ଦଶହରା ଭେଟି
ଦଶହରା ଭେଟି
ମହାଳୟା ପାଞ୍ଚଦିନ ପୂର୍ବରୁ ସ୍ମିତା ଓ ପ୍ରଦୀପର ବାହାଘର ହୋଇଥାଏ । ଦୁହେଁ ପରସ୍ପରକୁ ଖୁବ୍ ଭଲ ପାଆନ୍ତି । ସେମାନେ ଦୁହେଁ ପ୍ରଥମ ଥର ପାଇଁ ମହାଳୟା ଦିନ ମନ୍ଦିର ମଣ୍ଡପରେ ମା'ଙ୍କର ଦର୍ଶନ କରି ବାହାରନ୍ତି ଏକ ସୁନ୍ଦର ରମଣୀୟ ସ୍ଥାନକୁ ବୁଲାବୁଲି ପାଇଁ । ସ୍ମିତା କବିତା ଲେଖିବାକୁ ଭଲପାଏ ହେଲେ ଏକଥା ପ୍ରଦୀପକୁ ଜଣା ନଥାଏ । ସେ ବାଟରେ ଯାଉ ଥିବା ସମୟରେ ଏକ ଛୋଟ କବିତା ଲେଖୁଥାଏ । ହେଲେ ପ୍ରଦୀପ ଜାଣିପାରୁନଥାଏ ।
ଦୁହିଁଙ୍କ ମନରେ ଗୋଟିଏ କଥା ସେମାନେ ପରସ୍ପରକୁ ପ୍ରଥମ ଥର ପାଇଁ କିଛି ଉପହାର ଦେବେ । ହେଲେ ସ୍ମିତା ତା ଶାଶୁଘର ବିଷୟରେ କିଛି ଜାଣିନଥାଏ, କାହିଁକି ନା ସେ ନୂଆ କରି ଆସିଥାଏ । ତେଣୁ ସେ ତାର ଜୀବନର ସବୁଠାରୁ ପ୍ରିୟ କବିତାଟିଏ ପ୍ରଦୀପକୁ ଭେଟି ଦେବାକୁ ମନସ୍ଥ କଲା । ହେଲେ ସେ କେବେ ଭେଟିଦେବ ସେ କଥା ଭାବୁଥିଏ । ଏହାରି ଭିତରେ ସେମାନେ ଯେଉଁ ସ୍ଥାନକୁ ବୁଲିବା ପାଇଁ ଯାଇଥିଲେ ସେଠାରେ ପହଞ୍ଚିଗଲେ । ହେଲେ ସ୍ମିତା ତାର ଭାବନାରେ ଅଟଳ । ତେଣୁ ସେ କହିଲା ତମେ ଟିକିଏ ଅପେକ୍ଷା କର ମୁଁ ଯାଉଛି । ହେଲେ ସ୍ମିତାର କବିତା ଲେଖା ଶେଷ ହେଲା ନାହିଁ, ତେଣୁ ସେ ତାକୁ ଅଧାରେ ରଖିଲା ଓ ସେମାନେ ବୁଲିବା ପାଇଁ ବାହାରିଗଲେ ।
ବୁଲାବୁଲି କରିବା ସମୟରେ ସ୍ମିତାର ମନ ବୁଲାବୁଲିରେ ନଥାଏ । ସେ କେବେ ପ୍ରଦୀପକୁ ତା ମନର କବିତା ଭେଟିଦେବ ସେଇ କଥା ସେ ଭାବୁଥାଏ । ବୁଲାବୁଲି ସମୟରେ ସ୍ମିତାର ମନ ଅନ୍ୟ ଆଡେ ଥିବାର ପ୍ରଦୀପ ଜାଣିପାରିଲେ । ତେଣୁ ସେ ସେଦିନ ଆଉ ବୁଲାବୁଲି ନକରି ଲଜକୁ ଫେରିଗଲେ । ସେ ଦିନ ରାତିରେ ସ୍ମିତା ଆଖିରେ ନିଦ ନଥାଏ । ରାତି ସାରା ସେ କବିତାଟି ଲେଖୁଥାଏ । ଶେଷରେ ସେ ଦଶହରାରେ ସେ ପ୍ରଦୀପକୁ ଭେଟି ଦେବ ବୋଲି ଭାବିଲା ।
