କଷଟି ପଥର
କଷଟି ପଥର


ମୋଗଲ ସମ୍ରାଟ ଜାହାଙ୍ଗୀର ତାଙ୍କର ଜୀବନୀ ‘ତୁଜୁକ୍-ଇ-ଜାହଙ୍ଗୀର’ରେ କଷଟି ପଥର ବିଷୟରେ ଗୋଟିଏ କାହାଣୀ ବର୍ଣ୍ଣନା କରିଥିଲେ । କୁହାଯାଏ ଯେ ଏଥିରେ, ଲୁହାର କୌଣସି ପଦାର୍ଥ ଛୁଇଁଲେ ତାହା ସୁନାରେ ବଦଳିଯାଏ । ଏହି କଷଟି ପଥର ବିଷୟରେ କୁହାଯାଇଥିବା କାହାଣୀର ଅନ୍ତ ନାହିଁ ।
ବହୁ ବର୍ଷ ତଳେ ଦକ୍ଷିଣଭାରତରେ ମାଣ୍ଡୁ ନାମକ ପାର୍ବତ୍ୟାଞ୍ଚଳ ରହିଥିଲା । ସେହି ଗ୍ରାମରେ ଗରିବ କାଠକଟାଳିମାନେ ବାସ କରୁଥିଲେ । ପ୍ରତିଦିନ ସକାଳୁ ସେମାନେ ହାତରେ କୁରାଢୀ ଧରି ଜଙ୍ଗଲକୁ ଯାଉଥିଲେ ସେଠାରୁ କାଠ କାଟି ଆଣୁଥିଲେ । ସେମାନେ ସହରରେ କାଠ ବିକ୍ରି କରୁଥିଲେ ।
ଦିନେ ଗଛରୁ କାଠ କାଟୁ କାଟୁ କୁରାଢୀଟି ପଥରରେ ବାଜି ବଙ୍କା ହୋଇଗଲା । କୁରାଢୀଧାରର ରଙ୍ଗ ବଦଳିଗଲା । କାଠ କଟାଳି ଆଶ୍ଚର୍ଯ୍ୟ ହୋଇଗଲା । ସେ ଏତେ ସୁନ୍ଦର କୁରାଢୀରେ କାଠ କାଟିବାକୁ ମନ କଲାନାହିଁ । କୁରାଢୀଟିକୁ କମାରକୁ ଦେଖାଇ କହିଲା “ଭାଇ ତୁମେ ମୋ ପାଇଁ କିପରି କୁରାଢୀ ତିଆରି କରିଛ । ଛୋଟିଆ ପଥରରେ ବାଜୁ ବାଜୁ କେମିତି ହୋଇଗଲା ଦେଖ । ”
କମାରର ଆଖି କୁରାଢୀ ଦେଖି ଉଜ୍ଜଳ ହୋଇଗଲା । ସେ କୁରାଢୀଟିକୁ କାଠକଟାଳି ହାତରୁ ନେଇ ପରୀକ୍ଷା କରି ଦେଖିଲା କହିଲା, “ହଁ ଭାଇ, ମୋ ଦୋଷରୁ କୁରାଢୀଟି ଏପରି ହୋଇଗଲା । ମୁଁ ଭାବୁଛି ଲୁହାଟି ଭଲଭାବରେ ପଜେଇ ହୋଇନଥିଲା । ” କମାର ଆଶ୍ୱସ୍ତ ହୋଇ କହିଲେ, “ତୁମେ ବ୍ୟସ୍ତ ହୁଅ ନାହିଁ, ମୁଁ ତୁମକୁ ନୂଆ କୁରାଢୀଟିଏ ଦେଉଛି । ଏଇ କୁରାଢୀଟି ରଖି ଦେଉଛି । ” କାଠକଟାଳିଟି ନୂଆ କୁରାଢୀଟିଏ ପାଇ ଖୁବ୍ ଆନନ୍ଦରେ ଧରି ଚାଲିଗଲା । ତା’ପରେ କମାରଟି କହିଲା, “ତୁମେ ମୋତେ କୁରାଢୀଟି କେଉଁ ପଥରରେ ବାଜିଥିଲା, ତାହା ଦେଖାଇପାରିବ କି ? ମୁଁ ଟିକିଏ ପଥରଟି ଦେଖନ୍ତି । ” ଉତ୍ତେଜିତ ହୋଇ କାଠକଟାଳି ଉତ୍ତର ଦେଲା,“କାହିଁକି ନୁହେଁ । ମୋ ସହିତ ଆସ । ମୁଁ ଦେଖାଇ ଦେବି । ”
