STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

କିସମିସ

କିସମିସ

2 mins
0


ଠାକୁରଙ୍କୁ ଏଥର କିସମିସ ଭୋଗ ହେବ ଶୁଣି ନାତି ରାଜୁ ଖୁବ ଖୁସି ହେଲା. ସେ ନିଜ କାନରେ ଶୁଣିଛି ଯେ ଜେଜେମାଆ, ଜେଜେଙ୍କୁ ବରାଦ କରୁଥିଲେ ଏଥର ଗୁଡ଼ ପରିବର୍ତ୍ତେ କିସମିସ ଭୋଗ ଲଗେଇବି ତ ଆଣିଦେବ. ଗୁଡ଼ରେ ପାଣି ମିଶିଲେ ବି ପିମ୍ପୁଡି ଘେରୁଛନ୍ତି ଆଉ ସକାଳୁ ଠାକୁର ବାସନ ମାଜୁ ମାଜୁ ପିମ୍ପୁଡି ରୂପକ ଶହ ଶହ ଜୀବ ହତ୍ୟା କରିବାକୁ ପଡୁଛି. କିସମିସ ରେ ପାଣି ପଡି ବତୁରି ଗଲେ ଠାକୁରଙ୍କ ଭୋଗ ଖାଇବା ସହ ସତୁରି ପାଖାପାଖି ରୋଗ ଭଲ ହୋଇଯିବ ଦେହରୁ ଭାବି ଜେଜେ ମଧ୍ୟ କିସମିସ ଆଣିବା ରାଜୁ ନିଜ ଆଖିରେ ଦେଖିଛି କିନ୍ତୁ କୌଣସି ଦିନ କିସମିସ ଭୋଗ ଖାଇବାକୁ ଜେଜେମାଆ ଦେଉନଥିଲେ ତ ନାତି ରାଜୁ ଭାବୁଥିଲା କିସମିସ ଯାଉଛି କୁଆଡେ!ବୋଧେ ଜେଜେମାଆ, ଜେଜେଙ୍କୁ ଦିଅନ୍ତି ଭାବି ଚୁପ ରହୁଥିବା ରାଜୁ ଯେବେ ଜେଜେମାଆଙ୍କ ପ୍ରଶ୍ନ ଶୁଣିଲା ଯେ ବାବୁରେ ବାଡ଼ିପଟ ଆମ୍ବଗଛ ମୂଳେ କିସମିସ ଭୋଗ ରଖୁଛି ପିମ୍ପୁଡି ପାଇଁ ଯେ କିଏ ଖାଉଛି ଦେଖିଛୁ!
    ରାଜୁ ଆଶ୍ଚର୍ଯ୍ୟ ହେଲା. ଜେଜେମାଆ ନିଜେ କହୁଥିଲେ ବତୁରି ଯାଇଥିବା କିସମିସ ଖାଇଲେ ସତୁରି ପ୍ରକାର ରୋଗ ଭଲ ହୁଏ, ତେବେ ନିଜେ ନଖାଇ, ଜେଜେ କି ବାପା କାହାକୁ ନଦେଇ ମତେ ବି ନଦେଇ ବାଡ଼ିପଟ ଆମ୍ବ ଗଛ ପାଖରେ କାହିଁକି ଥୁଅନ୍ତି ଜେଜେମାଆ!ନିଜେ ଜେଜେମାଆ ହିଁ କହୁଥାନ୍ତି ଯେତେ ପିମ୍ପୁଡି ମାରିଛି, ସେ ପାପରୁ ମୁକ୍ତ ହେବାକୁ କିସମିସ ଥୋଉଛି ଯେ କୋଉ ଦୂର ଗ୍ରହରୁ କିଏ ଆସି କିସମିସ ଖାଉଛି ଜଣାପଡ଼ୁନି.ନାତି ତ ମୋର ମିଛ କହିବନି. ସେ ବୁଝିଯାଇଛି କି ମିଛ କହିଲେ ମହାପାପ... ରାତିରେ ଦେଖିବ ନାଗସାପ. ତେବେ କିଏ ଖାଉଛି!ଭାବୁ ଭାବୁ ଜେଜେମାଆ ଶୀତେଇ ଉଠନ୍ତି. ଆମ୍ବ ଗଛକୁ ଲାଗି କୋଠରୀର ଝରକା ମେଲା ରଖି ଜେଜେ ଶୁଅନ୍ତି ରାତିରେ ତେବେ ରାତ୍ରୀଚର ପକ୍ଷୀ ପେଚା ଆସୁନି ତ! ଅଶୁଭ କଥା ଭାବି ମନ ସନ୍ତୁଳିତ ହେଲାବେଳେ ଜେଜେମାଆ ନିଜେ ନିଜେ ମନକୁ ବୁଝେଇଦିଅନ୍ତି ଯେ ଯିଏ ତ ହେଲେ ଖାଉଛି. ଖାଉ ଖାଉ.
