ଅନ୍ଧ ସପନ
ଅନ୍ଧ ସପନ
|| ଦୃଶ୍ୟ-୧ ||
ସ୍ବାମୀ ପାଖରେ ସ୍ତ୍ରୀ ବସି କାନ୍ଦୁଛନ୍ତି।ଏତିକି ବେଳେ ଜଣେ ପୋଡୋଶି ଘର ଅଗଣାରେ ସ୍ତ୍ରୀ କୁ ଡାକୁଛନ୍ତି । ପୋଡୋଶି ହେଉଛନ୍ତି ରାମ ଭାଇ ।
ରାମ ଭାଇ -ମୀରା ମୀରା ଆଲୋ ମୀରା ଟିକେ ବାହାରକୁ ଆସିଲୁ । ମୀରା ••••••• ଇଏ ଶୁଶୁନି କ'ଣ କାନ୍ଦୁଛି ନା କ'ଣ ।
( ଘର ଭିତରେ ରାମ ଭାଇ )
ରାମ ଭାଇ - ଆରେ ମୀରା କ'ଣ ହେଇଛି ତୁ କାନ୍ଦୁଛୁ କାହିଁକି?
ମୀରା- କ'ଣ ଆଉ କହିବି ରାମଭାଇ ।
ରାମ ଭାଇ - ( କାନ୍ଦି କାନ୍ଦି କହୁଛି )ମାନେ ଇଏ ଆଉ ଚାଲି ବୁଲି ପାରୀବେନୀ ।
ରାମ ଭାଇ - କାହିଁକି କ'ଣ ହୋଇଛି ମଣ୍ଟୁ ର ।
ମୀରା - ତୁମେ କଣ ହୋଇଛି ଶୁଣିନ ।
ରାମ ଭାଇ- କ'ଣ ହେଇଛି କାହିଁ ମୁଁ ତ ଜାଣିନାହିଁ ।
ମୀରା-ତିନିମାସ ତଳର କଥା ସେଦିନ ........
••ଦୃଶ୍ୟ-୨••
ମଣ୍ଟୁ- ମୀରା ମୀରା ଶୁଣୁଛ ଶୁଣୁଛ ।
ମୀରା- କ'ଣ ହେଲା କଣ ହେଲା ।
ମଣ୍ଟୁ - ଗୋଡ଼ ଟା କାହିଁ ବହୁତ ବଥା ହେଉଛି । ଗତକାଲି ମୁଁ ଯେ ଛାତ ଉପରେ ଖସି ପଡ଼ିଥିଲି ସେଥିପାଇଁ ବୋଧେ ।
ମୀରା- ହଉ ତାହେଲେ ମୁଁ ଟିକେ ତେଲ ଗରମ କରି ଘସି ଦିଏ ଯଦି ଭଲ ନ ଲାଗିବ ତାହେଲେ ଆମେ ଡାକ୍ତର ଙ୍କ ପାଖକୁ ଯିବା ।
ମଣ୍ଟୁ - ଆଚ୍ଛା ହଉ ତୁମେ ଯାଅ ତେଲ ଟିକେ ଗରମ କରି ଆଣ ।
ମୀରା - ହଉ ମୁଁ ଯାଉଛି ।
ମଣ୍ଟୁ - ଆହାଃ କି କଷ୍ଟ ହେଉଛି , ମା ଗୋ
(ଘର ବାହାରେ ଜଣେ ପଡୋଶୀ ତାଙ୍କୁ ଡାକୁଛନ୍ତି ସେ ହେଲେ ମିଟୁପୁଅ )
ମିଟୁ ପୁଅ - କାକା କାକା ବାପା ଡାକୁଛନ୍ତି ।
ମଣ୍ଟୁ- ଆରେ ପୁଅ ପୁଅ ତୁ ଘର ଭିତରକୁ ଆସ ରେ ।
ମିଟୁପୁଅ- କାକା ବାପା ଡାକୁଛନ୍ତି ଟିକେ ଆମ ଘରକୁ ଚାଲ ।
