Sunanda Mohanty

Tragedy Thriller

4  

Sunanda Mohanty

Tragedy Thriller

ଏକୁଟିଆ ବଗିର କାହାଣୀ

ଏକୁଟିଆ ବଗିର କାହାଣୀ

4 mins
378



  ସେଦିନ ଟ୍ରେନର କେତୋଟି ବଗି ଖାଲିଥାଏ ତ ବିକାଶ ମଧ୍ୟ ଗୋଟେ ଏକୁଟିଆ ବଗିରେ ଯାତ୍ରା କରି ଫେରୁଥାଏ। ଟିକି ପୁଅଟିଏ ତାର। ଏବେ ଏବେ ଏକୋଇଶିଆ ଯାଇଛି। ତା ମୁହଁ ଆଖିରେ ନାଚିବା ସହ ଭବିଷ୍ୟତରେ ସେ କିପରି ସୁନାଗରିକ ହେବ, ସତ ମିଛ ଠାରୁ ଦୂରେଇ ରହି, ଦୟା ସେଵା ପରୋପକାର ଗୁଣଗୁଡିକ ଆପଣେଇବ, ସେହିକଥା ଭାବୁଥାଏ ବିକାଶ, ଟ୍ରେନ ଗାଡି ଖୋର୍ଦ୍ଧା ରୋଡରେ ଲାଗିଲା। ହେଲେ ପୋଲିସମାନଙ୍କର ଗୋଟେ ନିର୍ଦିଷ୍ଟ ଡବାକୁ ଯିବା ଆସିବା ସହ, ଏକୁଟିଆ ବଗିରେ ବସି ଯାଉଥିବା ଜଣେ ଲୋକକୁ କେହି ମାରିଦେଇଛି ଶୁଣି ବିକାଶ ଡରିଗଲା। ସେତେବେଳକୁ ବହୁ ପ୍ୟାସେଞ୍ଜର ତା ବଗିରେ ଉଠିସାରିଥିଲେ ଏବଂ କଥା ହେଉଥିଲେ ହତ୍ୟାକାରୀ ଧରା ପଡିଛି ଓ କହୁଛି ମୋ ପୁଅକୁ ଯିଏ ଅପହରଣ କରିନେଇ ମାରି ଦେଇଥିଲା ତାକୁ ଆଜି ମୁଁ ହତ୍ୟା କରିଛି। ପୁଣି ସେମାନେ କହୁଥିଲେ ଯେ ହତ୍ୟାକାରୀ ଯାହାକୁ ତା ଶିଶୁପୁତ୍ରର ହତ୍ୟାକାରୀ ଭାବିକି ମାରିଲା ସେ କିନ୍ତୁ ପ୍ରକୃତରେ ହତ୍ୟାକାରୀର ଶିଶୁପୁତ୍ରକୁ ଅପହରଣ କରିନଥିଲେ, କାରଣ ସେ ପେଶାରେ ଜଣେ ସଙ୍ଗୀତଜ୍ଞ। ଆଜି ଷ୍ଟେଜ ଶୋ ସାରି ଫେରୁ ଫେରୁ ଏକୁଟିଆ ବଗିରେ ଉଠିଯାଇଥିଲେ। ତାଙ୍କୁ ଜଣା ନଥିଲା କି ଆତାତାୟୀ ତାଙ୍କୁ ପିଛା କରୁଛି। ବିକାଶ ଚମକି ପଡିଲା କାରଣ ପ୍ରଥମତଃ ସେ ମଧ୍ୟ ଏକୁଟିଆ ବଗିରେ ଥିଲା। ଦ୍ୱିତୀୟତଃ ତା ଟିକି ପୁଅର ସୁରକ୍ଷା ଚିନ୍ତା ତାକୁ ଘାରିଥିଲା। ଘରେ ପହଞ୍ଚି ବୋଉ ଓ ବାପାଙ୍କୁ କହି ପରିବାର ସହ ଏକାଠି ରହିବାକୁ ଆଜି ଅନୁରୋଧ କରିବ ଭାବୁଥିଲା ବେଳେ ପୁଣି ଶୁଣିଥିଲା ଯାହାର ହତ୍ୟା ହୋଇଛି ସେ ତାଙ୍କ ଏରିଆର। ସେ କିଏ କଣ ଜାଣିସାରି ଅଜଣା ଆଶଙ୍କାରେ ଛାତି ଥରୁଥିଲା। ପିଲାଟିଏ ମଣିଷ କରି ବଡ଼ କରିବା କେତେ କଷ୍ଟ ଭିତରେ ଯିଏ ତାକୁ ଅପହରଣ କରିନେଇ ମାରିଥିବ ସେ କେଡେ ନୃଶଂସ !କିନ୍ତୁ ସେହି ଲୋକ ବୋଲି ଭାବି ଆଉ ଜଣଙ୍କୁ ହତ୍ୟା କରିଥିବା, ଶୋକ ସନ୍ତପ୍ତ ବାପା ଜେଲରେ ଓ ହତ୍ୟାର ଶୀକାର ହୋଇଥିବା ସେହି ନିରୀହ ଭଦ୍ର ବ୍ୟକ୍ତିଟିର ପରିବାରର ପିଲାମାନେ ଚାହିଁଥିବେ ବାପାଙ୍କ ଫେରିବା ବାଟକୁ। ଏସବୁ କଥା କହିବାକୁ ବିକାଶ ଘରକୁ ଆସି ଦେଖେତ ଅନ୍ୟ ଏକ ବିସ୍ମୟ ଘରେ। ବାପା,ବୋଉ ଉପରେ ଭୀଷଣ କ୍ଷୁବ୍ଧ। ତୁମର ସମସ୍ତଙ୍କୁ ଗରୀବ ବୋଲି ବିଚାରିବା ଉଚିତ ନଥିଲା କହୁଥାନ୍ତି ବାପା ଆଉ ବୋଉ ନୀରବରେ ଶୁଣୁଥିଲା ଗାଳି।

