଲ ନୋଟିସ ଆସିଥିଲା !ଚିଠି କୁ ପଢି ଳଥ କିନା ବସି ଯାଇଥିଲା ସେ, !ମୁହଁ ରୁ କଥା ବାହାରି ନ ଥିଲା କିଛି ସମୟ !ଜୋର ରେ ଡାକ ଛାଡିଥିଲା ମା କୁ ! ଧାଇଁ ଆସିଥିବା ମା କୁ ଚିଠି ଟି ବଢ଼ାଇ ଦେଇଥିଲା ରିତା !

ଚିଠି ଟି ପଢି ରାଗ ରେ ଥରୁ ଥିଲା ମା

""ତୁ ବ୍ୟସ୍ତ ହନା ରିତା, କଣ ଭାବିଛି ସେ ମୋ ଝିଅ କୁ ଡିଭୋର୍ସ ଦେବ !ବାକି ଜୀବନ ତକ ଯଦି ଜେଲ ରେ ନ କାଟିବ ହେଲେ ମୋତେ କହିବୁ !""

କହି ସାଙ୍ଗେ ସାଙ୍ଗେ ପୁରୁଷୋତ୍ତମ ବାବୁ ଙ୍କୁ ଫୋନ ଲଗାଇଲା ମା !

ପୁରୁଷୋତ୍ତମ ବାବୁ ବାପା ଙ୍କ ସାଙ୍ଗ ସହର ର ପ୍ରତିଷ୍ଠିତ ଓକିଲ !ଏ ସବୁ ପାରିବାରିକ ମାମଲା ରେ ଭାରି ଅଭିଜ୍ଞ !ସବୁ କଥା କହି ସାଙ୍ଗେ ସାଙ୍ଗ ଆସିବା ପାଇଁ କହିଥିଲା ମା !

କୌଣସି ଏକ କେଶ ରେ ବ୍ୟସ୍ତ ଥିବାରୁମୋଟେ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇଥିଲେ ସେ !ଏପରି ଦଣ୍ଡ ବିଧାନ କରାଇବା ଯେ ତାଙ୍କ ସାତ ପୁରୁଷ ମନେ ରଖିବେ କହି ସନ୍ଧ୍ୟା କୁ ଆସିବାର ପ୍ରତିଶୃତି ଦେଇଥିଲେ ସେ !

ରିତା କାନ୍ଦୁଥିଲା ମା ର କଥା ସେ ଆଉ କାନ କୁ ନେଉ ନ ଥିଲା !ମାମାଲି କିଛି ବୁଝି ନ ପାରି ରିତା କୁ ଧରି କାନ୍ଦି ଉଠୁଥିଲା !ମାମାଲି କୁ ଧରି ରୁମ କୁ ଆସିଗଲା ସେ !ମୋବାଇଲ ବାହାର କରି ପ୍ରଥମେ ଅନ ବ୍ଲକ କଲା ଚିନ୍ମୟ କୁ !ଭଲ କରି ପାନେ ଦେବା ପାଇଁ ଓ ଚିନ୍ମୟ ର ବାରମ୍ବାର ଫୋନଯୋଗୁଁ ବ୍ଲକ କରି ଦେଇଥିଲା ସେ !

ବାରମ୍ବାର ରିଂ କଲା ଚିନ୍ମୟ କୁ କିନ୍ତୁ ଫୋନ ଉଠାଉ ନାହାନ୍ତି ଚିନ୍ମୟ !ବହୁତ ଥର ରିଂ ପରେ ବିରକ୍ତ ତଥା ବ୍ୟାକୁଳ ଲାଗିଲା ତାକୁ ଜାଣି ପାରିଲା ଚିନ୍ମୟ ଜାଣି ଜାଣି ଉଠାଉ ନାହାନ୍ତି ଫୋନ ! ଚିନ୍ମୟ ଯେ ଏଭଳି ବ୍ୟବହାର କରିବେ କେବେ କଳ୍ପନା ବି କରି ନ ଥିଲା ରିତା !ସବୁ ସ୍ୱାମୀ ସ୍ତ୍ରୀ ଝଗଡା ହୁଅନ୍ତି !ଆଉ ସେ ତ ଏମିତି କେତେଥର ଆସି ଛି !ସବୁଥର ଚିନ୍ମୟ ତାକୁ କାକୁତି ମିନତୀ ହୋଇ ନେଇ ଯାଆନ୍ତି କିଛି ଦିନ ପରେ !ଏଥର ବି ସେଇୟା ହେବ ବୋଲି ଭାବିଥିଲା ସେ !