    ସେପଟେ ରାଜୁ ମଧ୍ୟ ନିରୀକ୍ଷଣ କଲା କିଏ କିସମିସ ଖାଉଛି ଓ ଦେଖିଲା ଛୋଟି ବଣିଟି ଉଡିଆସି କିସମିସ ଖାଇଦେଇ ଫୁର କିନା ଉଡିଯାଉଛି ଆମ୍ବ ଗଛ ଉପରକୁ . ଜେଜେମାଆଙ୍କୁ ସେଇକଥା କହିବ ଭାବି ରାଜୁ କହିପାରିନଥିବା ବେଳେ ଜେଜେମାଆ ଭାବୁଥିଲେ ଦୁରଗ୍ରହ ର ଡାକରା ଆସିଗଲାଣି ତାଙ୍କୁ. ପିମ୍ପୁଡି ମାରି ପାପ ଅର୍ଜ୍ଜନ କରିଥିବାରୁ ପିମ୍ପୁଡି ତ ପିମ୍ପୁଡି କେହି ବି ଖାଇନାଁହାନ୍ତି କିସମିସ ଭୋଗ. ଏଇ କାନ୍ଥିରେ ପଡ଼ିରହିଛି ସେମିତି ଆଜି . ତ ହଠାତ ଉଡିଆସିଲା ବାର୍ଡ଼ ଚଢେଇଟି ଓ ଖାଇବସିଲା କିସମିସ ତ ଜେଜେମାଆ ଭାରି ଖୁସି. ସେପଟେ ଛାତ ଉପରୁ ଥାଇ ରାଜୁ ଦେଖୁଥିଲା, ଛୋଟି ବଣି ପରିବର୍ତ୍ତେ ଜେଜେମାଆଙ୍କ ବାର୍ଡ ଚଢ଼େଇ ଖାଉଛି କିସମିସ. ସେଇକଥା କହିବାକୁ ସେ ଜେଜେମାଆଙ୍କ ପାଖକୁ ଆସି କହିବ ଭାବିଲା ବେଳକୁ ଜେଜେମାଆ କହୁଥିଲେ ଏଥିରେ ଦୁଃଖ କରିବାର କଣ ଅଛି ରାଜୁ, ନାମ ଜାଣିନଥିବା ସେ ପକ୍ଷୀଟାକୁ ମୁଁ ବାର୍ଡଚଢ଼େଇ ହିଁ ଡାକେ. ଯା ହେଉ ଏଲିଅନ କି କେହି ରାତ୍ରୀଚର ନୁଁହଁ.ସେ ଖାଉ. ତଥାପି ରାଜୁ ହସୁନଥିଲା ଆଜି ବାର୍ଡ଼ଚଢ଼େଇ ଡାକରେ ଜେଜେମାଆଙ୍କର ତ ଟିକିଏ ପରେ ରାଜୁ ସତ କଥା କହିଥିଲା ଯେ ଛୋଟି ବଣି ଉପରେ ଜୁଲମ କରି ଏବେ ତୁମ ଭୋଗ କିସମିସ ବାର୍ଡଚଢ଼େଇ ଖାଇଦେଉଛି. କଣ କରାଯାଇ ପାରିବ ଭାବୁ ଭାବୁ ଜେଜେମାଆ ଦେଖିଲେ ମୁଠି ଚାଉଳ ନେଇ ଏଣିକି ସବୁଦିନ ଛାତ ଉପରକୁ  ଯାଉଛି ରାଜୁ . ଦିନେ ଯାଇ ଦେଖିଲା ବେଳକୁ ଚାଉଳ ଛୋଟି ବଣି ଖାଉଛି. ଏଥର ଜେଜେମାଆ ଅଧିକା କିସମିସ ଭୋଗ ଲଗେଇ ବାର୍ଡ ଚଢ଼େଇକୁ ଦେବା ସହ ରାଜୁକୁ ମଧ୍ୟ ଦେଉଥିଲେ କିସମିସ ଭୋଗ.ତା ସହିତ ରାଜୁ ହାତ ମୁଠାରେ କିଛି କିସମିସ ଛୋଟି ବଣି ପାଇଁ ଦେଲାବେଳେ ଜେଜେମାଆ ଭାବୁଥିଲେ ଯା ହେଉ ଦୂର ଗ୍ରହର ଡାକରା ଆସିନି ତାଙ୍କୁ ଏଯାଏଁ ନିଶ୍ଚୟ ଏହି ପକ୍ଷୀ ଛୋଟି ବଣି ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