The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ଧନ୍ୟବାଦ

ଧନ୍ୟବାଦ

3 mins
418



ମନପବନ


ପରୀକ୍ଷିତ ଦିନସାରା ବସି ଭାବୁଥାଏ । ପୁଅର ସ୍କୁଲ ଫିସ ପାଞ୍ଚଶହ ଟଙ୍କା କିପରି ଯୋଗାଡ କରିବ? ସେ ପ୍ରତି ମାସରେ କିଛିନାକିଛି ସଞ୍ଚୟକରି ରଖିଥାଏ । ପୁଅର ପାଠ ପଢା ପାଇଁ । ହେଲେ ପତ୍ନୀ ରୋଗରେ ପଡିବାରୁ ଓୌଷଧପତ୍ର କିଣିବା ଏବଂ ଡାକ୍ତର ଦେଖାଇବାରେ ଅନେକ ଟଙ୍କା ଖର୍ଚ୍ଚ ହୋଇଗଲା । ମାଲିକଙ୍କୁ ସେ କିଛି ଦରମା ବାବଦରେ ମାଗିପାରନ୍ତା, ହେଲେ ଆଗରୁ ଥରେ ଦରମା ବାବଦରେ ଅଗ୍ରୀମ ନେଇସାରିଛି । ସେତକ ଏପର୍ଯ୍ୟନ୍ତ ଶୁଝିପାରିନାହିଁ । ପୁଣିଥରେ ମାଗିଲେ ମାଲିକ ତ ଦେବେନାହିଁ । ବରଂ କିଛି କଥା ଶୁଣାଇଦେବେ ।

     ଏମିତି ଭାବି ଭାବି ଅଫିସ ବନ୍ଦ ହେବାପରେ ସେ ନିଜର ସାଇକେଲ ଧରି ଘରକୁ ଫେରୁଥାନ୍ତି ।କିଛି ବାଟ ଆସିଲା ପରେ ପରୀକ୍ଷିତ ଦେଖିଲା ତଳେ ଏକ ମନିପର୍ସ ପଡିଛି । ସାଇକେଲ ଅଟକାଇ ସେ ଚାରିଆଡକୁ ଚାହିଁଲା। ଆଖପାଖରେ କେହିଁ ନାହାନ୍ତି, ପରୀକ୍ଷିତ ମାଟିତଳୁ ପର୍ସଟିକୁ ଉଠାଇ ନେଲେ । ପର୍ସକୁ ଖୋଲି ଦେଖିଲେ ଭିତରେ କିଛି ଟଙ୍କାଥିବାର ଦେଖା ଯାଉଥାଏ । ସେଠାରେ ଆଉ ପର୍ସକୁ ଖୋଲାଖୋଲି ନକରି ଚୁପ ଚାପ ଘରକୁ ଫେରିଆସିଲା ।

     ଘରକୁ ଫେରିବା ପରେ ସେ ପର୍ସ ପାଇଥିବା ସମ୍ପର୍କରେ କାହାକୁ କିଛି କହିଲା ନାହିଁ।

ପତ୍ନୀ ରୋଷେଇ ଘରେ ଥିବା ବେଳେ ସେ ପର୍ସ ଖୋଲି ଦେଖିଲା, ତା’ଭିତରେ ଦୁଇଟା ପାଞ୍ଚଶହ ଟଙ୍କିଆ ନୋଟ, ଚାରିଟା ଶହେ ଟଙ୍କିଆ ନୋଟ ,ଏବଂ ଦୁଇଟି ପଚାଶ ଟଙ୍କିଆ ନୋଟ ଗହିଛି । ଏହା ସହିତ କିଛି କାଗଜପତ୍ର ଏବଂ କାର୍ଡ ମଧ୍ୟ ରହିଛି । କାର୍ଡରେ ଲୋକ ନାମ ଠିକଣା ଏବଂ ଟେଲିଫୋନ ନମ୍ବର ରହିଛି । ଗୋଟିଏ ଫଟୋମଧ୍ୟ ରହିଥିଲା । ସେଇ ଫଟୋଟା ବୋଧହୁଏ ପର୍ସବାଲାର ହୋଇଥିବ ।

     ମନିପର୍ସ ଭିତରେ ଟଙ୍କା ଥିବାର ଦେଖି କିଛି ସମୟ ପାଇଁ ତା’ର ମନଟା ଖୁସିରେ ପୂରି ଉଠିଲା । କାରଣ ତାର ଦରକାର ହେଉଥିବା ଟଙ୍କା ମନିପର୍ସ ଭିତରେ ଥିଲା ।ପୁଅର ସ୍କୁଲଫିସ୍ ସମସ୍ୟା ଦୂର ହେବ । ବୋଧହୁଏ ଭଗବାନ ତାର ପ୍ରାର୍ଥନା ଶୁଣିଲେ ମନିପର୍ସଟା ଫୋପାଡି ଦେଲେ । ମନିପର୍ସର କାର୍ଡରେ ଥିବା ନାମରୁ ସେ ଜାଣିପାରୁଥିଲା ସେ ଜଣେ ସମ୍ପର୍ଣ୍ଣ ଲୋକ ଏଇ ସାମାନ୍ୟ ଟଙ୍କା ତାଙ୍କପାଇଁ କିଛି ନୁହେଁ ।