ମଣ୍ଟୁ - ଆରେ ବାପା ମୁଁ ଆଉ ଯାଇପାରିବିନି ।
ମିଟୁପୁଅ - କ'ଣ ପାଇଁ କାକା କାହିଁକି କାକା ତୁମେ ଯାଇପାରିବି କାହିଁକି , ତୁମର କଣ ହୋଇଛି ତୁମ ମନ ଦୁଃଖ ଦୁଃଖ ଲାଗୁଛି ।
ମଣ୍ଟୁ- ମୋର ଗୋଡ଼ ଟା ଟିକେ ବଥା ହେଉଛି । ମୁଁ କାଲି ଛାତ ଉପରେ ଖସି ପଡ଼ିଥିଲି ସେଇଥିପାଇଁ ।
ମିଟୁପୁଅ- ଆଚ୍ଛା ହଉ ମୁଁ ଯାଉଛି ବାପାଙ୍କୁ ଡାକିଦେବି ସେ ଆସି ତୁମ ସହିତ ଦେଖା କରିଯିବେ।
°° ଦୃଶ୍ୟ-୩ °°
(ମିଟୁ ପୁଅ ଏବେ ଘରେ ଯାଇ ପହଞ୍ଚେ ଆଉ ସବୁ କଥା କୁହେ )
ମିଟୁ ପୁଅ- ମାଆ ମାଆ କୁଆଡେ ଗଲୁ ।
ମାଆ- ଆରେ ଆସେ ଆସେ ଆସେ ମୁଁ ଏଇଠି ଅଛି ।
ମିଟୁପୁଅ- ମାଆ ମାଆ
ମାଆ- ବସ ବସ , କ'ଣ ହେଲା ମଣ୍ଟୁ ଭାଇ ଆସିଲେନି କ'ଣ ହୋଇଛି ।
ମିଟୁ - ମଣ୍ଟୁ କାକା ଙ୍କର ଗୋଡ଼ ବହୁତ ବଥା ହେଉଛି, ସେ କାଲି ଛାତ ଉପରେ ଖସି ପଡ଼ିଥିଲେ ସେଇଥିପାଇଁ । ତେଣୁ ସେ ଆସିବେନି ବୋଲି କହିଲେ ଆଉ ମୁଁ ତାଙ୍କୁ କହିଆସିଛି ବାପା ଯାଇ ସେଠାରେ ତାଙ୍କ ସହିତ ଦେଖାକରିଆସିବେ।
ମାଆ- ହଉ ହଉ ।
( ଏତିକି ବେଳକୁ ମିଟୁ ଘର ଭିତର କୁ ପ୍ରବେଶ କରନ୍ତି )
ମିଟୁ - ଆରେ ପୁଅ ତୁ ପରା ମଣ୍ଟୁ ଭାଇ ଙ୍କୁ ଡାକିବାକୁ ଯାଇଥିଲୁ ପରା ସେ କାହାନ୍ତି ।
ମାଆ- ମଣ୍ଟୁ ଭାଇ ଙ୍କର ଗୋଡ଼ ବହୁତ ବଥା ହେଉଛି, ସେ କାଲି ଛାତ ଉପରେ ଖସି ପଡ଼ିଥିଲେ ସେଇଥିପାଇଁ । ତେଣୁ ସେ ଆସିବେନି ବୋଲି କହିଲେ । ତୁମେ ଯାଇ ଦେଖା କରି ଆସ ।
ମିଟୁ- ଆଚ୍ଛା ହଉ ମୁଁ ଯାଇ ଦେଖା ଦେଖାକରିଆସେ ।
::: ଦୃଶ୍ୟ-୪ :::
( ମିଟୁ ଏବେ ମଣ୍ଟୁ ଭାଇ ଘର ପାଖରେ )
ମିଟୁ- ମଣ୍ଟୁ ଭାଇ ମଣ୍ଟୁ ଭାଇ ......
