ଭାଇ ଭଉଣୀ
ଭାଇ ଭଉଣୀ
ଭାଇ , ଭଉଣୀ ଦୁଇ ଶବ୍ଦ ଦୁଇ ମନ କିନ୍ତୁ ଭାବନା ଏକ । ଜଣକ ବିନା ଜଣେ ଅଧୁରା । ସମୟ ର ଲେଉଟିଆ ବାଟ ରେ କିଏ ବଡ଼ ତ ପୁଣି କିଏ ସାନ । କେତେବେଳେ କେମିତି ପରିବାର ରେ ଭାଇଟିଏ ତା ଭଉଣୀ କୁ ଅପା ଦିଦି କହେ ତ ପୁଣି କିଏ ତା ନାଁ ଧରି ଡାକେ। ପୁଣି ଆଉ କାହା ପରିବାର ରେ ଭଉଣୀ ଟିଏ ଭାଇକୁ ଭାଇ ବୋଲି ଡାକେ ତ ପୁଣି ନାଁ ଧରି ଡାକେ । ଏଇ ଶବ୍ଦ ଦୁଇ ଟି ଯେମିତି କୃଷ୍ଣ ଓ ଯଶୋଦା ଶବ୍ଦ ଯୋଡି ପରି ଲାଗୁନି । କେତେବେଳେ ଭଉଣୀ ଟିଏ ବାପା ବା ବୋଉ ଦେଇଥିବା ସୁଆଦିଆ ଖାଦ୍ୟ କୁ ନେଇ ଲୁଚେଇ ରଖି ସବୁ ଖାଇଦିଏ ଆଉ ଭାଇ ଆଗରେ ତା ଖୋଳ କୁ ନେଇ ପକେଇବାକୁ ଯାଏ । ଭାଇ ତାର ଦେଖିଲେ ପୁଣି ତାକୁ ଗାଳିଦିଏ । କେତେବେଳେ ଭାଇ ଟିଏ ବାପା ବା ବୋଉ ଠୁ ନେଇ ଲୁଚେଇ ରଖି ଖାଇଦିଏ। ଆଉ ବୋଉ ଘର ସଫା କରିବା ବେଳେ ଅଳିଆ ରେ ତାର ଜରି ବାହାରି ବା ବେଳେ ଭଉଣୀ ଦେଖି ରାଗିଯାଏ ।
ହେଲେ କ'ଣ ହେବ ଘର ପରିବାର ଆଗରେ ସେ ସଭିଏଁ ସମାନ । ପରିବାର ରେ ହସ ଫୁଟିଲେ ସେଇ ଦୁହିଁଙ୍କ ଓଠ ର ହସ ପରିବାର ର ପ୍ରଥମ ହସ । ଯାନି ଯାତରା ବୁଲିବାକୁ ଗଲେ ପ୍ରଥମେ ମନେପଡେ ସେଇ ମାନଙ୍କ କଥା । କଥା କଥାରେ ଶୁଭେ " ଯାହା ନେବ ଦୁଇ ଜଣଙ୍କ ପାଇଁ ସମାନ ନେବ ନହେଲେ ପୁଣି ବାଡିଆ ପିଟା ଲାଗିବେ " ଆଉ ସେଇଥି ପାଇଁ ଦୁଇ ଙ୍କ ପାଇଁ ଯାହା ଆସେ ସମାନ ସମାନ ଆସେ । ଘର ପରିବାର ବନ୍ଧୁ ବାନ୍ଧବ ର ସେଇ ମାନେ ହିଁ ପ୍ରିୟ। କିଏ ସେମାନଙ୍କୁ କୁନା କୁନି ତ କିଏ ଝଲ ମଲ କିଏ ଟୁଆଁ ଟୁଇଁ କେତେକଣ କୈତୁକିଆ ନା ରେ ଡାକନ୍ତି। ସେଇତ ହସ ସେଇତ ଖୁସି । ଭାଇ ଭଉଣୀ ର ସମ୍ପର୍କ କହିଲେ ଅତି ସରଳ ଓ ସ୍ନିଗ୍ଧ ପତ୍ର ପରି । ସେଇ ଭାଇ ଭଉଣୀ ର ସମ୍ପର୍କ ପୁଣି କେତେବେଳେ ଟାଣ ଲୁହା ପରି । କେତେବେଳେ କେମିତି ଏଇ ସମ୍ପର୍କ କିଛି ବୁଝି ହୁଏ ନାହିଁ।