ଲେଖା ଲେଖି ଶେଷ କରି ସ୍ମିତା ଭୋର୍ ସମୟରେ ଦୁଇ ଘଣ୍ଟା ଶୋଇ ଗଲା । ସେଇ ସମୟରେ ପ୍ରଦୀପଙ୍କର ନିଦ ଭାଙ୍ଗିଗଲା । ସେ ଦେଖିଲେ ବିଛଣା ଉପରେ ଡାଇରୀ ଓ କଲମ ଟି ପଡ଼ିଛି ତେଣୁ ସେ ତାକୁ ଖୋଲି ଦେଖିଲେ ସେ ଦେଖନ୍ତି ତ ସେଇ ଡାଇରୀରେ କେବଳ କବିତାର ବାସ୍ନା । ତେଣୁ ପ୍ରଦୀପ ଜାଣି ପାରିଲେ ଯେ ସ୍ମିତାର ବଡ ଖୁସି ହେଉଛି କବିତା ରଚନା, ସେଇ ଡାଇରୀରେ ଲେଖା ଥିଲା " ଯେବେ ମୁଁ ଏହି ସବୁ କବିତାକୁ ନେଇ ପୁସ୍ତକ କରିବି ସେଇଦିନ ଯାଇ ମୋର କବିତା ଲେଖା ସଫଳ ହେବ "
ତେଣୁ ପ୍ରଦୀପ ସେଇଥିରେ ଥିବା କବିତାକୁ ନେଇ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରସ୍ତୁତ କଲେ । ହେଲେ ଏକଥା ସେ ସ୍ମିତାକୁ କହିଲେ ନାହିଁ କି ସ୍ମିତା ଲେଖିଥିବା କବିତା ସେ ପ୍ରଦୀପକୁ କହିଲା ନାହିଁ । ଏହାରି ଭିତରେ ପ୍ରଦୀପ ତାଙ୍କ ବନ୍ଧୁଙ୍କ ସହାୟତାରେ ସେଇ ପୁସ୍ତକକୁ ପ୍ରସ୍ତୁତ କରି ଘରେ ଆଣି ରଖିଥାନ୍ତି ।
ତହିଁ ପରଦିନ ପୁଣି ସେମାନେ ବୁଲାବୁଲି ପାଇଁ ବାହାରିଲେ ହେଲେ ସେଦିନ ଥାଏ ଷଷ୍ଠୀ ପୂଜା । ସକାଳେ ସ୍ନାନ କରି ସେମାନେ ବୁଲାବୁଲି ପାଇଁ ଗଲେ ପ୍ରଥମେ ଗୋଟିଏ ସ୍ଥାନରେ ମାଆ ଦୂର୍ଗାଙ୍କର ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କରି ସେମାନେ ଗଲାକାଲିର ବାକି ସ୍ଥାନ ବୁଲିବା ପାଇଁ ବାହାରିଗଲେ । ସେଠାରେ ପହଞ୍ଚି ସେମାନେ ବୁଲାବୁଲି କରି ସନ୍ଧ୍ୟାରେ ଲଜକୁ ଫେରିଗଲେ ।
ଲଜକୁ ଯିବା ରାସ୍ତାରେ ଗୋଟିଏ ମଣ୍ଡପ ପାଖରେ ଏକ ମନରୋଞ୍ଚନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା । ସେଇଠୁ ଲଜର ଦୂରତା ଏକ କିଲୋମିଟର, ତେଣୁ ସେମାନେ ସେଠାରେ ସେଠାକାର କଳାକୁ ଉପଭୋଗ କରୁଥାନ୍ତି । ଏହାରି ଭିତରେ ଏକ ପ୍ରତିଯୋଗିତା ଆୟୋଜିତ ହେଲା । ସେଇ ପ୍ରତିଯୋଗିତାଟି ଥିଲା ଶ୍ରେଷ୍ଠ ଯୋଡ଼ି ସେଠାରେ ଦୁହେଁ ଅଂଶଗ୍ରହଣ କଲେ । ସେଠାରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଅନେକ ପ୍ରକାର ପ୍ରତିଯୋଗିତା କରିଗଲା ଏବଂ ଶେଷରେ ବିଜେତା ଘୋଷଣା କରାଗଲା ।