ମଣ୍ଟୁ- ଆରେ ତୁ ମିଟୁ କିରେ ।
ମିଟୁ - ହଁ ଭାଇ ।
ମଣ୍ଟୁ- ଆସ ଆସ ବସି ପଡ । କ'ଣ ହୋଇଛି ,କହ ।
ମିଟୁ- ତୁମେ କାଲି ଛାତ ଉପରେ ପଡିଯାଇଛ ।
ମଣ୍ଟୁ - ହଁ । ସେକଥା ଛାଡ଼ କ'ଣ କହିବାର ଥିଲା କହ ।
ମିଟୁ- ନାହିଁ ସେ ଆମ ଘର ସେ ବାଡିପଟେ ତାର କ'ଣ ଅସୁବିଧା ହେଇଛି ସେ ଆଲୁଅ ଟା ଜଳୁନାହିଁ । ତୁମେ ଟିକେ ଆମ ମଉସା ଙ୍କ ଠାରୁ ଟିକେ ଫୁଙ୍କା ଫୁଙ୍କି କରିଦେଲନି ଭଲ ହୋଇଯିବ । ସେ ପରା କେତେଜଣଙ୍କୁ ଏମିତି ଭଲ କରିଛନ୍ତି ପରା ।
ମଣ୍ଟୁ- ଆଚ୍ଛା ହଉ ମୁଁ ତେଲ ଟିକେ ମାଲିସ କରିଦେଇଛି ଟିକେ ଭଲ ଲାଗୁଛି । ତାହାଲେ ଆମେ ଯିବା ଚାଲ ।
ମିଟୁ- ଆଚ୍ଛା ତାହେଲେ ଆସ ।
**ଦୃଶ୍ୟ-୫ **
( ଫୁଙ୍କାପୁଙ୍କି ପରେ ସାମାନ୍ୟ ଭଲ ଲାଗୁଥିଲା ତେଣୁ ସେ ଆଉ ଡାକ୍ତର ଙ୍କ ପାଖକୁ ଗଲେ ନାହିଁ ଏହାରି ଭିତରେ ବିତିଗଲା ମାସେ ପାଖାପାଖି )
ମଣ୍ଟୁ- ମୀରା ମୀରା ଶୁଣୁଛ ।
ମୀରା- କ'ଣ ହେଲା କୁହ ।
ମଣ୍ଟୁ- କାହିଁ ଗୋଡ଼ ଟା ପୁଣି ବଥା ବଥା ଲାଗୁଛି ।
ମୀରା- ଆରେ ତୁମର ପରା ଭଲହୋଇଯାଇଥିଲା ।
ମଣ୍ଟୁ- ହଁ ବଥା ଭଲ ହୋଇଯାଇଥିଲା ।
ମୀରା- ହଉ ତାହେଲେ ଆମେ ଚାଲ ଡାକ୍ତର ଙ୍କ ପାଖକୁ ଯିବା ।
# ଦୃଶ୍ୟ-୬ #
( ଡାକ୍ତର ଙ୍କ ପାଖରେ ମଣ୍ଟୁ ଓ ମୀରା )
ମୀରା- ସାର ନମସ୍କାର ।
ମଣ୍ଟୁ- ନମସ୍କାର ।
ଡାକ୍ତର- ହଁ ବସନ୍ତୁ କ'ଣ ହୋଇଛି କୁହନ୍ତୁ ।
ମଣ୍ଟୁ- ସାର ମାସେ ତେଳେ ମୁଁ ଛାତ ଉପରେ ଖସି ପଡ଼ିଯାଇଥିଲି । ସେଇ ଦିନ ମୋର ଗୋଡ଼ ବାମ ଗୋଡ ଟା ଟିକେ ଦରଜ ହେଉଥିଲା ତାପରଦିନ ଆଉ ଟିକିଏ ଅଧିକ ବଥା ହେବାରେ ଲାଗିଲା । ପୁଣି ଆଜି ବଥା ହେଉଛି ।
ଡାକ୍ତର- ଆଚ୍ଛା ଆପଣ ( ମୀରା ) ଟିକେ ବାହାରକୁ ଯାଆନ୍ତୁ ମୁଁ ଦେଖୁଛୁ କ'ଣ ହୋଇଛି ।
ମୀରା- ଆଜ୍ଞା ସାର ।
( ଡାକ୍ତର କିଛି ସମୟ ଚିକିତ୍ସା ପରେ ମୀରା କୁ ଭିତର କୁ ଡାକିଲେ )
ଡାକ୍ତର- ଆଚ୍ଛା ଆପଣ ଏଥିପାଇଁ ଆଗରୁ କଉଁ ଡାକ୍ତର ଙ୍କୁ ଦେଖେଇଛନ୍ତି ।
ମୀରା- ନା ଆଜ୍ଞା ।
ଡାକ୍ତର- ମୁଁ ଯେଉଁ ଔଷଧ ଦେବି ତାକୁ ଠିକ୍ ଠାକ୍ ଖାଇବ, ମାସେ ପରେ ଆସିବ ।