କେତେବେଳେ କଳିଗୁଳମାଳ ତ କେତେବେଳେ ପୁଣି ହସ ହସ ରେ ଭାଗବଣ୍ଟା । ଗୋଟିଏ ଦ୍ରବ୍ୟ ଦେଖିଲେ ଯଦି ସେ ମନଲୋଭା ଚିତ୍ତାକର୍ଷକ ହୁଏ ତେବେ ଘରେ ଭାଇ ଭଉଣୀ ଭିତରେ ଚାଲେ କଥା କଟା କଟି ଭାଇ କହେ ତୁ କହ ବାପାଙ୍କୁ ମୁଁ ତା ପରେ ଅଛି । ପୁଣି ଭଉଣୀ କହେ ତୁ କହ ବାପାଙ୍କୁ ମୁଁ ପଛରେ ଅଛି । ଏମିତି କଥା କଟାକଟି ଭିତରେ କଥା ଯାଇ ପହଞ୍ଚେ ବାପା ବା ବୋଉ ପାଖରେ । ଅଧିକ ଟଙ୍କା ହୋଇଥିଲେ ବୋଉ କୁ କହି ବାପାଙ୍କ ପାଖକୁ କଥା ଯାଏ । ସେଥିରେ ପୁଣି ବାପା ଅଛି କହି ଗାଳିଦେଲେ ପୁଣି ଭାଇ ଭଉଣୀ ଙ୍କ ଭିତରେ ଚାଲେ କଥା କଟା କଟି । "ତୁ କହିଲୁ କହିବାକୁ" , "ନାଇଁ ନାଇଁ ତୁ କହିଲୁ" , " ନାଇଁ ତୁ କହିଲୁ କହିବାକୁ । ହେଲେ ବାପାଙ୍କ ଠାରୁ ସେ ଦ୍ରବ୍ୟ କିଣା ସପକ୍ଷରେ ମତ ଆସିଲେ ପୁଣି କଥା କଟାକଟି" ମୁଁ କହିଲି ତେଣୁ ବାପା ଆଣିଦେବେ", "ନାଇଁ ତୁ କହିଲେ କ'ଣ ହେବ ମୁଁ ବା ଆଗ ଦେଖିଲି ତା ପରେ ତତେ କହିଲି "।
ଏମିତି କିଛି ଚାଲେ ଭାଇ ଭଉଣୀ ର ସମ୍ପର୍କ ର ସ୍ନିଗ୍ଧ ପରିବେଶ। ଭାଇ ଭଉଣୀ ଏମିତି ସେମିତି ଏଇ ସମ୍ପର୍କ ନୁହେଁ ଯୋଉଠି ଯେତେବେଳେ ଯେକୌଣସି ସ୍ଥାନରେ କଳିଗୋଳ ହେଲେ ମଧ୍ୟ ପୁଣି ମନକୁ ମନ ଯୋଡି ଥାଏ । ଏଇ ସମାଜ ର ଆରମ୍ଭ ସେଇ ଭାଇଭଉଣୀ ଙ୍କ ଠାରୁ । ଅନେକ ସମ୍ପର୍କ ଅଛି ହେଲେ ଭାଇ ଭଉଣୀ ସମ୍ପର୍କ ସମ୍ପର୍କ ର ମୂଳଦୁଆ। ଅନେକ ଯୋଡ଼ା ଶବ୍ଦ ମାନ ଆମ ମନରେ ଝଲସି ଯାଉଛି। ହେଲେ ଭାଇ ଭଉଣୀ ର ଯୋଡ଼ା ଶବ୍ଦ ରେ ଭରିରହିଛି ପ୍ରେମ । ଆପଣାର ଆଶା ସହିତ କେତେକଣ । ଅନେକ ସମ୍ପର୍କ ଗଢେ ନିତି ଭାଙ୍ଗି ଯାଏ ମଧ୍ୟ। ହେଲେ ସେ ଏମିତି ଏକ ସମ୍ପର୍କ ଭାଇ ଭାଇ ରେ ମତଭେଦ ହୋଇପାରେ କିମ୍ବା ଭଉଣୀ ଭଉଣୀ ଭିତରେ ମତପାର୍ଥକ୍ୟ ହୋଇପାରେ , ହେଲେ ଭାଇ ଭଉଣୀ ଭିତରେ କେବେହେଲେ କୁଞ୍ଜିତ ଉଣା ନଥାଏ।
