ତ୍ରିନାଥ ନନ୍ଦୀ

Others

4.0  

ତ୍ରିନାଥ ନନ୍ଦୀ

Others

ସମ୍ପର୍କର ବନ୍ଧୁତା

ସମ୍ପର୍କର ବନ୍ଧୁତା

3 mins
184


ବନ୍ଧୁ, ଆମର ଅନେକ ବନ୍ଧୁ ରହିଛନ୍ତି । କିଏ ଚିହ୍ନ ଜଣା ତ କିଏ ପିଲାବେଳର ସାଙ୍ଗ ସାଥି । ସେଇ ପରି ମୋ ଜୀବନର ପାରିବାରିକ ବନ୍ଧୁତାର କାହାଣୀ ଟିଏ । ସେଦିନ ଗାଆଁରେ ଜଣେ ଜେଜେଙ୍କ ଘର ପ୍ରତିଷ୍ଠା ଥାଏ । ସନ୍ଧ୍ୟାରେ ସମସ୍ତେ ଏକାଠି ହୋଇଥିଲେ ଭୋଜି ଖାଇବା ପାଇଁ । ମୁଁ ମଧ୍ୟ ଯାଇଥାଏ । ଯେହେତୁ ସମସ୍ତେ ଭିନ୍ନ ଭିନ୍ନ ସ୍ଥାନରେ ବସବାସ କରନ୍ତି, ତେଣୁ ସେଦିନ ସଭିଏଁ ଏକାଠି ଆସିଥାନ୍ତି । ଆମ ପରିବାରରେ ଅନେକ ଭାଇ ଭଉଣୀ ମୋର ଅଛନ୍ତି । ସେମାନଙ୍କ ସହିତ ସବୁଦିନ ଦେଖାସାକ୍ଷାତ ହୋଇପାରେ ନାହିଁ । କିନ୍ତୁ ସେଦିନ ଆମେ ପରସ୍ପର ଦେଖା ସାକ୍ଷାତ ହୋଇପାରିଥିଲା। ସେଦିନ ରାତିରେ ବର୍ଷା ମଧ୍ୟ ହୋଇଥାଏ, ସଭିଏଁ ଆନନ୍ଦରେ ହସଖୁସିରେ ଭୋଜି ଉପଭୋଗ କରୁଥିଲୁ । ଖିଆପିଆ ଶେଷ ହେଲା ପରେ ମୋର ଜଣେ ଛୋଟ ଭାଇ ମୋତେ ତା ଘରକୁ ଯିବାପାଇଁ ଅନୁରୋଧ କରୁଥାଏ ହେଲେ ରାତି ଅଧିକ ହୋଇଥିବାରୁ ମୁଁ ଆଉ ଗଲି ନାହିଁ । କାରଣ ମୁଁ ମୋ ଘରକୁ ରାତିରେ ଫେରିବାର ଥାଏ । ସେଠି ଗାଁରେ ଗୋଟେ ଘର ମଧ୍ୟ ଅଛି ସେଠାରେ ସେମାନେ ରାତିରେ ରହିଥିଲେ। ତହିଁ ପରଦିନ ସକାଳେ ସେମାନେ ତାଙ୍କ ଘରକୁ ଫେରିଗଲେ । ତହିଁ ପରଦିନ ସକାଳେ ବାପା ତାଙ୍କ କାମ ପାଇଁ ତାଙ୍କ ଘରକୁ ଯିବାର ଥିଲା । ଯେହେତୁ ମୋର ଛୋଟ ଭାଇ ଟା କାଲି ରାତିରେ ଜିଦ କରୁଥିଲା ତା ଘରକୁ ଯିବାପାଇଁ ତେଣୁ ମୁଁ ମଧ୍ୟ ବାପାଙ୍କ ସହିତ ଗଲି । ସେଠାରେ ମୁଁ ସାରା ଦିନ ମଜା ମସ୍ତିରେ ଉପଭୋଗ କଲି । ତା ସହିତ ସେଠାରେ ଅନେକ ବନ୍ଧୁ ଭଳି ହସଖୁସିର ପରିବେଶ ଭାଇ ଭଉଣୀଙ୍କ ମଧ୍ୟରେ ଘଟିଥିଲା । ବାପା ମୋତେ ଶହେ ଟଙ୍କା ଦେଇଥାନ୍ତି ସେମାନଙ୍କ ପାଇଁ ଚକ୍ଲେଟ୍ ଓ ଲେଜ କୁର୍କ୍କୁରେ ଆଣିବା ପାଇଁ । ତେଣୁ ମୁଁ ମୋ ଛୋଟ ଭାଇକୁ ନେଇ ବଜାରକୁ ଗଲି ଛୋଟ ଭଉଣୀ ଜଣେ ମୋର