ବିରକ୍ତ ହୋଇ ଫୋନ କୁ ରଖି ଦେଉଥିଲା ସେ !ହଟାତ ଟୁଁ ଟୁଁ ହେଲା ମେସେଜ ଟିଏ !କମ୍ପାନୀ ମେସେଜ ହୋଇଥିବ ଭାବି ବିରକ୍ତି ଆହୁରି ବଢିଗଲା ତାର !ଭଲ ମନ୍ଦ କିଛି ନାଇଁ ଯେତେବେଳେ ଦେଖିଲେ ଗଣ୍ଡା ଗଣ୍ଡା କମ୍ପାନୀ ମେସେଜ ଦିନ ରାତି !କିନ୍ତୁ ମନ ଡାକିଲା ବୋଧେ ଚିନ୍ମୟ ହୋଇଥିବେ !

ଚେକ କଲା ସେ ଚିନ୍ମୟ ହିଁ ଥିଲେ ଛୋଟ ମେସେଜ ଟିଏ

"ରିତା

ତୁମକୁ ବହୁତ ଭଲ ପାଏ ବୋଲି ବହୁ ଚେଷ୍ଟା କରିଛି, ନିଜକୁ ତୁମ ଛାଞ୍ଚ ରେ ଢ଼ାଳିବା ପାଇଁ !ଘର ଛାଡ଼ିଛି ସାଙ୍ଗ ସାଥି ଛାଡ଼ିଛି !ମା ବାପା ବି ଛାଡ଼ିଛି କେବଳ ତୁମ ମୁହଁ ରେ ଖୁସି ଦେଖିବା ପାଇଁ !କିନ୍ତୁ ଆଜି ହାରି ଯାଇଛି !

ଏବେ ତୁମ ହାତ ରେ ଆମ ଭବିଷ୍ୟତ, ଚାହୁଁଛ ସେଥିରେ ଦସ୍ତଖତ କରିଦିଅ !ନ ହେଲେ ତିନି ଦିନ ଭିତରେ ଘର କୁ ଆସି ଯାଅ !ତୁମର ଘର ତୁମକୁ ଅପେକ୍ଷା କରିଛି

ଚିନ୍ମୟ

ମେସେଜ ଟାକୁ ବାରମ୍ବାର ପଢୁଥିଲା ରିତା, କଣ କରିବ ସେ ମା କୁ କହିବ ନା କହିବନି?? ଏ ଦ୍ୱନ୍ଦ୍ୱ ତାକୁ ଅସ୍ତ ବ୍ୟସ୍ତ କରୁଥିଲା !

ମନେ ପଡୁଥିଲା ଅତିତ ର ସେ ମଧୁର ସ୍ମୃତି

ଏକ ସଂସ୍କୁତିକ ଦଳ ନେଇ ଆଦିବାସୀ ମେଳା କୁ ଭୁବନେଶ୍ୱର ଆସିଥିଲେ ଚିନ୍ମୟ !ରିତା ନିଜ ସଂସ୍ଥା ତରଫ ରୁ ବ୍ୟବସ୍ତା ବୁଝୁଥିଲା ! ତିନିଦିନ ର ରହଣି ରେ ଚିନ୍ମୟ ଙ୍କ ଶାନ୍ତ ଶିଷ୍ଟ ଚଳଣି, ମାର୍ଜିତ ବ୍ୟବହାର ଓ ମନ ଜିଣା ହସ ତା ମନ କୁ ଜିଣି ନେଇଥିଲା !

