ଲୁହର ମୂଲ୍ୟ
ଲୁହର ମୂଲ୍ୟ
ଲୁହର ମୂଲ୍ୟ
ଜହ୍ନମାମୁ (ଜୁନ୍ 2012)
ରାମ ଥିଲା ରାମାବରମ ଗ୍ରାମର ଏକ ମଧ୍ୟମ ବର୍ଗର ଚାଷୀ l ତାଙ୍କର ସମ୍ପତ୍ତି କହିଲେ ବୁଝାଉ ଥିଲା ଚାରି ଏକର ଜଳସେଚିତ ଜମି ଏବଂ ତିନି ଏକର ଶୁଷ୍କ ଭୂମି l କିନ୍ତୁ ସେ ସବୁବେଳେ ଦୁଃଖି ଗରିବଙ୍କ ସହାୟତା କରିବା କ୍ଷତ୍ରରେ ଆଗକୁ ଆସୁଥିଲେ l ତାଙ୍କର ସ୍ତ୍ରୀ ବିଶାଳାକ୍ଷୀ ମଧ୍ୟ ଭାରି ଦାନୀ ସ୍ୱଭାବର ଥିଲେ l ଦୁହେଁ ଆଖପାଖର ଯେ କେହିଁ ଅସୁବିଧାରେ ପଡି ଗୁହାରୀକଲେ ସାଧ୍ୟମତେ ତାଙ୍କୁ ସାହାଯ୍ୟ କରୁଥିଲେ l କାହାର ଦୁଃଖ ସହିପାରୁ ନଥିଲେ l ପର ଉପକାରକରି ସନ୍ତୋଷ ଲାଭ କରୁଥିଲେ l
ଚନ୍ଦ୍ର ନାମକ ଜଣେ କ୍ଷୂଦ୍ର ଚାଷୀ ରାମଙ୍କର ପିଲାଦିନର ବନ୍ଧୁ ଥିଲେ l ଦୁହିଁଙ୍କର ଭାରି ମଧୁର ସମ୍ପର୍କ l ଚନ୍ଦ୍ର ସବୁବେଳେ ବ୍ୟସ୍ତହେଉଥିଲା ଯେ ବନ୍ଧୁ ଅଧିକ ଦୟାଳୁ l ଏମିତି ସବୁ ଦାନ କରିଦେଲେ, ଭବିଷ୍ୟତପାଇଁ କିଛି ସଂଚୟ ରହିବ ନାହିଁ l ଲୋକେ ଠକିବେ l ସାଧୁତାର ଫାଇଦା ନେବେ l ସେ ଦୁହେଁ ସବୁଦିନ ରାତ୍ରିଭୋଜନ ସାରିଲା ପରେ ଗାଁ ମଣ୍ଡପରେ ଏକାଠି ହେଉଥିଲେ l ତାପରେ ଚନ୍ଦ୍ର ତାଙ୍କୁ ପରାମର୍ଶ ଦେଉଥିଲା ଯେ, “ତୁମେ କେବେ ଅନ୍ୟମାନଙ୍କୁ ସାହାଯ୍ୟକରିବା ବିଷୟରେ ଚିନ୍ତା କରିବା ବନ୍ଦକରିବ, ଏହା ତୁମକୁ ପ୍ରଭାବିତ କରିପାରେ ? ତୁମର ଦୁଇ ଝିଅ ଅଛନ୍ତି ସେମାନଙ୍କର ଭବିଷ୍ୟତର ଆବଶ୍ୟକତା ବିଷୟରେ ଚିନ୍ତାକର ? ଟିକିଏ ସତର୍କ ହେବାକୁ ପଡିବ l ନିଜର ଆଗତ ଭବିଷ୍ୟତ ଚିନ୍ତା ନକରି ଏପରି ସମସ୍ତଙ୍କୁ ଦାନ କରିବା ବନ୍ଦକର କାଲିକୁ କିପରି ଝିଅବାହା କରିବା ହଠାତ୍ ସୁବିଧା ଅସୁବିଧା କଥା ଭାବ l”
ଜବାବରେ ରାମ କେବଳ ଟିକିଏ ହସି ଦେଉଥିଲା l
ଦିନେ ସକାଳେ ହଠାତ୍ ସଂଯୋଗବଶତଃ ରାମ ଏବଂ ଚନ୍ଦ୍ରଙ୍କର ଦେଖା ହୋଇଗଲା l ସେମାନେ ପରସ୍ପର କଥାବାର୍ତ୍ତା ହେଉଥିବା ସମୟରେ ଜଣେବ୍ୟକ୍ତି ତାଙ୍କଆଡକୁ ଧାଇଁ ଆସିଲା ଓ ନେହୁରା ହୋଇ କହିଲା, “ଆଜ୍ଞା ମୋର ନାମ ଶିବ ମୁଁ ପଡୋଶୀ ଗ୍ରାମ ମାଧବପୁରରୁ ଆସିଛି l ମୁଁ ଦିନ ମଜୂରିଆ ଭାବରେ କାମକରେ ମୋ ମା ବର୍ତ୍ତମାନ ଦୁଇଦିନ ହେଲା ଅସୁସ୍ଥ ହୋଇପଡିଛନ୍ତି