 କିନ୍ତୁ ସେ ନିଜକୁ ମନକୁ ବୁଝାଇ ପାରିଲା ନାହିଁ । ବିବେକ ତା’ର ବାରମ୍ବାର ଦଂଶନ କରିବାକୁ ଲାଗିଲା । ମନିପର୍ସଟା ଯାହାର ତାର ଠିକଣା ଅଛି ।

  ଏହା ସତ୍ୱେ ସେ ଟଙ୍କାକୁ ଖର୍ଚ୍ଚ କରିଦେବା ଠିକ୍ ନୁହେଁ । ଲୋକଟି ଧନୀହେଲେ କଣ ହେବ ସେ ତ ଟଙ୍କା ପରୀକ୍ଷିତକୁ ଦେଇନାହିଁ । ରସ୍ତାରେ ଯିବାସମୟରେ କୌଣସି ପ୍ରକାରେ ତାଙ୍କ ପକେଟରୁ ମନିପର୍ସ ବାହାରି ଗଳି ପଡିଛି ।ଏଣୁ ଠିକଣା ଜଣାଥିବାରୁ ଲୋକଟିକୁ ମନିପର୍ସ ଫେରାଇଦେବା କଥା । କଣ କରିବ, ସେ କିଛି ଠିକ୍ କରି ପାରୁ ନଥାଏ । ମନିପର୍ସକୁ ସେ ପୁଣି ସେ ନିଜ ପକେଟରେ ରଖିଦେଲା ।

ପତ୍ନି ରୋଷେଇ ସାରି ଭିତରକୁ ଆସି ପରୀକ୍ଷିତଙ୍କୁ ପଚାରିଲେ “ପୁଅର ପରୀକ୍ଷା ଫିସ ଯୋଗାଡ କଲ ?”

ପରୀକ୍ଷିତ କହିଲେ “କରିନି, କାଲିଭିତରେ ଯୋଗାଡ ହୋଇଯିବ ।”

ସେଦିନ ରାତିରେ ପରୀକ୍ଷିତ ଶୋଇପାରିଲା ନାହିଁ । ସେଇ ମନିପର୍ସ ସମ୍ପର୍କରେ ଭାବିବାକୁ ଲାଗିଲା । ପର୍ସଟାକୁ ମାଲିକଙ୍କୁ ଫେରାଇ ଦେବା ଉଚିତ୍ ହେବ । ଯଦି ନିଜ ପାଖରେ ରଖିବ ? ଏମିତି ବି ହୋଇପାରେ ପର୍ସରେ ଥିବା ଟଙ୍କା ନେଇଗଲେ ତାର ଦଣ୍ଡ ମଧ୍ୟ ମିଳିପାରେ ।ଯେ କୌଣସି ମୁହୂର୍ତ୍ତରେ ତା ନିଜର ପର୍ସ ମଧ୍ୟ ହଜି ଯାଇପାରେ ।

ତହିଁ ପରଦିନ ଡେରି ପର୍ଯ୍ୟନ୍ତ ଶୋଇରହିବାରୁ ପତ୍ନୀ ତାକୁ ଉଠାଇ ଚା ଦେଲେ ।ଚା’ ପିଇବା ସମୟରେ ପରୀକ୍ଷିତ ଆଉ କଥାଟାକୁ ଲୁଚାଇ ରଖି ପାରିଲା ନାହିଁ । ପତ୍ନୀ ସବୁକଥା ଶୁଣି ସାରିବାପରେ କହିଲେ, “ଆମେ ସେ ମାଲିକଙ୍କ ପାଖକୁ ଯାଇ ମନିପର୍ସଟାକୁ ଫେରାଇ ଦେବା ।ଇଏ ହେଉଛି ତାଙ୍କ ଧନ, ଏହା ଉପରେ ଆମର କୌଣସି ଅଧିକାର ନାହିଁ । ଭଗବାନ ନିଶ୍ଚିତ ଭାବରେ ଆମକୁ ସାହାଯ୍ୟ କରିବେ ।”

ପରୀକ୍ଷିତ ରାଜି ହୋଇଗଲା । ଦୁଇଜଣଯାକ ଅଫିସ୍ ଯିବା ସମୟରେ ସେଇ ଲୋକର ଘରେ ଯାଇ ପହଞ୍ଚିଲେ । ଏକ ଛୋଟ ବଙ୍ଗଳା ଘର ।

ଦୁଇଜଣଯାକ କବାଟ ଖଟଖଟ କଲେ । ଜଣେ ଲୋକ ଆସି କବାଟ ଖୋଲିଲା । ଯୋଉ ଲୋକଟି କବାଟ ଖୋଲିଲା ମନିପର୍ସରେ ତାର ଫଟୋ ଥିଲା । ତାକୁ ପରୀକ୍ଷିତ ପଚାରିଲା ଆପଣଙ୍କ “ମନିପର୍ସ କାଲି କେଉଁଠି ହଜିଯାଇଛି କି ?”