  କଣ ହେଇଛି ବୋଉ?କଣ କଲୁ ତୁ?? ବାପା କାହିଁକି ବିରକ୍ତ ହେଉଛନ୍ତି??ଶୁଣିଲୁଣି ଆଜିର ଘଟଣା,କହି ସବୁ କହିଥିଲା ବିକାଶ ତ ସମସ୍ତେ ତଟସ୍ଥ ଓ ମ୍ରିୟମାଣ ହୋଇ ପଡ଼ୁ ପଡୁ, କୁନିପୁଅ କାନ୍ଦୁଥିଲା ତ ଦଉଡି ଯାଇ ବିକାଶ ପୁଅକୁ କୋଳକୁ ନେଇ କହୁଥିଲା ଆଜିକାଲି ପିଲାଠୁ ବୁଢା ଯାଏଁ, ଏ ସଂସାରରେ ନିର୍ଦୋନ୍ଦରେ ଚଳିବା ବଡ଼ ମୁସ୍କିଲ ହେଇଗଲାଣି। ବାପା ବୋଉ ସମ୍ମତି ଜଣାଇ ଦୁଃଖ କରୁଥିଲେ ତାଙ୍କ ଅଞ୍ଚଳର ସଙ୍ଗୀତଜ୍ଞଙ୍କ ଅକାଳ ବିୟୋଗ ଖବରରେ। ପିଲାଟିଏ ମଣିଷ କରିବାକୁ ହେଲେ ଯୌଥ ପରିବାର ବିନା ମୁସ୍କିଲ କହି ବିକାଶ ଜାଣିବାକୁ ଚାହିଁଥିଲା ବୋଉର କୋଉ ଦୋଷ ପାଇଁ ବାପା ବିରକ୍ତ ହେଉଛନ୍ତି?? ବୋଉ କହୁଥିଲା ତାର ଭୁଲ କଣ ଥିଲା ସେଦିନ।

