STORYMIRROR

ଶିଶିର ସାହୁ ମନୋଜ

Children Stories Comedy

3  

ଶିଶିର ସାହୁ ମନୋଜ

Children Stories Comedy

ଖଟ୍ଵାଙ୍ଗପୁରାଣ କଥା

ଖଟ୍ଵାଙ୍ଗପୁରାଣ କଥା

2 mins
551

ଜଣେ ରାଜା ଥିଲେ । ସେ ଦିନେ ଦେଶଯାକରେ ଘୋଷଣା କରିଦେଲେ ଯେ

“ମୋ ଦେଶରେ ଯେତେ ପଣ୍ଡିତ ଅଛନ୍ତି ସଭିଏଁ ଗୋଟିଏ ଗୋଟିଏ ପୁରାଣ ବର୍ଷକ ମଧ୍ୟରେ ସଂସ୍କୃତଭାଷା ରେ ଲେଖି କି ଦେବେ ଯାହା ରାଜକୋଷରେ ଜମା ହେବ । ଯେଉଁ ମାନେ ପୁରାଣ ରଚନା କରି କି ଦେବେ ସେ ପଣ୍ଡିତ ମାନେ ଆଜୀବନ ରାଜାଙ୍କ ଠାରୁ ଅର୍ଥଲାଭ କରିବେ ଆଉ ଯୋଉମାନେ ଏ ଆଦେଶ କୁ ଅମାନ୍ୟ କରିବେ ତାଙ୍କୁ ଶୁଳୀ ଦଣ୍ଡ ଦିଆଯିବ ।”


ସେ ଦେଶରେ ଜଣେ ସଂସ୍କୃତ ଜ୍ଞାନଶୂନ୍ୟ କିନ୍ତୁ ବୁଦ୍ଧିଆ ବ୍ରାହ୍ମଣ ଥାନ୍ତି । ସେ ବହୁତ ଭାବିଲେ କିନ୍ତୁ ଏ ବିପତ୍ତିରୁ ବର୍ତ୍ତିପାରିଲା ଭଳି କୌଣସି ବାଟ ମିଳୁନଥାଏ । ଦିନେ ସେ ପୋଖରୀ ପାଣି ଯାଇଥାନ୍ତି । କିଛି ଲୋକ ଏକ ମୃତକକୁ ଖଟ ଉପରେ ମଶାଣି ଆଡେ଼ ବୋହି ନେଇଯାଉଥିବା ଦୃଶ୍ୟ ଦେଖି ତାଙ୍କ ମୁଣ୍ଡକୁ ଉପାୟଟିଏ ଜୁଟିଲା ।

ବ୍ରାହ୍ମଣ ଜଣକ ଘରକୁ ଯାଇ ଖଟର ଖୁରାକୁ ଭାଙ୍ଗି ତାକୁ ଗୁଡା଼ଏ କନା ଏବଂ କନାଧଡୀ଼ରେ ଗୁଡା଼ଇ ଗୁଡା଼ଇ ଏକ ବିଶାଳ ବସ୍ତୁ କରି ରାଜାଙ୍କ ନିକଟରେ ଭେଟିଲେ ଓ କହିଲେ ଏହି ପୁରାଣର ନାମ ଖଟ୍ବାଙ୍ଗପୁରାଣ ।


ରାଜ ଆଦେଶରେ ସେହି ବିଶାଳକାୟ ବସ୍ତୁ ରାଜକୋଷରେ ରହିଲା । ଖଟ୍ବାଙ୍ଗପୁରାଣ ରଚୟିତା ପଣ୍ଡିତଙ୍କୁ ଶତ ସହସ୍ର ସ୍ବର୍ଣ୍ଣ ମୂଦ୍ରା ତଥା ବିଶିଷ୍ଟ ରାଜସମ୍ମାନ ପ୍ରଦାନ କରାଗଲା ।

ସମ୍ମାନ ଗ୍ରହଣ ସମୟରେ ପଣ୍ଡିତେ ବୋଇଲେ ମଣିମା ମୁଣ୍ଡ ରକ୍ଷା ବଚନ ଦେଲେ କିଛି କୁହନ୍ତି । ରାଜା ସ୍ବୀକୃତି ପାଇ ପଣ୍ଡିତେ କହିଲେ ଏ ଖଟ୍ବାଙ୍ଗପୁରାଣ ଆମ୍ଭେ ବ୍ରହ୍ମଆଜ୍ଞାରେ ଲେଖିଅଛୁ !!!


ବ୍ରହ୍ମା ଆମ୍ଭଙ୍କୁ ଚେତାବନୀ ଦେଇଅଛନ୍ତି ଯେ ଯଦିଏହା ମୋ ଜୀବଦ୍ଦଶାରେ ପାଠ କରାଯାଏ ତେବେ ମୋର ଅକାଳ ମୃତ୍ୟୁ ଘଟିବ ତେଣୁ ଦୟାକରି ମୋ ଅନ୍ତେ ଏହି ପୁରାଣକୁ ପଠନ ପାଠନ କରିବେ ! ରାଜା ପଣ୍ଡିତଙ୍କ ଏତାଦୃଶ ବଚନ ଶୁଣି ଆଶ୍ଚର୍ଯ୍ୟ ଚକିତ ମନରେ ଏ କଥାକୁ ଗ୍ରହଣ କରନ୍ତେ ପଣ୍ଡିତେ ମହାଆନନ୍ଦରେ ସ୍ଵଗୃହକୁ ବାହୁଡି଼ ଗଲେ । କିଛି ବର୍ଷ ପରେ ବ୍ରାହ୍ମଣଙ୍କର ମୃତ୍ୟୁ ହୋଇଗଲା ।


ରାଜା କୋଷାଧ୍ୟକ୍ଷ କୁ ଖବର ଦେଇ କୋଷାଗାରରୁ ସେହି ଖଟ୍ବାଙ୍ଗପୁରାଣ କୁ ମଗାଇ ଅଣାଇଲେ । ରାଜାଦେଶରେ

ସେ କନାଗୁଡି଼ଆ ପୁରାଣରୁ ଆବରଣ ସ୍ତରମାନ ଖୋଲା ହୋଇ ଦେଖାଗଲା ଯେ ତାହା ମଧ୍ୟରେ କେବଳ ମାତ୍ର ଏକ ଖଟଖୁରା ବିଦ୍ୟମାନ । ରାଜା ରାଗୀକି ଖଣ୍ଡାରେ ସେ ଖଟ ଖୁରାକୁ କାଟି ଟିକ୍ ଟିକ୍ କରିପକେଇଲେ ଆଉ ବା କ'ଣ କରି ପାରନ୍ତେ ଯେ !!!

ତେବେ ସେଇ ଦିନ ଠାରୁ ଯଦି କେହି କୌଣସି ଅଘଟନ ଅଶ୍ରୁତପୂର୍ବ କଥା କହି ବସେ ଲୋକେ କହିଲେ ଏଟା ଖଟ୍ବାଙ୍ଗପୁରାଣ କହୁଛି ।


Rate this content
Log in