Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ଏକରୁ ବଳି ଆରେକ

ଏକରୁ ବଳି ଆରେକ

4 mins
532


ଜହ୍ମମାମୁ (ଜୁନ୍ 2012)

ଏକରୁ ବଳି ଆରେକ

ଗୋଟିଏ ସହରରେ ତିନି ଭାଇ ବାସ କରୁଥିଲେ l ସେମାନଙ୍କର ଘର ପାଖାପାଖି ରହି ଥିଲା l ତାଙ୍କର ଦୃଷ୍ଟିଶକ୍ତି ଖୁବ ଦୁର୍ବଳ ରହିଥିଲା l ଯେ ପର୍ଯ୍ୟନ୍ତ ସେମାନେ କୌଣସି ଜିନିଷକୁ ନାକ ପାଖରେ ଆଣି ରଖୁନଥିଲେ ସେ ପର୍ଯ୍ୟନ୍ତ ସେହି ବସ୍ତୁ ଦେଖିପାରୁନଥିଲେ l

ଦିନେ ସେହି ତିନି ଭାଇ ବଡ ଭାଇର ଘରେ ବସି ଗପସପ କରୁଥିଲେ l ବଡଭାଇ କହିଲା ମୋ ଦୃଷ୍ଟିଶକ୍ତିରେ ବହୁତ ସୁଧାର ଆସିଛି l ଏବେ କିଛି ଦୂରରେ ବସିଥିବା ମାଛି ମଧ୍ୟ ଦେଖା ଯାଉଛି, ମୁଁ କହିପାରିବି ଯେ ଏହା ପୁରୁଷ ମାଛି କି ମାଈ ମାଛି l

“ଏହି ଆଠ ଦିନ ତଳେ ତ ତୁମେ ବିହଙ୍ଗୀବାଲା ଉପରେ ପଡିଯାଇଥିଲ l” ମଝିଆ ଭାଇ କହିଲା l

“ସେ ଦିନ କଥା ଛାଡ l ଅନ୍ଧାରରେ ମୋର ଦୃଷ୍ଟି ଶକ୍ତି ଆହୁରି ଭଲ କାମ କରୁଛି l” ବଡଭାଇ କହିଲେ l

“ପରୀକ୍ଷା କରି ଦେଖିନିଅ, ତେବେ ଜାଣିପାରିବ ଯେ କହାର ଦୃଷ୍ଟିଶକ୍ତି କେତେ ଭଲ ?”

“ଏହା କିପରି ପରୀକ୍ଷା ?” ମଝିଆଁ ଭାଇ ପଚାରିଲେ l

“ଶୁଣ, ମୁଁ କହୁଛି – ଆମ ଗଳି ସମ୍ମୁଖରେ ଯେଉଁ ଧର୍ମଶାଳା ତହିଛି ତାହା କବାଟରେ ସକାଳୁ ସକାଳୁ ଧର୍ମୋପଦେଶର ପ୍ରସ୍ତର ଲଗାଯାଇଅଛି l ସେହି ଶିଳା ଉପରେ ଖୋଦିତ କରାଯାଇଥିବା ଅକ୍ଷରକୁ ପଢିବା ଆମର ପରୀକ୍ଷା l ସେହି ଅକ୍ଷରକୁ ଆମ ଭିତରୁ ଯିଏ ସବୁଠାରୁ ନିକଟରେ ଠିଆ ହୋଇ ପଢିବ ସେ ହାରିଯିବ l ଯେ ହାରିବ, ସେ ବାକି ସମସ୍ତଙ୍କୁ ଖାଇବାକୁ ଦେବ l ଏହା ସର୍ତ୍ତ ରହିଲା l” ସାନ ଭାଇ କହିଲା l ଦୁଇ ଭାଇ ଏ କଥାରେ ସମ୍ମତ ହେଲେ l ଦୁହେଁ ଚାଲିଯିବା ପରେ ବଡଭାଇ ଡରିଗଲା, କାରଣ ପଥରକୁ ତ ନାକ ପାଖକୁ ନ ଆଣି ସେ ପଢିପାରିବ ନାହିଁ l