“ହଁ, କେଉଁଠି କାଲି ରାସ୍ତାରେ ଗଳି ପଡିଛି । ଲୋକଟି ପରିକ୍ଷିତକୁ କହିଲା” ଆପଣ ଭିତରକୁ ଆସନ୍ତୁ , ଏହା କହି ଲୋକଟି ପରୀକ୍ଷିତ ଏବଂ ତା’ର ପତ୍ନୀକୁ ଭିତରକୁ ନେଇଗଲା । ତୁମେ କ’ଣ ସେଇ ପର୍ସ ପାଇଛକି ?”

“ହଁ , ମୁଁ ପାଇଛି ।” ପରୀକ୍ଷିତ କହିଲା ତାପରେ ନିଜ ପକେଟରୁ ମନିପର୍ସ ବାହାରକରି ଭଦ୍ରଲୋକଙ୍କ ହାତକୁ ବଢାଇଦେଲା । ଦୟାକରି ପର୍ସଟାକୁ ଭଲଭାବେ ଦେଖି ନିଅନ୍ତୁ, ଆପଣଙ୍କରସବୁ କିଛି ଠିକ୍ ଅଛି କି ନାହିଁ କାଲି ସନ୍ଧ୍ୟାରେ ଅଫିସରୁ ଫେରିବା ସମୟରେ ରାସ୍ତାରୁ ପାଇଥିଲି । ପର୍ସ ଭିତରେ ଆପଣଙ୍କ ଠିକଣା ଥିବାରୁ ଆଜି ନେଇକରି ଆସିଛି ।

ଭଦ୍ରଲୋକଙ୍କ ମୁହଁରେ ଧାରେ ହସ ଖେଳିଗଲା । ସେ କହିଲେ, “ବସନ୍ତୁ ଚା’ପିଇକରି ଯିବେ । ମୁଁ ଗୋଟାଏ ମିନିଟ୍ ରେ ଆସୁଛି ଏହାକହି ଭଦ୍ରଲୋକ ଜଣକ ଭିତରକୁ ଚାଲିଗଲେ ।କିଛି ସମୟ ପରେ ଚା ଆସିଗଲା ।ପର୍ସର ମାଲିକ ଏକ ଧଳା ଲଫାପା ଧରି ଆସିଲେ ।ପରୀକ୍ଷିତକୁ ଦେଇ କହିଲେ “ଏହାକୁ ପକେଟରେ ରଖ ଘରକୁ ଯିବା ପରେ ଖୋଲିବ ।ପର୍ସରେ ଥିବା ଟଙ୍କା ହଜିଗଲେ ମୋର ମନଦୁଃଖ ନଥିଲା । କିନ୍ତୁ ତା’ ଭିତରେ ଏମିତି ଏକ କାଗଜ ଥିଲା , ଯେଉଁଥିରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଫଣ୍ଡର ପାସଓ୍ୱାର୍ଡ ଲେଖାଥିଲା ।ତୁମେ ତାହା ଫେରାଇ ଦେଇଥିବାରୁ ଧନ୍ୟବାଦ ।”

ଚା’ ପିଇ ପତ୍ନୀଙ୍କୁ ଛାଡିବାକୁ ପରୀକ୍ଷିତ ଘରକୁ ଆସିଲା । ଘରେ ପହଞ୍ଚି ଲଫାପା ଖୋଲି ଦେଖିଲା । ସେଥିରେ ପାଞ୍ଚହଜାର ଟଙ୍କା ନୋଟଥିଲା ଏବଂ ଗୋଟିଏ କାଗଜରେ ଲେଖାଥିଲା “ଧନ୍ୟବାଦ” ।”ଉଭୟେ ପତିପତ୍ନୀ ଖୁବ୍ ଖୁସି ହେଲେ । ପରୀକ୍ଷିତର ପତ୍ନୀ କହିଲା “ପର୍ସଟା ରଖିଥିଲେ ମାତ୍ର ଦେଢହଜାରଟଙ୍କା ପାଇଥାନ୍ତ, କିନ୍ତୁ ଫେରେଇ ଦେବାରୁ ପାଞ୍ଚହଜାରଟଙ୍କା ମିଳିଲା । ସତରେ ଭଗବାନ ସବୁବେଳେ ସହାୟ ହୁଅନ୍ତି ।”



Rate this content
Log in