    ବାଲକୋନୀରେ ବସିଥିଲା ବେଳେ ମିନତି ଦେଖନ୍ତି ଚିରା ଫଟା ପିନ୍ଧା ଲୋକଟିଏ ଭୀଷଣ ବର୍ଷାରେ, ଜରିଟିଏକୁ ପଖିଆ ପରି କରି ଘୋଡ଼ି ହୋଇ ଯିବାବେଳେ ଦେହ ଭିଜି ସାରିଥାଏ ଗୋଟାପଣେ ଆଉ ମୁଣ୍ଡ ଅବସ୍ଥା ଯାହା ହେଇଥିବ!ତେଣୁ ମିନତି ସେହି ବ୍ୟକ୍ତିଙ୍କୁ ଗରୀବ ଭାବି, ଘରେ ଥିବା ପୁରୁଣା ଛତା ଦୁଇଖଣ୍ଡରୁ ଖଣ୍ଡିଏ ଦେବାକୁ ସ୍ଥିର କରିଛନ୍ତି। ହେଲେ ଦେବେ କେମିତି??ଆଖି ପଡିଛି ନାତି ଏକୋଇଶିଆରୁ ବଳି ପଡ଼ିଥିବା ଖଜା, ଗଜା, ଆରିସା ଓ ଫେଣି ତଥା ବୁନ୍ଦିଆ ଲଡ଼ୁ ଉପରେ. ସେଥିରୁ କିଛି କିଛି ଗୋଟେ ବଡ଼ ପୁଡିଆ କରି ଲୋକଟି ମନ୍ଦିରରୁ ଫେରୁଥିବା ବେଳେ, ତାକୁ ଡାକି ତଳକୁ ପକାଇଛନ୍ତି ଭୋଗ କହି ଓ କାଲି ଏତିକି ବେଳକୁ ଆସିଲେ ଛତାଟିଏ ଦେବି ନେଇଯିବ କହିବାରୁ ଲୋକଟି କୃତଜ୍ଞତା ବଦଳରେ ତଳକୁ ଆସି ଦେଇପାରୁନ ଭୋଗ କହିଛି ଆଉ ଆଣ୍ଠୁ କଷ୍ଟ ଯୋଗୁଁ ତଳକୁ ଯାଇପାରୁନି କହି ସଫେଇ ଦେଲେ ବି ଲୋକଟି କିଛି ଉତ୍ତର ନଦେଇ ଫେରିଯାଇଛି। ଆଉ ଆଜି ଛତା ଧରି ବସିଛି ସେ ଆସିଲେ ଦେବ। ବିକାଶ ସବୁ କଥା ଶୁଣିବା ସହ ଖାଇବା ସାରିଥିଲା ତାର। ତା ଆଖିରେ ନାଚୁଥିଲା, ମନ୍ଦିରରେ ମୁହଁକୁ ଗାମୁଛାରେ ଢାଙ୍କି ଯାତ୍ରୀମାନଙ୍କୁ ହାତ ପତେଇ ମାଗୁଥିବା ସ୍ତ୍ରୀ ପୁରୁଷ କେହି ବି ଗରୀବ ନୁହଁନ୍ତି ବରଂ ଅଳସୁଆ ଓ ନିକମା, ନହେଲେ ବିକାଶ ଦେଇଥିବା ଦୁଇ ଟଙ୍କିଆ କଏନଟିକୁ ସେ ଭିକ୍ଷା ବୃତ୍ତି କରୁଥିବା ସ୍ତ୍ରୀ ଲୋକ ସେଦିନ ତା ଉପରକୁ ଫିଙ୍ଗି ଦେଇନଥାନ୍ତା। ସେ ଉଦାହାରଣ ବୁକୁ ତଳେ ଚାପି ବିକାଶ କହିଥିଲା ଯୁଗ ସହ ମଣିଷ ବଦଳି ଗଲେଣି ବୋଉ। ହେଲେ ଯୁଗ ସହ ତାଳ ଦେଇ ତୁ କି ମୁଁ କି ଆମେ ବଦଳିନୁ, ଏହି ଆମର ସମସ୍ୟା।