ବହୁତ ସମୟ ଚିନ୍ତା କରିବା ପରେ ତା’ ମନକୁ ଗୋଟିଏ କଥା ଆସିଲା l ସେ ସେହି ସରାଇ ନିକଟରେ ବାସ କରୁଥିବା ଜଣେ ଗୁମାସ୍ତାଙ୍କ ପାଖକୁ ଯାଇ ତାଙ୍କୁ ପଚାରିଲେ ସେ ପଥର ଉପରେ କଣ ଖୋଦେଇ ହୋଇଛି କହିଦେବେ l ଆଉ କିଛି ବାଟ ନାହିଁ l

ଏ କଥା ମନକୁ ଆସିବା ମାତ୍ରେ କାନ୍ଧରେ ଗାମୁଛା ପକାଇ ସେ ସରାଇକୁ ବାହାରି ଗଲା l “ମନେ ହେଉଛି ଆପଣ କିଛି କାମରେ ଆସିଛନ୍ତି l” ସରାଇର ଗୁମାସ୍ତା କହିଲେ l “କିଛି ନାହିଁ, କାଲି ଏଠାରେ ଯେଉଁ ପଥରଟି ରଖାଯାଇଛି ସେଥିରେ ଆପଣ କଣ ଲେଖିଛନ୍ତି ?” ବଡଭାଇ ପଚାରିଲେ l

“କିଛି ନାହିଁ ‘ଶ୍ରୀ ରାମ କୃପା’ ଲେଖା ଯାଇଛି l” ଗୁମାସ୍ତା କହିଲେ l

ବଡଭାଇ ମନ ଖୁସି ହୋଇଗଲା l ସେ ଘରକୁ ଚାଲିଗଲେ l ସରାଇର କବାଟ ପାଖରେ ମଝିଆଁ ଭାଇ ଠିଆ ହୋଇଥିବାର ଦେଖିଲା l ଦୁହିଁଙ୍କ ଦୃଷ୍ଟିଶକ୍ତି କମ୍ ହୋଇଥିବାରୁ ପରସ୍ପରକୁ ଦେଖିପାରିଲେ ନାହିଁ କିମ୍ବା ଚିହ୍ନି ପାରିଲେ ନାହିଁ l

ବଡଭାଇ ଯେଉଁ କଥା ଭାବିଥିଲେ ସାନ ଭାଇ ମଧ୍ୟ ସେହି କଥା ଭାବିଲେ l ସେ ଯାଇ ଗୁମାସ୍ତାଙ୍କୁ ପଚାରିଲେ ପଥର ଉପରେ କଣ ଲେଖିଛନ୍ତି l ଦୁହେଁ ସମାନ ପ୍ରଶ୍ନ ପଚାରୁଥିବାର ଦେଖି ଗୁମାସ୍ତା ଆଶ୍ଚର୍ଯ୍ୟ ହେଲେ l ସେ ବଡଭାଇଙ୍କୁ ଯେଉଁ କଥା କହିଲେ ସେହି କଥା ସାନଭାଇଙ୍କୁ କହିଲେ l

ମଝିଆଁ ଭାଇ ସେତିକିରେ ସନ୍ତୁଷ୍ଟ ହେଲା ନାହିଁ l ସେ ପଚାରିଲା “ପଥରଟି କେଉଁ ରଙ୍ଗର l ଏଥିରେ କେଉଁ ରଙ୍ଗର ଅକ୍ଷରରେ ଖୋଦେଇ କରାଯାଇଛି ?”

“ଧୋବ ଫରଫର ମାର୍ବଲ୍ ପଥର ଉପରେ ସୁନେଲି ରଙ୍ଗ ରହିଛି l” ଗୁମାସ୍ତା ବୁଝେଇ ଦେଇ କହିଲେ l

ମଝିଆଁ ଭାଇ ଚାଲିଯିବା ପରେ ସାନ ଭାଇ ଆସି ଗୁମାସ୍ତାଙ୍କୁ ସେହି ପ୍ରଶ୍ନ ପଚାରିଲା l ଯାହା ବଡ ଭାଇ ଏବଂ ମଝିଆ ଭାଇ ପଚାରିଥିଲେ l ଗୁମାସ୍ତା କହିଦେଲେ l

“ଏହି ‘ଶ୍ରୀରାମ କୃପା’ ଲେଖା ତଳେ ଯେଉଁ ବ୍ୟକ୍ତି ପଥରଟି ଦାନ କରିଛନ୍ତି ତାଙ୍କର ନାମ ଲେଖା ଯାଇ ନାହିଁ କି ?” ମଝିଆଁ ଭାଇ ପଚାରିଲା l