ସେଇ ପ୍ରତିଯୋଗିତାର ବିଜେତା ହେଲେ ସ୍ମିତା ଓ ପ୍ରଦୀପ । ହେଲେ ଏତେ ବଡ଼ ପୁରସ୍କାର ଲାଭ କରି ମଧ୍ୟ ସ୍ମିତା ଓ ପ୍ରଦୀପର ମନରେ ଖୁସି ନଥାଏ । କାରଣ ଦୁହେଁ ସେଇ ଗୋଟାଏ ଦିନକୁ ଅପେକ୍ଷା ବିଜୟା ଦଶମୀ । କେବେ ପାହିବ ନବମୀ ନିଶି ଓ ଉଦୟ ହେବ ଦଶମୀର ସୁନେଲି ଆକାଶ ।
ଦୁଇଦିନରେ ସେମାନେ ବୁଲାବୁଲି ଶେଷ କରି ସେମାନେ ଘରକୁ ଫେରି ଗଲେ । ଅଷ୍ଟମୀ ଦିନ ଅପରାହ୍ନରେ ସେମାନେ ଘରେ ପହଞ୍ଚିଲେ । ଘରେ ପହଞ୍ଚି ସେମାନେ ରାତିରେ ତାଙ୍କ ଘର ପାଖରେ ଥିବା ମଣ୍ଡପଗୁଡିକରେ ମାଆଙ୍କର ଦର୍ଶନ କଲେ । ଯାନି ଯାତରା ବସିଥାଏ ସେଇ ଠାରୁ ଅନେକ କିଛି କିଣାକିଣି କରି ଘରକୁ ଫେରିଲେ। ନବମୀରେ ମାଆଙ୍କର ଶେଷ ଦର୍ଶନ ପାଇଁ ପୁଣି ରାତ୍ରିରେ ଦର୍ଶନ ପାଇଁ ମଣ୍ଡପ ଗଲେ ।
ମଣ୍ଡପରୁ ଫେରି ଦୁହେଁ ଶୋଇବା ପାଇଁ ଗଲେ ହେଲେ ନିଦ ହେଉଛି । ଆଖି ଟିକିଏ ଲାଗି ଯାଉଥାଏ ପୁଣି ଖୋଲିଯାଏ । ଏହାରି ଭିତରେ ରାତି ପାହି ସକାଳ ହୋଇଗଲାଣି । ଦୁହେଁ ପରସ୍ପର ମୁହଁକୁ ଚାହିଁ ମୁରୁକି ହସିଲେ ।
ଏହାପରେ ସ୍ମିତା ଯାଇ ତାର ଉପହାରକୁ ନେଇ ପ୍ରଦୀପକୁ ଦେବା ସମୟରେ ପ୍ରଦୀପ ସ୍ମିତାର ଲେଖାକୁ ନେଇ ପ୍ରସ୍ତୁତ କରିଥିବା ପୁସ୍ତକକୁ ନେଇ ସ୍ମିତାକୁ ଦେଲା । ଦୁହେଁ ପରସ୍ପରକୁ ଏକା ସମୟରେ ଉପହାର ଦେଲେ । ଠିକ୍ ସେଇ ସମୟରେ ଦୁଃଖ ନିଜ ନିଜର ଉପହାରକୁ ଖୋଲିଲେ । ସ୍ମିତା ତାର ଉପହାର ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ପ୍ରଦୀପ ତାର ଉପହାରକୁ ଖୋଲି ସ୍ମିତା ଲେଖିଥିବା କବିତାଟି ପଡ଼ିଲା । ଦୁହେଁ ତାଙ୍କର ଉପହାର ପାଇ ଖୁସିହେଲେ ।।
[[ ସମାପ୍ତ ]]
ଏହା ପରେ କଣ ଘଟିଥିବ ଆପଣ ରିଭ୍ୟୁରେ ଲେଖନ୍ତୁ ।