   ସେଦିନ ଥାଏ ଅଁଳା ନବମୀ। ମନ୍ଦିର ଆଗରେ ଭଜନ ସମାରୋହ କାର୍ଯ୍ୟକ୍ରମ ଦେଖିବାକୁ ବିକାଶ ଓ ତା ପରିବାର ଯାଇଥାନ୍ତି। ଉଦେଶ୍ୟ ଥାଏ ଟିକି ପୁଅକୁ ଦେଵୀ ମାଆଙ୍କ ଆଶୀର୍ବାଦ ଦେବାପାଇଁ ପାଦ ସ୍ପର୍ଶ କରାଇବା ସହ ଭଜନ ସମାରୋହରେ ଭଜନର ତାଳେ ତାଳେ ଜୀବନରେ ଘଟୁଥିବା ଅନେକ ଅଘଟଣ ଓ ଦୁର୍ଦ୍ଦିନକୁ ଆଖି ସାମ୍ନାରୁ ହଟାଇବା ପାଇଁ ମାଆ ରାଧା ଦେବୀଙ୍କ ଶରଣାପର୍ଣ୍ଣ ହେବା। ବର୍ଷା ଯୋଗୁଁ, ବାହାରୁ ଗାୟକ ଗାୟିକା କେହି ଆସପାରିଲେନି ତ ଘୋଷଣା କରାଗଲା ସ୍ଥାନୀୟ ଶିଳ୍ପୀମାନେ ଭଜନ ଗାୟନ କରିବେ।ତାଙ୍କ ଭିତରୁ ଜଣଙ୍କୁ ସୁପର ସିଙ୍ଗର ଭାବେ ଘୋଷିତ କରାଯିବ। ସେତେବେଳେ ବିକାଶ ଭାବୁଥିଲା ସେହି ସ୍ଥାନୀୟ ସଙ୍ଗୀତଜ୍ଞଙ୍କ କଥା, ଯାହାର ମର୍ଡର ହୋଇସାରିଛି। ଦେଖୁ ଦେଖୁ ଅନେକ ସଙ୍ଗୀତଜ୍ଞ ତାଙ୍କ ପାରଦର୍ଶିତା ଦେଖାଉଥିବା ଭିତରେ ଯାହାର ସୁଲଳିତ ମଧୁର ସ୍ୱର ସମସ୍ତଙ୍କୁ ବିମୋହିତ କଲା ସେ ହିଁ ସେଦିନ ସୁପର ସିଙ୍ଗର ରୂପେ ବିବେଚିତ ହୋଇ ଓଲ୍ହେଇ ଆସୁଥିଲେ ଷ୍ଟେଜ ଉପରୁ, ସେ ହିଁ ଥିଲେ ବୋଉର ତଥାକଥିତ ଗରୀବ। ତାଙ୍କ ମୁଣ୍ଡରେ ଥିଲା ଜରିର ପଖିଆ। ଆଉ ବିକାଶଙ୍କ ବୋଉ ମିନତି ଦେବୀ ଧାଇଁ ଯାଇ ତାଙ୍କ ହାତରେ ନୂଆ ଛତାଟିଏ ଧରାଇ କହୁଥିଲେ କିଛି ଭାବିବେନି। ବିକାଶ ଦେଖିଲା ବାପା କଣ ବିଡିବିଡି ହେବାକୁ ଯାଉଛନ୍ତି ତ ତାଙ୍କ ପାଟିରେ ହାତ ଦେଇ ଭାବୁଥିଲା ତାଙ୍କ ଅଞ୍ଚଳର ସେହି ସଙ୍ଗୀତଜ୍ଞଙ୍କର ଛତା ଖଣ୍ଡିକ ଟ୍ରେନର ଏକୁଟିଆ ବଗିରୁ ପାଇଥିଲେ ତାଙ୍କ ପରିବାର ଲୋକ।


Rate this content
Log in