“ଛୋଟ ଛୋଟ ଅକ୍ଷରରେ ତାଙ୍କର ନାମ ଖୋଦେଇ କରାଯାଇଛି l ଏବେ ବୋଧହୁଏ ପଚାରିବ ଏହା କେଉଁ ରଙ୍ଗର ? ନାଲି ରଙ୍ଗରେ l” ଗୁମାସ୍ତା କହିଲେ l ତିନି ଭାଇ “ମୁଁ ଜିତିବି l ମୁଁ ଜିତିବ l” ଚିନ୍ତା କରି ଶୋଇଗଲେ l

ସକାଳ ହେବା ମାତ୍ରେ ଦୁଇ ଭାଇ ବିଳମ୍ବ ନ କରି ବଡ ଭାଇ ଘରେ ପହଞ୍ଚିଲେ l ପଥର ଦେଖିବା ପାଇଁ ଉଚ୍ଛନ୍ନ ହେଲା ପରି ତିନି ଭାଇ ଅବିଳମ୍ବେ ବାହାରିଗଲେ l ବଡଭାଇ ତୁରନ୍ତ ଅଟକିଯାଇ ସରାଇ ଆଡକୁ ଚାହିଁ କହିଲା - “ ଆଉ ପାଖକୁ ଯିବା କଣ ଦରକାର l ଶିଳାର ଅକ୍ଷର ଏଠାକୁ ଦେଖାଯାଉଛି l କଣ ପଢିବି ? -‘ଶ୍ରୀରାମ କୃପା’ ସ୍ପଷ୍ଟ ଭାବରେ ଦେଖା ଯାଉଛି l”

ଏ କଥା ଶୁଣି ଦୁଇ ସାନ ଭାଇ ଆଶ୍ଚର୍ଯ୍ୟ ହୋଇଗଲେ l ସେମାନେ ଭାବିଥିଲେ ଯେ, ସେମାନେ ହାରିଗଲେଣି l ମଝିଆଁ ଭାଇ ପଚାରିଲା -“ପଥରଟି କେଉଁ ରଙ୍ଗର ? ଅକ୍ଷର କେଉଁ ରଙ୍ଗର ରହିଛି ?” 

ବଡ ଭାଇକୁ ମନେ ହେଲେ ଯେପରି ସେ ପାହାଡ ଉପରୁ ଖସିପଡିଲା l “ରଙ୍ଗ ! ତୁମକୁ କଣ ରଙ୍ଗ ଦେଖାଯାଉଛି ?” ସେ ମଝିଆ ଭାଇକୁ ପଚାରିଲା l

  “ରଙ୍ଗ କାହିଁକି ଦିଶିବ ନାହିଁ ? ଧଳା ରଙ୍ଗର ପଥର ଉପରେ ସୁନେଲି ରଙ୍ଗର ଅକ୍ଷରରେ ଖୋଦେଇ ହୋଇଥିବାର ଦେଖିପାରୁନାହଁ କି ?” ମଝିଆଁ ଭାଇ ପଚାରିଲା l

“ତୁମେ କାହିଁକି ଝଗଡା କରୁଛ ? ଦେଖ ପଥରରେ ଛୋଟ ଛୋଟ ଅକ୍ଷରରେ ଯାହା ଲେଖାଯାଇଛି, ତାହା ପଢିପାରୁଛ କି ନା ! ବଡ ଅକ୍ଷର ତ ଅନ୍ଧ ବି ପଢିପାରିବ l” ମଝିଆଁ ଭାଇ କହିଲା l

“କଣ ପଥର ଉପରେ ଛୋଟ ଛୋଟ ଅକ୍ଷରରେ ମଧ୍ୟ ଖୋଦେଇ କରାଯାଇଛି ?” ବାକି ଦୁଇ ଭାଇ ପଚାରିଲେ l

“ତାହା ହିଁ ତ ଦେଖୁଛି l କାଲି ଅକ୍ଷରରେ ନାମ ସ୍ପଷ୍ଟ ଭାବରେ ଦେଖାଯାଉଛି l ତୁମେ କଣ ଭାବୁଛ ତୁମର ଦୃଷ୍ଟି ଶକ୍ତି ମୋ ଠାରୁ ଭଲ l” ମଝିଆଁ ଭାଇ କହିଲା l

