ବନ୍ଧୁତାର ସ୍ମୃତି
ବନ୍ଧୁତାର ସ୍ମୃତି
ମନରେ ଅନେକ ସ୍ମୃତିର ଗାଥା ରହିଥାଏ । ସେହିପରି ଏକ ସ୍ମୃତି ଗାଥା । ସେଦିନ ରବିବାର । ଶନିବାର ରାତିରେ ମନରେ ସ୍ଥିର ହୁଏ କାଲି ପିଲାବେଳର ବହି କଲମର କଥାକୁ ମନେ ପକାଇବା । ତେଣୁ ସକାଳୁ ଉଠୁ ଉଠୁ ସକାଳ ସାତଟା ବାଜିଥାଏ । ସମସ୍ତେ ଉଠି ନିଜର ନିତ୍ୟକର୍ମ ସାରି ଜଳଖିଆ ସରି ନିଜର କାର୍ଯ୍ୟରେ ବ୍ୟସ୍ତ । ମୁଁ ଉଠି ନିଜର ନିତ୍ୟକର୍ମ ସାରି ମୋର ସେଇ ପୁରୁଣା ଦିନ ବହି କଲମର ପାଖକୁ ଗଲି । ସେଠି ଯାଇ ଦେଖେ ତ ସବୁ ବହି ଗୋଟିଏ ଅଖାରେ ପୁରାଇ ରଖାଯାଇଛି। ମୁଁ ତାକୁ ଘର ଭିତରୁ ବାହାରକୁ ବାହାର୍ କରି ଆଣିଲି । ସେଇ ସମୟରେ, ମୁଁ ଅଖା ଟିକୁ ରଖୁରଖୁ ଅସରାଏ ପବନ ବହିଲା ସେଇ ପବନରେ ଅଖାର ଧୂଳି ଆସି ମୋ ଦେହରେ ବାଜିଲା । ସେଇ ଧୂଳି ଯେପରି ସେଦିନ ପାଠ ପଢା ବାସ୍ନା ଆସି ମୋ ଦେହରେ ଖେଳେଇଗଲା ପରି ଅନୁଭବ ହେଲା । ସେଇ ଅଖାକୁ ଖୋଲି ଅନେକ ବହି ଦେଖିଲି । ଆଉ ସେଇ ବହି ସବୁ ଭିତରେ ଗୋଟାଏ ବହିଥିଲା। ସେଇ ବହିଟି ସେ ସମୟରେ ଜଣେ ବନ୍ଧୁ ମୋତେ ଦେଇଥିଲେ। ସେଇ ବହି ଖୋଲି ପୁଣି ସେଇଠି ପଡିବା ଆରମ୍ଭ କଲି । ପଢୁପଢୁ ସେଥିରେ ତା ଘରର ମୋବାଇଲ୍ ନମ୍ବର ଲେଖା ଥିଲା । ହେଲେ ମନରେ ଦ୍ଵନ୍ଦ୍ୱ ଯେ ତା'ର ମୋ କଥା ମନେ ଅଛିକି ନାହିଁ, ସେ ମୋତେ ଜାଣିପାରିବନା ନାହିଁ, ସେ ମୋବାଇଲ ନମ୍ବର ଏବେ ଅଛି କି ନାହିଁ । ଏମିତି ଅନେକ କିଛି । ଶେଷରେ ସେଇ ନମ୍ବରରେ ଫୋନ କଲି ସେ କଲ୍ ରିସିଭ କଲା ଅନେକ କଥା ହେଲୁ, ହେଲେ କେହି କାହାକୁ ଜାଣିପାରିଲୁ ନାହିଁ । କିଛି ସମୟ ପରେ ଆମେ ଦୁହେଁ ଦୁହିଁଙ୍କୁ ଚିହ୍ନିପାରିଲୁ । ଆମେ କଥା ହେଉଥାଉ । ମୁଁ ସେଇ ସମୟରେ ଅନେକ ବହି ବି ଖୋଲି ପଢୁଥାଏ ଦେଖୁଥାଏ । ଏତିକି ସମୟରେ ମୁଁ ଗୋଟେ ବହି ଖୋଲିଲି । ସେଇ ବହି ଭିତରେ ଗୋଟିଏ କ୍ୟାସେଟ୍ ଥିଲା । ମୁଁ ତାକୁ ଅଲଗା କରି ରଖିଲି । ଏପଟେ ଆମେ କଥା ହେଉ ଥାଉ । ମୁଁ ତାରି ଭିତରେ ଖାଆ ପିଆ ସାରି ପୁଣି ବସିଗଲି ବହି ଦେଖିବାକୁ । ହେଲେ ଆମର କଥା ସରୁନଥାଏ । ବହୁତ ସମୟ ପରେ ଆମେ ଫୋନ କାଟିଲୁ । ସେତେବେଳକୁ ମୋର ବହି ଦେଖା ସବୁ ସରିଯାଏ । ମୋର ଗୋଟେ ଲାପଟପ୍ ଥାଏ। ମୁଁ ସେଇ କ୍ୟାସେଟକୁ ସେଥିରେ ଦେଖିଲି । ସେ କ୍ୟାସେଟଟି ଥିଲ ସେଇ ସାଙ୍ଗ ଆଉ ମୋର ସେଦିନେ ଆମ ଘରକୁ ଆସିଥାଏ ଆମେ ସବୁ ସେଦିନ ଯାହା ଯାହା କରୁଥିଲୁ ବାପା ତାକୁ ମୋବାଇଲରେ ଭିଡିଓ କରୁଥାଆନ୍ତି । ହେଲେ ସେ ବନ୍ଧୁକୁ ମୁଁ ପ୍ରଥମେ ଦେଖିକି ଜାଣିପାରିଲି ନାହିଁ ।
ତାପରେ ବାପା ଆସି ଦେଖିଲେ ଆଉ ମୁଁ ତାଙ୍କୁ ପଚାରିଲି ସେ ଅନ୍ୟ ପିଲା ଟା କିଏ । ବାପା ଟିକେ ମୁରୁକି ହସି ଦେଲେ ଆଉ କହିଲେ ତୁ କହିଲୁ ସେ କିଏ । ମୁଁ ହେଲେ ଜାଣିପାରିଲି ନାହିଁ ବାପା ମୋତେ ଶେଷରେ କହିଲେ ସେ ତୋର ସେଇ ପୁରୁଣା ବନ୍ଧୁ । ମୁଁ ତାକୁ ପୁଣି ଥରେ କଲ୍ କଲି ସେ ଏଥର ଫୋନ ଉଠେଇ ପୁଣି ମୋ ସହିତ କଥା ହେବାକୁ ଲାଗିଲା ମୁଁ ବି ସେଇ ଅଧା କଥାରୁ କଥା ହେଲୁ କଥାବି ଶେଷ ହେଲା । ପୁଣି କଲ୍ କାଟିଯିବାପରେ ମୋର ପୁଣି ସେଇ କ୍ୟାସେଟ୍ କଥା ମନେ ପଡ଼ିଲା । ମୁଁ ପୁଣି ସନ୍ଧ୍ୟା ସମୟରେ ତାକୁ ଫୋନ କଲି ପୁଣି ସେ କଥା କହିବାକୁ ଭୁଲିଗଲି । ଶେଷରେ ଦିନ ସରିଗଲା ହେଲେ ସେଇ ନିବିଡ଼ ବନ୍ଧୁତା ଶେଷ ହେଲା ନାହିଁ । ହେଲେ ସେଇ ନିବିଡ଼ ବନ୍ଧୁତା ଆଜି ଆଉ ନାହିଁ ସେ ତା କାମରେ ମୁଁ ମୋ କାମରେ ଏବେ ବ୍ୟସ୍ତ ଟିକିଏ ଦେଖା ହେବା ପାଇଁ ସମୟ ଗୋଟାଇଲୁ ପରସ୍ପର ଦେଖା ହେଲୁ ସେଇ ସମୟରେ ଆମେ ଦୁହେଁ ପରସ୍ପର ନିଜ ନିଜ ମୁଖ ଦେଖୁଥିଲି । ହେଲେ ଚିହ୍ନି ପାରିଲୁ ନାହିଁ । ତାପରେ ଚିହ୍ନିଲୁ ଆଉ ଦୁହିଁଙ୍କ ଆଖିରୁ ହସର ଲୁହ ଧାରା ଟୋପା ବୋହିବାରେ ଲାଗିଲା ।।