ତାପରେ whatsaapp ଫେସବୁକ ରେ ବନ୍ଧୁତା ଶୁଭ ବାର୍ତା ଭଲ ମନ୍ଦ ହେଉ ହେଉ ପ୍ରେମ !ନିଜ ତରଫରୁ ହିଁ ବେଶି ଆଗ୍ରହ ଦେଖେଇ ଥିଲା ସେ !ଚିନ୍ମୟ ଙ୍କ ଭୁବନେଶ୍ୱର ଆସିବା ବି ବଢି ଯାଇଥିଲା !ୟା ଭିତରେ ତାଙ୍କ ସବୁ ସାଙ୍ଗ ସାଥି କୁ ବି ଜାଣି ଯାଇଥିଲା ରିତା !

ଗପ ସପ ଭିତରେ ଚିନ୍ମୟ ର ସାଙ୍ଗ ରମଣୀ ର ଯୋଗସୂତ୍ର ରେ ବାହାଘର ଅତି ସୁରୁଖୁରୁ ରେ ହୋଇ ଥିଲା !

ମାମାଲି ର ଡାକ ରେ ଧ୍ୟାନ ଭଙ୍ଗ ହେଲା ତାର ଭୋକ ହେବଣି ଘଡି କୁ ଦେଖିଲା ସେ ଦୁଇଟା ବାଜି ପନ୍ଦର ମିନିଟ !ମା ସେପଟେ ଫୋନ ରେ ବ୍ୟସ୍ତ !ବିଭିନ୍ନ ଓକିଲ ସହ ପରାମର୍ଶ କରୁଛି ରିତା ଜାଣିଛି ବାପା ଙ୍କୁ ଏ କଥା କହି ନ ଥିବ ସେ ଏଣୁ ଫୋନ କଲା ବାପା ଙ୍କୁ ଅଫିସ ରୁ ଶୀଘ୍ର ଘର କୁ ଆସିବା ପାଇଁ ଅନୁରୋଧ କଲା !ସବୁ ଶୁଣି ବାପା ସାଙ୍ଗେ ସାଙ୍ଗ ବାହାରି ପଢୁଥିଲେ କିନ୍ତୁ ମନାକଲା ରିତା !ବାପା ଙ୍କୁ ଜାଣିଛି ସେ ଏବେ ଏଇ କଥା ଖାଲି ଚିନ୍ତା କରିବେ !ଚିନ୍ତାଗ୍ରସ୍ତ ଅବସ୍ଥା ରେ ଗାଡି ଚଳାଇ ଆସିବା ଭାରି ବିପଦ !

କିଛି ସମୟ ଗମ୍ଭୀର ଭାବେ ଚିନ୍ତା କଲା ରିତା ଓ ପେକିଂ ଆରମ୍ଭ କଲା !

ମା ଓ ପୁରୁଷୋତ୍ତମ ବାବୁ ଙ୍କ ବାରମ୍ବାର ମନା କରିବା ସତ୍ୱେ ରାତି ବସ ରେ ଆସୁଥିଲା ସେ !ବାପା କିଛି କହି ନ ଥିଲେ କିନ୍ତୁ ତାଙ୍କ ମୁହଁ କୁ ଦେଖି ରିତା ଜାଣିଥିଲା ତା ପ୍ରତି ବାପା ଙ୍କ ସମର୍ଥନ ଅଛି !

ରାସ୍ତା ତିଆରି ଚାଲୁଥିବାରୁ ବସ ଟି ଖାଲି ଡେଉଁଛି !ବସି ବସି ଆତ୍ମ ସମୀକ୍ଷା କରୁଥିଲା ରିତା ଯେତେ ଭାବୁଥିଲା ଭୁଲ ଗୁଡିକ ତାର ନିଜର ମନେ ହେଉଥିଲା !ବାହା ପରେ ନିଜ ଆୟତ୍ତ ରେ ଚିନ୍ମୟ କୁ ରଖିବାର ଚେଷ୍ଟା ପ୍ରଥମ ଦିନ ରୁ ହିଁ କରିଦେଇ ଥିଲା ସେ !ଘର ଠୁ ଅଲଗା କରି ସହର ରେ ରହିବା ା !ଘର ସହ ସମ୍ପର୍କ ତୁଟାଇବା ଇତ୍ୟାଦି ତାର ସବୁ ଦାବୀ କୁ ମାନି ନେଇଥିଲେ ଚିନ୍ମୟ !ଭାରି ଖୁସି ହେଉଥିଲା ସେ !ବିଭିନ୍ନ ପର୍ବ ପର୍ବାଣି ରେ ଘର କୁ ଯିବା ପାଇଁ ଚିନ୍ମୟ ଯେତେବେଳେ ତାକୁ ଖୋସାମତ କରୁଥିଲେ ସେତେବେଳେ ନିଜ ସଫଳତା ପାଇଁ ଗର୍ବିତ ହେଉଥିଲା ସେ !ମା ବି ସବୁ ଶୁଣି ତାକୁ ପ୍ରଶଂସା ରେ ପୋତି ପକାଉଥିଲା !