ନିଜର ଆପଣାର ବନ୍ଧୁ ମଧ୍ୟ ଜଣେ ଭାଇ ବା ଭଉଣୀ। ସେ ସମ୍ପର୍କ କେବଳ ଗୋଟିଏ ପରିବାରର କି ବନ୍ଧୁ ମାନଙ୍କ ମଧ୍ୟରେ ସମିତି ନୁହେଁ। ସେଇ ମଧୁର ସ୍ନିଗ୍ଧ ସମ୍ପର୍କ ସମାଜର ବିଭିନ୍ନ ସ୍ତର ରେ ଏଇ ସୁନ୍ଦର ସମ୍ପର୍କ । ସମ୍ପର୍କ ମାନଙ୍କ ମଧ୍ୟରେ ଯଦି ଶ୍ରେଷ୍ଠ ସମ୍ପର୍କ ଥାଏ ସେ ସମ୍ପର୍କ ଭାଇ ଭଉଣୀ ର ସମ୍ପର୍କ। ଘର ପାଖର ପଡୋଶୀ ହୁଅନ୍ତୁ ବା ଦୋକାନ ବଜାର ର ବ୍ୟକ୍ତିମାନେ କିଛି ଆବଶ୍ୟକ ହେଲେ ଆମେ ତାକୁ ଭାଇ ବା ଭଉଣୀ ଶବ୍ଦ ରେ ସମ୍ବୋଧନ କରୁ । ନିବିଡ଼ ବନ୍ଧୁ ର ସମ୍ପର୍କ ବି ଦିନେ ଭାଇ ବା ଭଉଣୀ ଶବ୍ଦ ରେ ସମ୍ବୋଧନ ହୁଏ । ଜଣେ ବନ୍ଧୁ ମଧ୍ୟ ଆମ ଭାଇ ଭଉଣୀ ସହିତ ସମାନ ହୋଇଯାଏ। ସେମିତି ଅନେକ ଅନେକ ସ୍ଥାନରେ ପ୍ରକୃତ ସମ୍ପର୍କ ନୁହେଁ ସ୍ନେହ ସମ୍ପର୍କ ଭାଇ ଭଉଣୀ ଗଢିଯାଏ। ଯେମିତି ଆମ ର ଏଇ ପ୍ରତିଲିପି ରେ ଥିବା ସମ୍ପର୍କ।
ଯେମିତି ଆଜି ଏଇ ପ୍ରତିଲିପି ର ପୃଷ୍ଠା । ଦିନେ ପୃଷ୍ଠା ରେ ସଭିଏଁ ଅଜଣା ଥିଲେ ଆଜି କିନ୍ତୁ ସଭିଏଁ ଚିହ୍ନା କିଏ କେତେବେଳେ କାହାସହ ଦେଖା ସାକ୍ଷାତ ମଧ୍ୟ ହୋଇଯାଏ। ସେଇଠି ସମ୍ପର୍କ ଭାଇ ଭଉଣୀ ର ସମ୍ପର୍କ ମଜବୁତ ମଧ୍ୟ ହୋଇଯାଏ। ଯୋଉଠି ହସ ଦୁଃଖ ନାହିଁ ସେଠି ସ୍ନେହ ସମ୍ପର୍କ ନାହିଁ।କେବଳ ରାକ୍ଷୀ ରେ ଭାଇ ଭଉଣୀ ର ସମ୍ପର୍କ ଆରମ୍ଭ କି ଭାଇ ଦୁତିଆରେ ଭାଇ ଭଉଣୀ ର ସମ୍ପର୍କ ଆରମ୍ଭ ହୁଏ ସତ ହେଲେ ସେ ଏମିତି ଏକ ସମ୍ପର୍କ କେତେବେଳେ କେଉଁ ଭାବରେ ବି ଭାବ ରଙ୍ଗ ରେ ଭାଇ ଭଉଣୀ ସମ୍ପର୍କ ଗଢିଉଠେ । ସ୍ନେହା ଓ ରଞ୍ଜନ ଦୁଇ ଜଣଙ୍କ ପ୍ରେମ ର ଭାରି ମଜଭୁତ । ରଞ୍ଜନ ପାଠପଢା ମଧ୍ୟ ଖୁବ୍ ସୁନ୍ଦର। ପାଖରେ ପଇସା ନଥାଏ। ପାଠପଢା ର ମାନ ନଥାଏ ସେ ସମୟରେ ତେଣୁ କେହି ପାଠପଢ଼ାରେ ସାହାଯ୍ୟ କରନ୍ତି ନାହିଁ। କିନ୍ତୁ ଯେତିକି ସେ ପାଠ ପଢ଼ିଛନ୍ତି ବହୁତ ଅଧିକ । ହେଲେ ସେମାନଙ୍କ ପ୍ରେମ ଶାସ୍ୱତ। ତେଣୁ ସେମାନେ ଘର ଛାଡି ଘର ଭଡ଼ା କରି ରହିଲେ । ପଇସା ପାଇଁ ପ୍ରତିଦିନ ଦୁହିଁଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୁଏ ।
ଏ କଥା ସେ ଘରେ ଥିବା ଅନ୍ୟ ଜଣେ ଭଡାଟିଆ ମଣ୍ଟୁ ବାବୁ ଜାଣିଲେ । ତା ପରେ ସେ ତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି। ହେଲେ କେମିତି ବା ପଇସା ଦେବେ । ମଣିଷ ଟିଏ ଅନ୍ୟ ଠାରୁ ମାଛ ନେଇ ଖାଇ ପେଟର ଭୋକ ମେଣ୍ଟାଇଲେ ସେ କେତେଦିନ। ତେଣୁ ସେ ଚିନ୍ତା କରନ୍ତି ଯେ ସେମାନେ ମାଛ ଧରିବା ଶିଖନ୍ତୁ। ଓ ସାରା ଜୀବନ ହସ ଖୁସି ଆନନ୍ଦ ରେ ବିତାନ୍ତୁ। ସେଇ ପାଇଁ ମଣ୍ଟୁ ବାବୁ ତାଙ୍କ ସାନ ପୁଅ କୁ ପାଠ ପଢ଼ାଇବା ପାଇଁ ଅନୁରୋଧ କଲେ । ଏବଂ ରଞ୍ଜନ ମଧ୍ୟ ମଣ୍ଟୁ ବାବୁଙ୍କ ପୁଅ କୁ ପାଠ ପଢେଇଲେ । ପ୍ରତିବଦଳରେ ମଣ୍ଟୁ ବାବୁ କିଛି ଚାଉଳ ଦେଉଥିଲେ । ସେଇଥିରେ ଚଳନ୍ତି ରଞ୍ଜନ ଓ ସ୍ନେହା । ପରେ ପରେ ରଞ୍ଜନ ଚାକିରି କରେ ଓ ତାର ପରିବାର ଆର୍ଥିକ ସ୍ୱଚ୍ଛଳ ହୋଇଲା । ସେଇ ଠି ଆରମ୍ଭ ହୁଏ ମଣ୍ଟୁ ଓ ତାଙ୍କ ପତ୍ନୀ ଜ୍ୟୋତି ଓ ରଞ୍ଜନ ଓ ସ୍ନେହା ମଧ୍ୟରେ ଅତି ପ୍ରିୟ ସ୍ନେହ ସମ୍ପର୍କ ଭାଇ ଭଉଣୀ ର ସମ୍ପର୍କ ଗଢିଉଠିଲା । ଆଜି ମଧ୍ୟ ସେଇ ସ୍ନେହ ସମ୍ପର୍କ ମଜଭୁତ ହୋଇରହିଛି। ଭାଇ ଭଉଣୀ ସମ୍ପର୍କ ଏମିତି ଏକ ସମ୍ପର୍କ ଯୋଉଁ ରେ ଥାଏ ହସ ଓ ଆନନ୍ଦ ର ଲହରୀ। ଭାଇ ଭଉଣୀ ର ସମ୍ପର୍କ ଏମିତି ଭଉଣୀ ତା ଭାଇହାତେ ରାକ୍ଷୀ ବାନ୍ଧେ ସେଇ ରାକ୍ଷୀ ରାକ୍ଷୀ ନୁହେଁ , ସ୍ନେହ ଓ ସମ୍ପର୍କ ର ରଜ୍ଜୁ ।