ସେଠି ଥାଏ, ସେ ତା ସ୍କୁଲ ଯାଇଥାଏ ତାର କଣ କାମ ଥିଲା । ତେଣୁ ଆମେ ଦୁହେଁ ଚାଲିଚାଲି ତା ସ୍କୁଲ ପାଖକୁ ଗଲୁ ସେଠାରେ ତାର କାମ ଶେଷ କରି ଆମେ ତିନି ଜଣ ଭାଇ ଓ ଭଉଣୀ ମିଶି ବଜାରକୁ ଗଲୁ । ସେଠାରେ ଆମେ କିଛି ଖାଇଲୁ ହେଲେ ସେ ଖାଦ୍ୟ ଖାଇବା ସମୟରେ ଅନେକ ବନ୍ଧୁତା ଓ ଭଲପାଇବାର ବାସ୍ନାକୁ ମୁଁ ସମ୍ପୂର୍ଣ୍ଣ ଭାବେ ଉପଭୋଗ କରୁଥିଲି ଓ ଆନନ୍ଦିତ ମଧ୍ୟ ହୋଉଥାଉ । ପ୍ରଥମେ ଆମେ ଦୁଇଟି ଥଣ୍ଡାପାନୀୟ ଥମ୍ ସପ୍ ଆଣିଲୁ ଆଉ ପିଇଲୁ ହେଲେ ସେଇ ସେତକରେ ଯେତେବେଳେ ମନ ପୁରେନାହିଁ କାହାରି ସେତେବେଳେ ଶେଷରେ ଅଳ୍ପ ଟିକେ ରହିଗଲା । କାରଣ ସେ ସେତକରେ ରହିଛି ଆମ ଆପଣାର ଭଲପାଇବା। ସେଠାରୁ ଆମେ ପୁଣି ଆଗକୁ ଗଲୁ ପୁଣି ମୋ ଛୋଟ ଭାଇଟା ଗୁପ୍ ଚୁପ୍ ଖାଇଲା ସେ ଯେତେବେଳେ କୋଡ଼ିଏରୁ ପଚିଶଟି ଖାଏ ସେତେବେଳେ ମୁଁ ମନା କରୁଥିଲେ ବି ତା ହାତ ମୋ ପାଖକୁ ଆପେ ଆପେ ଆସିଲା । ଠିକ୍ ସେହିପରି ତହିଁ ପରେ ସେମାନେ ଆଖୁରସ ପିଇବା ପାଇଁ ଗଲେ ସେଠି ବି ଠିକ୍ ସେହିଭଳି ମୁଁ ପିଇବା ପାଇଁ ଇଚ୍ଛା ନଥାଏ ହେଲେ ସେଠି ମଧ୍ୟ ଅଳ୍ପ ଟିକେ ରହିଗଲା । ଅଧିକରୁ ଅଧିକ ଖାଇଲେ ଯେତେବେଳେ ମନ ପୁରେ ନାହିଁ ସେତେବେଳେ ସେଇ ଅଳ୍ପ ଯେମିତି ପରୀ ରାଇଜର ଆନନ୍ଦ ପରି ମନେହେଲା । କାରଣ ସେଇଥିରେ ଥିଲା ଖୁସି ହସ ଆଉ ଭଲପାଇବା । ଆଜିଯାଏଁ ମୁଁ ଯେତେବେଳେ ଯେଉଁଠି ଯାହା ମଧ୍ୟ ଖାଇଲେ ଭଲ ଲାଗେନାହିଁ ହେଲେ ସେଇ ଭଳି ଭାଇ ଭଉଣୀ ହସଖୁସି ମେଳରେ ଯେମିତି ଏକ କପ୍ ପାଣି ବି କଫିରେ ବଦଳିଯାଏ । ସେଇପରି ବନ୍ଧୁତା ସତେ ଏ ରାଇଜେ ଆଉ କେଉଁଠି ବି ନାହିଁ କି ମିଳିବ ମଧ୍ୟ ନାହିଁ । ସତରେ ବନ୍ଧୁଙ୍କ ଠାରୁ ବନ୍ଧୁତା ଭାଇ ଭଉଣୀ ଠାରୁ ହସଖୁସିର ପରିସର ଠାରୁ ଆଉ ବଡ ସୁଖ କେଉଁଠି ବି ନାହିଁ ।।

ଏ କାହାଣୀ ମୋ ଜୀବନରେ ଘଟିଥିବା ଏକ ଘଟଣା ଯାହାକି ଖୁବ୍ ସୁନ୍ଦର ହସ ଖୁସିର ପରିସର ପରିବାର ମଧ୍ୟରେ ସୃଷ୍ଟି କରିପାରିଥିଲା ।। 

     



Rate this content
Log in