ସେ ଦିନ ଅଫିସ ରୁ ସିଧା ଗାଁ କୁ ଚାଲି ଯାଇଥିଲେ ଚିନ୍ମୟ !ତାଙ୍କ ଫୋନ ନ ଲାଗିବାରୁ ରମଣୀ କୁ ଫୋନ କରି ଜାଣି ଯାଇଥିଲା ରିତା !ଆଉ ସେ କଥା କୁ ନେଇ ଚାରିଦିନ ଯାଏ ତୁମ୍ବି ତୋଫାନ କରି ଭୁବନେଶ୍ୱର ଆସିଗଲା ସେ !

ଆଲୁଅ ପାରଦର୍ଶୀ କାଚ କୁ ଡେଇଁ ବସ ଭିତର କୁ ଆଲୋକିତ କରିବା ଆରମ୍ଭ କରିଦେଇଥିଲା !ଘଡି କୁ ଦେଖିଲା ରିତା ପାଞ୍ଚ ଟା ବାଜି ଲାଣି !ଆଉ ଅଧଘଣ୍ଟା ପରେ ପହଞ୍ଚି ଯିବ ସେ !ନିଷ୍ପତି ନେଇ ସରିଥିଲା !ତା ଘର ଭାଙ୍ଗିବାକୁ ଦେବନି ସେ !ଆଗେ କରିଥିବା ସବୁ ଭୁଲ ର ପ୍ରାଯଶ୍ଚିତ କରିବ !ମାମାଲି କୁ ଉଠେଇ ବ୍ୟାଗ ପତ୍ର ପ୍ରସ୍ତୁତ କଲା !

ବସ ରୁ ବଡ଼ ବ୍ୟାଗ ଟି ଧରି ଆସୁ ଆସୁ ବ୍ୟାଗ କୁ ଧରି ପକେଇଲେ ଚିନ୍ମୟ !ମାମାଲି କୁ କୁଣ୍ଡେଇ ପକେଇ ଅସଂଖ୍ୟ ବୋକ ରେ ପୋତି ଦେଉଥିଲେ !

ସେଇ ମନ ଜିଣା ହସ ନେଇ କହିଲେ

""ମୁଁ ଜାଣି ଥିଲି ରିତା ମୋର ବିଶ୍ୱାସ ଥିଲା ତୁମେ ଦୁଇ ଦିନ ପରେ ନାହିଁ ଆଜି ହିଁ ଆସିବ ସେ ନୋଟିସ ତ ଏକ ରମଣୀ ଦ୍ୱାରା ପ୍ରସ୍ତୁତ ଏକ ମିଛ କାଗଜ ଥିଲା !ତାର କିଛି ମୂଲ୍ୟ ନାହିଁ କିନ୍ତୁ ମୋ ପ୍ରେମ ଉପରେ ମୋର ଭରଷା ଥିଲା ""

ଚିନ୍ମୟ ଙ୍କୁ ଦେଖୁଥିଲା ରିତା ଚିନ୍ତା କରୁଥିଲା ସେ ମିଛ କାଗଜ ତା ଅସଲି ଘର କୁ ଭାଙ୍ଗିବାରୁ ରକ୍ଷା କରିଛି !ରମଣୀ କୁ ମନେ ମନେ ଧନ୍ୟବାଦ ଜଣାଉ ଥିଲା ସେ !!!!!!!!!!


Rate this content
Log in