ହୁସିଆର ବୈଦ୍ୟ
ହୁସିଆର ବୈଦ୍ୟ
ଜହ୍ନମାମୁ (ଏପ୍ରିଲ୍ 2010)
ଆମ ଗାଁ ର ବୈଦ୍ୟ ଥରେ ନିଜ ଝିଅ ବାହାଘର ବିଷୟରେ କଥାବାର୍ତ୍ତା କରିବା ନିମନ୍ତେ ଗୋଟିଏ ଦୂର ଗାଁକୁ ଯାଇଥାଆନ୍ତି l ଦୈବାତ୍ ନିଜ ଗାଁରୁ ଆସିଥିବା ଜଣେ ଲୋକ ସହ ଦେଖା ହୋଇଗଲାl
ବୈଦ୍ୟ ତାଙ୍କୁ ଗାଁର ହାଲଚାଲ ପଚାରିଲେ l ବୈଦ୍ୟ ଶୁଣିଲେ କି ତାଙ୍କ ଗାଁ ଜମିଦାର ଅସୁସ୍ଥ l
ବୈଦ୍ୟ ସବୁ କାମଦାମ ଛାଡି ତତକ୍ଷଣାତ୍ ନିଜ ଗାଁ ଅଭିମୁଖେ ଫେରିଲେ l ନଈ କୂଳରେ ପହଞ୍ଚି ଦେଖିଲେ ଡଙ୍ଗାବାଲା ସେ ପାରିକୁ ଡଙ୍ଗାନେବାକୁ ମଙ୍ଗୁନାହିଁ l ତାକୁ ବହୁପ୍ରକାର ବୁଝାଇଲେ l ନେହୁରା ହୋଇ କହିଲେ l ଡଙ୍ଗାବାଲା ଶୁଣିଲା ନାହିଁ l ଡଙ୍ଗାବାଲା କହିଲା ଆଉ କେହି ପାରିହେବା ଲୋକ ନାହାନ୍ତି l ତେଣୁ ସେ ତୁରନ୍ତ ଡଙ୍ଗାବାଲାକୁ ତିନିଗୁଣ ପଇସା ଦେଇ ନଈ ପାରି ହେଲେ l ତାପରେ ଧାଇଁ ଧାଇଁ ଗଳଦଘର୍ମ ହୋଇ ଜମିଦାର ଘରେ ପହଞ୍ଚିଲେ ଓ ଜମିଦାରଙ୍କୁ ଓୌଷଧ ଦେଲେ l
ଜଣେ ତାଙ୍କ ପ୍ରଶଂସାକରି କହିଲେ, “ଆରେ ଭାଇ, ରୋଗୀପାଇଁ ତିନିଗୁଣ ପଇସା ଦେଇ ନଈ ପାରି ହୋଇ ଆସିବା ବୈଦ୍ୟ କେଇ ଜଣ ଥିବେ ?”
ଆଉଜଣେ କହିଲେ , “ପୁଣି କେମିତି ଧଇଁସଇଁ ହୋଇ ଆସିଲେ ଦେଖିଲଟି ରୋଗୀଙ୍କ ପାଇଁ ବୈଦ୍ୟ କେତେ ଚିନ୍ତିତ ଦେଖୁଛନ୍ତି !”
ରାତିରେ ବୈଦ୍ୟଙ୍କ ଶଳା ତାଙ୍କୁ ଏସବୁ ଖବର ଦେବାରୁ ବୈଦ୍ୟ ହସି ହସି କହିଲେ,
“ କଥା କଣକି, ପୂର୍ବରୁ ଦୁଇଥର ଜମିଦାର ଅସୁସ୍ଥ ହେବାର ଖବରପାଇ ମୁଁ ଧିରେସୁସ୍ଥେ ଆସି ପହଞ୍ଚି ଦେଖେଁ ତ ସେ ବିନା ଓୌଷଧରେ ସୁସ୍ଥ ହୋଇଗଲେଣି l ତେଣୁ ଏଥର ତରତର ହୋଇ ନ ଆସି ଉପାୟ କ’ଣ ଥିଲା ?