ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

3  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ଗୁପ୍ତ ରହସ୍ୟ

ଗୁପ୍ତ ରହସ୍ୟ

1 min
476



ସାତ ବର୍ଷର ଝିଅ କମଳା, ବାପା ଭୂଷଣଙ୍କ ପାଖକୁ ଆସିଲା । ପଚାରିଲା, “ବାପା, “ଗୁପ୍ତରହସ୍ୟ’’ର ଅର୍ଥ କଣ ?’’ କମଳାର ଆଖି ଦୁଇଟି ଚିକ୍ ମକି୍ କରୁଥିଲା । ସେ କହିଲା ଯେ, ତା’ର ପଡୋଶୀ ମାଉସୀ ତାଙ୍କ ସାଙ୍ଗ ଆସିବାରୁ ତାଙ୍କୁ ବାହାରକୁ ଯିବାପାଇଁ କହି କହିଲେ, “ପିଲାମାନେ ଗୁପ୍ତକଥା ଶୁଣିବା ଉଚିତ୍ ନୁହେଁ l ”


     ଭୂଷଣ କ୍ଷଣେ ଚିନ୍ତା କରି କହିଲେ, “ମୁଁ କହିବି । କିନ୍ତୁ ପ୍ରଥମେ ତୁମେ ଗ୍ରାମ ବୈଠକକୁ ଯିବ ଏବଂ ସମସ୍ତଙ୍କୁ ଆଜି ସଞ୍ଜବେଳେ ଆମ୍ବତୋଟା ପାଖକୁ ଆସିବାକୁ କହିବ l ” କମଳା ତୁରନ୍ତ ଧାଇଁଯାଇ ସମସ୍ତଙ୍କୁ କହିଲା । ତା’ପରେ ଭୂଷଣଙ୍କ ସହ ଆମ୍ବତୋଟାକୁ ଗଲା ।


     ବାଟରେ ସେ ଗୋଟିଏ ଘର ସମ୍ମୁଖରେ ଅଟକିଲେ ଏବଂ ଘରର ମୁରବୀଙ୍କୁ ଡାକିଲେ । ଯେତେବେଳେ ସେ ବାହାରି ଆସିଲେ ଭୂଷଣ ଧୀର ସ୍ୱରରେ କହିଲେ, “ଆଗାମୀ ମାସରେ ମୁଗଡାଲିର ଦର ବଢିଯିବ । ତୁମେ ଶୀଘ୍ର ଶୀଘ୍ର କମ୍ ମୂଲ୍ୟରେ ଡାଲି ବିକ୍ରି କର ନାହିଁ । ଅନ୍ୟ କାହାକୁ ଏ ବିଷୟରେ କହିବ ନାହିଁ l ” ତା’ପରେ ସେ ରାସ୍ତାରେ ଭେଟୁଥିବା ଆଉ ଆଠଦଶ ଜଣ ବ୍ୟକ୍ତିଙ୍କୁ ଏହି କଥା କହିଲେ । କମଳା ତାଙ୍କୁ ଲକ୍ଷ୍ୟ କରୁଥିଲା । ସେ ବାପାଙ୍କୁ ପଚାରିଲା, “କାହିଁକି, ବାପା ? ଆପଣ ସମସ୍ତଙ୍କୁ କହିଲେ ଯେ, ସେମାନଙ୍କୁ କୁହାଯାଇଥିବା କଥା ଅନ୍ୟ କାହାକୁ କହିବେ ନାହିଁ l ” “ଭୂଷଣ ହସିଦେଇ କହିଲେ, “ତାହା ହେଉଛି ଗୁପ୍ତକଥା । ଆପଣ ଯେତେବେଳେ କହନ୍ତି ଯେ ଅନ୍ୟ କାହାକୁ କହିବେ ନାହିଁ ବା ଅନ୍ୟ କାହାକୁ ନ ଜଣାଇ କେବଳ ଜଣକୁ ଜଣାନ୍ତି, ତାହା ଗୁପ୍ତ ରହସ୍ୟ ହୋଇଥାଏ l ” ତା’ପରେ ସେ କହିଲେ, “ଖବର ହେଉଛି ତାହା, ଯାହାକି ଆମେ ସମସ୍ତଙ୍କୁ କହିଥାଉ । ଯେମିତି କି ତୁମେ ସମସ୍ତଙ୍କୁ ମନ୍ଦିରର ବୈଠକଖାନାକୁ ଡକାଇବା କଥା l” ଝିଅଟି ବୋଧହୁଏ ସବୁକଥା ବୁଝିଯାଇଥିଲା l



Rate this content
Log in