ସେ ଆଖି ଫିଟାଉନାହିଁ l ଜ୍ୱର ଛାଡୁନାହିଁ l ତିନିଦିନ ହେଲା ସେ ପାଟିରେ ପାଣିଟୋପେ ଦେଇନାହିଁ l ମୁଁ ଡାକ୍ତରଙ୍କ ପାଖକୁ ନେଇଗଲି l ସେ କହିଲେ ଯେ ଚିକିତ୍ସାରେ ପ୍ରାୟ ଆଠଶହଟଙ୍କା ଲାଗିବ l ଦୟାକରି ତାଙ୍କୁ ସାହାଯ୍ୟ କରନ୍ତୁ l ମୁଁ ଆପଣଙ୍କ ନିକଟରେ ସବୁଦିନ ପାଇଁ କୃତଜ୍ଞ ହୋଇ ରହିବି l ଆପଣଙ୍କର ଋଣସୁଝିପାରିବିନାହିଁ l ମୋର ମାଆ ଟି ବ୍ୟତିତ ଆଉ କେହି ନାହିଁ l ମୋତେ ଏ ବିପଦରୁ ଉଦ୍ଧାର କରନ୍ତୁ l ବହୁ ଲୋକଙ୍କୁ ଟଙ୍କାମାଗିଲି କିନ୍ତୁ ଗରିବବୋଲି କେହିଁ ଦେବାକୁ ରାଜି ହେଉନାହାନ୍ତି l ମୋତେ ଏ ମହା ବିପଦରୁ ରକ୍ଷାକରନ୍ତୁ l”ମୁଁ ଆପଣଙ୍କ ଟଙ୍କା ଯେତେଶିଘ୍ର ସମ୍ଭବ ଶୁଝିଦେବି”ଏବଂ ଭୋ ଭୋ ହୋଇ ବ୍ୟାକୁଳ ଭାବରେ କାନ୍ଦିବାକୁ ଲାଗିଲା l
ରାମ ଟିକିଏ ଚିନ୍ତାକରି କହିଲେ, “ତୁମ ପାଖରେ ଟଙ୍କା ନେବା ପାଇଁ ବନ୍ଧା ରଖିବାକୁ କିଛି ଅଛି କି ?”
ଶିବ ଲୁହ ପୋଛି କହିଲା ଆଜ୍ଞା ମୋ ପାଖରେ
ମୋ ବାହାଘରବେଳେ ମୋର ଶ୍ୱଶୁରଘର ଦେଇ ଥିବା ମୁଦିଟିଏ ଅଛି ଦୟାକରି ଏହାକୁ ଗ୍ରହଣ କରନ୍ତୁ ଏବଂ ମୋତେ ସାହାଯ୍ୟ କରନ୍ତୁ l
ତାପରେ ସିଏ ଆଙ୍ଗୁଠିରୁ ମୁଦିଟି ବାହାରକରି ରାମକୁ ଦେଲା l ରାମ ମୁଦିଟି ନେଲା ଏବଂ ଶିବ ହାତରେ ଦୁଇଶହ ଟଙ୍କା ଦେଇ କହିଲା, ଏହା ସୁନା କି ନକଲି ମୁଁ ଜାଣିନାହିଁ ଲୋକେ ଆଜିକାଲି ନକଲି ଜିନିଷ ଦେଇ ଠକିବା ସାଧାରଣ କଥା ହେଲାଣି l ସବୁଦିନେ ନୂଆ ନୂଆ ଠକାମୀର ଘଟଣା ବିଷୟରେ ଶୁଣିବାକୁ ମିଳୁଛି l ମୁଁ କେଉଁ ଭରସାରେ ତୁମକୁ ଏତେଗୁଡାଏ ଟଙ୍କା ଦେଇଦେବି ? ତୁମେ ଠକି ଦେଲେ ମୁଁ ମୁଣ୍ଡରେ ହାତ ଦେଇ ବସିବା ସାର ହେବ l”
ଶିବ ଖୁବ୍ ଯୋରରେ କାନ୍ଦିଲା ଏବଂ କହିଲା, ଆଜ୍ଞା ମୋ ଉପରେ ସନ୍ଦେହ କରନ୍ତୁନାହିଁ l ଏହା ଖାଣ୍ଟିସୁନା ଆପଣଙ୍କ ସାଙ୍ଗଙ୍କୁ ପଚାରନ୍ତୁ ଏବଂ ଆଉ ପାଞ୍ଚ କି ଛଅଶହ ଟଙ୍କା ଦିଅନ୍ତୁ l ମୁଁ ମୋର ମାଆର ଜୀବନ ରକ୍ଷା କରିବାକୁ ସମର୍ଥ ହେବି ମୋ ମାଆର ଜୀବନର କଥା ଏଥିରେ ଠକିବାର କୌଣସି ଉଦ୍ଦେଶ୍ୟ ନାହିଁ l”