ମୀରା- ଆଜ୍ଞା ସାର ।
ଦୃଶ୍ୟ-୭
ମୀରା- ସାର ନମସ୍କାର
ଡାକ୍ତର - ବସ ବସ ଆଉ କ'ଣ ଅସୁବିଧା । ଭଲ ହେଲା ।
ମୀରା- ନା ନାହିଁ ସାର ।
ଡାକ୍ତର - ଆଛା ଆପଣ ଟିକେ ବାହାରକୁ ଯାଆନ୍ତୁ ।
( ଡାକ୍ତର କିଛି ସମୟ ଚିକିତ୍ସା ପରେ ମୀରା କୁ ଭିତର କୁ ଡାକିଲେ )
ଡାକ୍ତର - ଆଉ କିଛି ହୋଇପାରିବ ନାହିଁ ।
ମୀରା- ( ଆଶ୍ଚର୍ଯ୍ୟ ହୋଇ ) ସାର ! ଆମେ ଆମ ପଡ଼ୋଶୀ ଙ୍କ ଠାରୁ ଶୁଣି ବଥା ହେବା ପରେ ଫୁଙ୍କାଫୁଙ୍କି କରିଥିଲୁ ହେଲେ ଟିକେ ଭଲ ଲାଗିଲା । ପୁଣି ଏହି ଅବସ୍ଥା ।
ଡାକ୍ତର- ଆଜ୍ଞା ଆପଣ ଯେଉଁ ଦିନ ଫୁଙ୍କାଫୁଙ୍କି କରିଥିଲେ ସେଇଦିନ ଯଦି କୈାଣସି ଡାକ୍ତର ଙ୍କ ପରାମର୍ଶ କରିଥାନ୍ତେ ତାହେଲେ ତାଙ୍କର ଆଜି ଏ ଆବସ୍ଥା ହୋଇ ନଥାନ୍ତା ।
ମୀରା-ସାର ଆମେ ଆଜ୍ଞା ଗାଉଁଲି ଲୋକ ଆମେ କ'ଣ ବା ଜାଣିଛୁ ।
ଡାକ୍ତର- ଆଜ୍ଞା ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅନେକ ଉନ୍ନତି ଆସିଲାଣି । ବର୍ତ୍ତମାନ ରୋଗୀ ଚିକିତ୍ସିତ ହୋଇଥିଲେ ଆଉ କିଛି ହୋଇନଥାନ୍ତା ।
ଦୁଃଖ ସୁଖ ର ସଂସାର,
ସୁଖ ଦୁଃଖ ପାଇଁ କେତେ କେତେ ଯେ ସାର ।।
ସୁଖ ଦୁଃଖ ହୋଇଯାଏ ଦୁଃଖ ସୁଖ ହୋଇଯାଏ ,
କେତେବେଳେ କେମିତି ବଦଳିଥାଏ ।।
ଅନ୍ଧ ସପନ ଏ ଅନ୍ଧ ସପନ ।।
ସୁନାର ସପନ ଅନ୍ଧ ହୋଇଯାଏ ,
ସେଇ ସପନ କେ ଧୋଇବି ନିଏ ।।
ସପନ କେବେ ସତ ହୁଏ ନାହିଁ
ଯୁଗେ ଯୁଗେ ସେ ହୋଇବ ନାହିଁ ।।
ଅନ୍ଧ ସପନ ଏ ତ ଅନ୍ଧ ସପନ ,
ଅନ୍ଧ ସପନେ ପଡିବକି ଡୋରୀ ।।
==ସମାପ୍ତ ==
( ଆଜିର ବିଜ୍ଞାନ ଯୁଗରେ ଓ ଆଧୁନିକ ଚିକିତ୍ସା ପଦ୍ଧତି ଦ୍ବାରା ଅନେକ ରୋଗ ଦୂର ହୋଇପାରୁଛି । ହେଲେ ଆଜି ବି ଅନ୍ଧ ବିଶ୍ବାସ କୁ ବିଶ୍ଵାସ କରୁଛନ୍ତି । ତେଣୁ ଅନ୍ଧ ବିଶ୍ବାସ ର ବସବର୍ତ୍ତୀ ହୁଅନ୍ତୁ ନାହିଁ । )
(ଏହି ଟି କାହାଣୀ କାଳ୍ପନିକ ସମସ୍ତଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ରଚନା କରାଯାଇଅଛି । କାହାକୁ ଆକ୍ଷେପ କରିବା ମୋର ଲକ୍ଷ୍ୟ ନୁହେଁ । )
