ବୀର ପୁତ୍ର
ବୀର ପୁତ୍ର
ବୀର ପୁତ୍ର
କେତେ ଯେ ବୀର ଏ ମାଟି ମାଆର ,
ସୈନିକଠୁ ବଡ଼ ବୀର ନାହିଁ ତା'ର ।।
ଜଳେ ସ୍ଥଳେ ଅବା ଆକାଶେ ,
ତା ସୈନିକ ସବୁଠି ଭାସେ ।।
ମୋ ଜୀବନ ଆଜି ହେଲାଣି ବେସାହାରା ,
ସେଇ ସୈନିକ ଆଜି ମୋ ସାହାରା ।।
କେତେ ଯେ ବୀର ଆସନ୍ତି ଯାଆନ୍ତି ,
ତୁମେ ଯିବ ନାହିଁ ସଭିଏଁ ଜାଣନ୍ତି ।।
ସୁଖରେ ଜୀବନକୁ ଦୁଃଖ ଭସାଇ ଦେଇ ,
ତୁମେ ହୁଅ ସଭିଙ୍କର ଭାଇ ।।
ସବୁ ତୁମେ ମୋ ପୁଅ ବୋଲି କରୁଛି କଳ୍ପନା ,
ତୁମରି ପାଇଁ କେତେ ଯେ କଳ୍ପନା ।।
ବାଟ ଅଦେଖା ମଣିଷ ସ୍ୱପ୍ନ ଦେଖିଲାଣି,
ତୁମରୀ ବୀରତ୍ୱର ଗାଥା ଜାଣି ।।
ଗଛଲତା ମୋହରି ପୁଅ ସତେ ,
ତୁ ଯେ ଜ୍ୟେଷ୍ଠ ପୁତ୍ର କରି ପାରେନି କଳ୍ପନା ସେତେ ।।
ତୁ ଥିଲୁ ସୈନିକ ହେଲୁଣି ବୀର ,
ତ ବୀରତ୍ୱ ପାଇଁ ଗର୍ବ କରେ ଏ ଘର ।।
କବିର ଗାନ ଏଠି ନୁହେଁ କବିତାର ,
ସେ କରନ୍ତି ଗାନ ତ ବୀରତ୍ୱର ।।
ମୁଁ ଯେ କରୁଛି ସଭିଙ୍କୁ ନିବେଦନ,
କର ଯେ ତାଙ୍କ ପରିବାରକୁ ସମ୍ମାନ ।।