ରାମ ତାକୁ ଚାହିଁ କହିଲା, ଯଦି ଚାହଁ ସେତିକି ନେଇଯାଅ ନହେଲେ ମୋର ଦୁଇଶହ ଟଙ୍କା ଫେରାଇଦିଅ l ତୁମ ମୁଦି ତୁମେ ନେଇଯାଅ l ମୋର ଏ ମୁଦିରଖି ଟଙ୍କା ଦେବାର କୌଣସି ଆଗ୍ରହ ନାହିଁ l ଅନ୍ୟ କେହି ଦେଇପାରନ୍ତି ଦେଖ l ଶିବ ତୁରନ୍ତ ଲୁହ ପୋଛି ଦେଲା ଏବଂ ଦୁଇଶହ ଟଙ୍କା ଧରି ଧନ୍ୟବାଦ ଦେଇ ଚାଲିଗଲା l
ଶିବ ଯିବାମାତ୍ରେ ରାମ ଚନ୍ଦ୍ରକୁ ପଚାରିଲା, ତୁମେ ମୋ ସହିତ ମଧବପୁର ଆସିବକି ଚନ୍ଦ୍ରା ଏହି ଅଚିହ୍ନା ବ୍ୟକ୍ତିର ବ୍ୟବହାର ଦେଖି ଭାରି ଦୁଃଖୀ ଥିଲା l ରାମ ଯେ କି ଦାନୀ ଭାବରେ ପ୍ରସିଦ୍ଧ ସେ ଏପରି ବ୍ୟବହାର କଲା l ସେ ରାମ ସହିତ ସାମାନ୍ୟ କୁଣ୍ଠିତ ଭାବରେ ଚାଲିଲା l ସେମାନେ ସିଧା ସଳଖ ମାଧବପୁରର ଆଚାରୀଙ୍କର ଘରକୁ ଗଲେ l ରାମ ଝରକାରେ ଦେଖିଲା ଯେ ଶିବ ଗ୍ରାମ ଡାକ୍ତରଙ୍କ ନିକଟରେ ଗୁହାରୀ କରୁଛି l
ଆଜ୍ଞା ମୁଁ ଆପଣ କହିଥିବା ସବୁ ଟଙ୍କା ବ୍ୟବସ୍ଥା କରି ପାରିଲି ନାହିଁ l ଏଇ ଦୁଇଶହ ଟଙ୍କା ନିଅନ୍ତୁ ଏବଂ ଚିକିତ୍ସା ଆରମ୍ଭ କରନ୍ତୁ l ବଳକା ଟଙ୍କା ମୁଁ କୌଣସିମତେ ସନ୍ଧ୍ୟା ମଧ୍ୟରେ ବ୍ୟବସ୍ଥା କରିଦେବି l ମୋ ଉପରେ ଦୟା କରନ୍ତୁ ମୋ ମାଆକୁ ବଞ୍ଚେଇଦିଅନ୍ତୁ l
ଏହାର ରହସ୍ୟ କଣ, ପ୍ରିୟବନ୍ଧୁ l ନିଜର ଉତ୍କଣ୍ଠା ସମ୍ବରଣା କରି ନପାରି ଚନ୍ଦ୍ର କହିଲା l
ରାମ ହସି ଦେଇ ଉତ୍ତର କଲା, ଅପାତ୍ରରେ ଦାନ ଯଥାର୍ଥ ନୁହେଁ l ଆମେ ଜାଣୁ ଯେ ଅଧିକାଂଶ ବ୍ୟକ୍ତି ଆଜିକାଲି ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି l ତୁମେ ମଧ୍ୟ ଏପରି ଘଟଣା ବିଷୟରେ ଜାଣିଥିବ l ଯଦି ଆମେ ଏପରି ଲୋକଙ୍କୁ ସାହାଯ୍ୟ କରିବା ତେବେ ଏହା ଫଳରେ ସେମାନଙ୍କର ଅବସ୍ଥା ଆହୁରି ଖରାପ ହେବ l ତେଣୁ ଏହା ପକୃତରେ ଅସହାୟ ବା ସାହାଯ୍ୟ ଚାହୁଁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଉଚିତ୍ l ଆମେ ନିଜେ ପରିସ୍ଥିତି ଦେଖିବାପରେ ବର୍ତ୍ତମାନ ଜାଣିପାରିଲେ ଯେ ଶିବର ଲୁହଗୁଡିକ ପ୍ରକୃତରେ ଦୁର୍ମୁଲ୍ୟ ଜୀବନ ରକ୍ଷା କରିବା ପାଇଁ ଉଦ୍ଦିଷ୍ଠ l ବର୍ତ୍ତମାନ ମୁଁ ତାଙ୍କୁ ଅଧିକ ସାହଯ୍ୟ କରିପାରିବି l ମୁଁ ଟଙ୍କା ସାଇତି ରଖିବା ଅପେକ୍ଷା କାହାର ଜୀବନ ରକ୍ଷା କରିବି l
ଚନ୍ଦ୍ର ମନେ ମନେ ବନ୍ଧୁଙ୍କର ଉଦାରତା ଓ ଜ୍ଞାନ ଦେଖି ଆନନ୍ଦ ଅନୁଭବ କଲା l