ସେ ଜଙ୍ଗଲରେ କାଠକଟାଳି ସହିତ ଆଗକୁ ଗଲା । ଛୋଟିଆ ପଥରଟିକୁ ଦେଖାଇ କହିଲା, “ ଏଇ ପଥରରେ ବାଜି ମୋ କୁରାଢୀର ରଙ୍ଗ ବଦଳିଗଲା । ”
“ଦୟାକରି ପଥରଟି ହାତରେ ଉଠାଇ ଆଣି ମୋତେ ଦେଖିବାକୁ ଦିଅ । ” କମାରଟି କହିଲା । କାଠକଟାଳିଟି ଅନୁରୋଧ ଅନୁଯାୟୀ କାର୍ଯ୍ୟ କଲା । ନିଜର ଉତ୍ତେଜନାକୁ ନିୟନ୍ତ୍ରଣ କରି କମାରଟି କହିଲା, “ମୁଁ ଏହାକୁ ଘରକୁ ନେଇଯାଉଛି ଏବଂ ଏହାକୁ ବ୍ୟବହାର କରି ପଲିସ୍ କରିବି କିମ୍ବା ବ୍ରସ୍ କରିବି । ”
କମାରଟି ଭାରି ଚତୁର ଥିଲା । ସେ କୁରାଢୀ ଦେଖି ବୁଝିପାରିଥିଲା ଯେ ଏହା ସୁନାର କୁରାଢୀ ହୋଇଯାଇଛି ।
ଘରେ ପହଞ୍ଚି ସେ ପଥରଟିକୁ ସମସ୍ତ ଲୁହା ଜିନିଷ ଛୁଆଁଇ ଦେଖିଲା ଯେ ପଥରଟି ସାଧାରଣ ପଥର ନୁହେଁ, କଷଟି ପଥରଟିଏ । ଏଥିରେ ଲୁହାକୁ ଛୁଇଁଲେ ସୁନା ହେଇଯାଉଛି ।
କମାରର ଭାଗ୍ୟ ବଦଳିଗଲା । ସେହି ଟଙ୍କାରେ ସେ ମଣ୍ଡୁରେ କିଛି ସମ୍ପତ୍ତି କିଣିଲା ଏବଂ ବହୁ ଦାସଦାସୀଙ୍କ ସହିତ ପ୍ରାସାଦ ତିଆରି କରି ସେଠାରେ ବାସ କଲା । ମଣ୍ଡୁ ରାଜ୍ୟର ପଡୋଶୀ ରାଜ୍ୟ ଥିଲା ବୋରହନପୁର । ଏହି ଦୁଇ ରାଜ୍ୟ ମଧ୍ୟ ଦେଇ ନର୍ମଦା ନଦୀ ପ୍ରବାହିତ ହେଉଥିଲା । ବୋରହନପୁରର ରାଜା ମଣ୍ଡୁର ରାଜାଙ୍କର ଝିଅ ସହିତ ତାଙ୍କ ପୁଅର ବିବାହ ପାଇଁ ପ୍ରସ୍ତାବ ପଠାଇଲେ ।
ମଣ୍ଡୁ ରାଜ୍ୟର କମାର ରାଜା ତୁରନ୍ତ ପ୍ରସ୍ତାବରେ ରାଜି ହୋଇଗଲା । ତା’ପରେ ପବିତ୍ର ଦିନ ଦେଖି ବୋରହନପୁରର ରାଜକୁମାରଙ୍କ ସହିତ କମାର ଝିଅର ବିବାହ ବହୁ ଜାକଜମକରେ ସମ୍ପନ୍ନ ହେଲା ।
ବୋରହନପୁରର ରାଜା ନର୍ମଦା ନଦୀ କୂଳରେ ଝିଅଜ୍ୱାଇଁଙ୍କୁ ଗ୍ରହଣ କରିବା ପାଇଁ ଅପେକ୍ଷା କରି ରହିଥିଲେ
ବୋରହନପୁରରେ ପହଞ୍ଚିବା ମାତ୍ରେ କମାରର ଝିଅ ରାଜାଙ୍କ ହାତକୁ ବାକ୍ସଟିଏ ବଢାଇ ଦେଇ କହିଲେ, “ ମୋର ବାପା ଉପହାର ଭାବରେ ଏହା ଆପଣଙ୍କ ପାଇଁ ପଠାଇଛନ୍ତି । ଏହା ଏକ ସ୍ୱତନ୍ତ୍ର ଉପହାର । ”