ବଡ ଭାଇ କହିଲେ - “ତୋର ଦୃଷ୍ଟିଶକ୍ତି ଆମ ତିନି ଜଣଙ୍କଠାରୁ ଭଲ l ତୋ ପରେ ହେଉଛି ମୋର ଦୃଷ୍ଟି ଶକ୍ତି l ବଡ ଅକ୍ଷରକୁ ମୁଁ ପଢିଥିଲି l ତୁ ଆଗକୁ ଯାଉଥିଲୁ, ମୁଁ ଅଟକାଇଥିଲି l ତେଣୁ ତୋତେ ଆଉ ମୋତେ ମଝିଆ ଭାଇ ଖାଇବାକୁ ଦେବ l ମଝିଆଁ ଭାଇ ଏ କଥା ଶୁଣି ପ୍ରତିବାଦ କଲା l” ଯାହା ତୁମେ ଦେଖିପାରିଲ ନାହିଁ, ପଥରଟି କେଉଁ ରଙ୍ଗର ଜାଣିପାରିଲ ନାହିଁ – ତୁମେ ଅକ୍ଷର ପଢିଥିବ, ଏ କଥା କିପରି ବିଶ୍ୱାସ କରାଯିବ l ଯେଉଁ ବ୍ୟକ୍ତି ପଥରର ରଙ୍ଗ ଦେଖିପାରୁନାହାନ୍ତି, ସେ ଅକ୍ଷର ପଢିଥିବେ, ଏ କଥା କିପରି ବିଶ୍ୱାସ କରାଯିବ ? ଏ କଥା କିଏ ପରତେ ଯିବ ?

“ତିନି ଜଣଯାକ ଝଗଡା କରି କିଛି ଦୂର ଆଗକୁ ଗଲେ, ଶେଷରେ ସେମାନେ ସମାଧାନ କରିବାକୁ ନିଷ୍ପତ୍ତି ନେଲେ l ଏତିକି ବେଳେ ସରାଇର ଗୁମାସ୍ତା ସେହି ଆଡକୁ ଆସୁଥିବାର ଦେଖିଲେ l”

-        “ଆପଣ କିଏ ? ଆମ ଝଗଡା ଟିକେ ସମାଧାନ କରିଦେବେ l ଶିଳା ଉପରେ ‘ଶ୍ରୀରାମ କୃପା’ ଲେଖା ଯାଇ ନାହିଁ କି ? ଏ କଥା କଣ ମିଛ ?” ବଡ ଭାଇ ପଚାରିଲେ l

“ନାହିଁ ତ” ଗୁମାସ୍ତା କହିଲେ l

“ପଥରଟି ଧଳା ରଙ୍ଗର ମାର୍ବଲ୍ ନୁହେଁ କି ?” ମଝିଆଁ ଭାଇ ପଚାରିଲେ l

“ହଁ, ହଁ ! ଗୁମାସ୍ତା କହିଲେ l”

 “ଛୋଟ ଛୋଟ ଅକ୍ଷରରେ ନାଲି ରଙ୍ଗରେ ଦାନ କରିଥିବା ବ୍ୟକ୍ତିଙ୍କର ନାମ ଲେଖା ଯାଇନାହିଁ କି ?”ମୁଁ ଠିକ୍ କହୁଛି ନା !

“ହଁ !” ଗୁମାସ୍ତା କହିଲେ l

ପୁଣି ତିନି ଭାଇ କହିଲେ - “ମୋ ଦୃଷ୍ଟି ଶକ୍ତି ସବୁଠୁଁ ଭଲ !” “ମୋ ଦୃଷ୍ଟି ଶକ୍ତି ସମସ୍ତଙ୍କଠୁଁ ଭଲ !” ତିନି ଜଣ ଯାକ ପରସ୍ପର ସହିତ ପୁଣି ଝଗଡା କରିବାକୁ ଲାଗିଲେ l

ଏତିକି ବେଳେ ସରାଇର ଗୁମାସ୍ତା ସେମାନଙ୍କୁ ଅଟକାଇ କହିଲେ - “ତୁମେ କଳାଧଳାର ଫରକ ଜାଣିପାରୁନାହଁ l ମୋ ରାୟରେ ତୁମ ତିନି ଜଣଙ୍କର ଦୃଷ୍ଟିଶକ୍ତି ଏକା ପ୍ରକାରର l କାରଣ ଏ ପର୍ଯ୍ୟନ୍ତ ସରାଇର କବାଟରେ ପଥରଟି ଲଗାଯାଇନାହିଁ l” 


Rate this content
Log in