ଉତ୍କଣ୍ଠାର ସହିତ ବୋରହନପୁରର ରାଜା ବାକ୍ସଟି ଖୋଲି ଦେଖିଲେ । ସେଥିରେ ଖଣ୍ଡିଏ ପଥର ଥିବାର ଦେଖି ମନେ ମନେ ରାଗିଗଲେ । ସାଧାରଣ ପଥର ଖଣ୍ଡିଏ ବାକ୍ସରେ ଭରି ଦେବାର କଣ ? ସେ ଭାବିଲେ ଯେ, ମଣ୍ଡୁକ ରାଜା ବୋଧହୁଏ ପରିହାସରେ ପଠାଇଛନ୍ତି । କମାର ଝିଅ କିଛି କହିବା ଆଗରୁ ସେ ରାଗି ଯାଇ ପଥରଟିକୁ ନର୍ମଦା ନଦୀ ଭିତରକୁ ଫୋପାଡିଦେଲେ । କମାରର ଝିଅ ଦୁଃଖରେ କାନ୍ଦି କାନ୍ଦି ଶ୍ୱଶୁରଙ୍କୁ କହିଲା ଯେ, ଏହା ଏକ କଷଟି ପଥର ଥିଲା ।
ରାଜା ନିଜର ଭୁଲ ବୁଝିପାରିଲେ ଏବଂ ଅନୁତପ୍ତ ହେଲେ । ସେ ବୁଡାଳୀମାନଙ୍କୁ ପାଣି ଭିତରୁ ପଥର ଖୋଜିବା ପାଇଁ ନିର୍ଦ୍ଦେଶ ଦେଲେ । ବହୁ ଦିନ ପର୍ଯ୍ୟନ୍ତ ଖୋଜାଖୋଜି କଲେ, କିନ୍ତୁ ପଥରଟି ମିଳିଲା ନାହିଁ । ଜାହାଙ୍ଗୀର ମଧ୍ୟ ତାଙ୍କର ଆତ୍ମଜୀବନୀରେ ଏହି ଘଟଣାର ବହୁ ବର୍ଷ ପରେ ଥରେ ସମ୍ରାଟ ଆକବର ବୋରହନପୁର ରାଜାଙ୍କ ସହିତ ଯୁଦ୍ଧ କରିଥିବା ବିଷୟରେ ଲେଖିଛନ୍ତି ।
ନର୍ମଦା ନଦୀ ଅତିକ୍ରମ କରୁଥିବା ସମୟରେ ହଠାତ୍ ଗୋଟିଏ ହାତୀ ବିଶୃଙ୍ଖଳ ହୋଇପଡିଲା । ସେନାବାହିନୀର ମୁଖ୍ୟଙ୍କର ନିର୍ଦ୍ଦେଶ ଅନୁଯାୟୀ ତାହାର ଗୋଡକୁ ଲୁହା ଶିକୁଳିରେ ବାନ୍ଧି ଦିଆଗଲା ।
ହାତୀପଲ ନଦୀ ଅତିକ୍ରମ କଲା ପରେ ଦେଖାଗଲା ଯେ, ଉତ୍ୟକ୍ତ ହୋଇପଡିଥିବା ହାତୀର ଗୋଡରେ ବନ୍ଧା ଯାଇଥିବା ଲୁହା ଶିକୁଳି ସୁନା ପାଲଟିଯାଇଛି । ଏହି ଅଦ୍ଭୁତ ଘଟଣା ଆକବରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ଏହି ଘଟଣା ସହିତ ସେ କଷଟି ପଥର ସମ୍ବନ୍ଧୀୟ ଅନେକ ଲୋକକଥା ମଧ୍ୟ ଶୁଣିଥିଲେ ।
ସମ୍ରାଟ ଆକବର ବହୁ ବ୍ୟକ୍ତିଙ୍କୁ କଷଟି ପଥର ଖୋଜିବା ପାଇଁ ନର୍ମଦା ନଦୀ କୂଳରେ କାର୍ଯ୍ୟରେ ନିୟୋଜିତ କଲେ । ସେମାନେ ବହୁ ସମୟ ଧରି କଷଟି ପଥର ଖୋଜିଲେ, କିନ୍ତୁ ତାହା ମିଳିଲା ନାହିଁ । ସେମାନେ ଦିନ ରାତି ନର୍ମଦା ନଦୀ ଜଳରେ ଖୋଜି ଖୋଜି କଷଟି ପଥର ପାଇଲେ ନାହିଁ ।