ଢେଉରେ ଦାୟୀ ନା ଉର୍ମିରେ
ଢେଉରେ ଦାୟୀ ନା ଉର୍ମିରେ

2 mins

1
ଏମିତି ଅଳ୍ପ ଅଳ୍ପ ଚିହ୍ନା ଜଣାରୁ ପ୍ରେମ ଓ ସ୍ୱଳ୍ପ ସମୟରେ ବାହାଘର ପରେ ଭଡାଘରେ ଆଣି ନବବିବାହିତା ପତ୍ନୀ ତନୁଜାକୁ ରଖିଥିଲା ଅତୁଲ. ଦିନ ସାରା ଏକୁଟିଆ ଘରେ ରହି ରହି କେଵେ କେଵେ ବାଲକୋନିକୁ ଗଲେ ଯାହା ଆଖି ସହ ଆଖି ମିଶିଯାଏ ଓ ଓଠ ସହ ଆଖିର ଭାଷା ଯାହା ସହ ବିନିମୟ ହୁଏ ସେ ଗୋଟେ ଛୋଟ ଝିଅ. ସେ କିନ୍ତୁ ସବୁଦିନ ସେଇ ନିର୍ଦିଷ୍ଟ ସ୍ଥାନର ନିର୍ଦ୍ଦିଷ୍ଟ ଚେୟାରରେ ବସିଥିବାର ଦେଖି ତନୁଜା କହିଥିଲା ଏତେ ଉଦାସ କାହିଁକି ଲିଟିଲି ଫ୍ରେଣ୍ଡ ତ ଝିଅଟି ହସିଦେଇ ଥିଲା ପ୍ରଥମେ ତା ପର ପର ଦିନ ସବୁ ଦେଖାହେଲେ ସେମିତି ସୁନ୍ଦର ହସଟେ ହସିଦେଇ କହିଥିଲା ମୁଁ ଆଉ ଆଗ ପରି ଦଉଡି ପାରୁନି, ଫୁଲ ତୋଳିପାରୁନି, ପ୍ରଜାପତି ପଛରେ ଧାଇଁପାରୁନି. ଏମିତିକି ସ୍କୁଲ ଯାଉନି. ମୋ ଡ୍ରଇଂ ଖାତାରେ ଭଳି ଭଳି ଚିତ୍ର ଆଙ୍କିପାରୁନି. ଆଉ ଅଧିକ କିଛି ପଚାରିବାକୁ ସାହାସ ନକରି ତନୁଜା କହିଥିଲା ଶିଶୁରୁ କିଶୋରୀ ବୟସରେ ପହଁଚିଲେ ଏମିତି ହୁଏ. ଧର୍ଯ୍ୟ ରଖ ଫ୍ରେଣ୍ଡ ପୁଣି ସବୁ ଠିକ ହୋଇଯିବ. ହେଲେ ଝିଅଟିର ମାଆ କହିଥିଲେ ଆଉ କିଛି ଠିକ ହୋଇପାରିବନି ଭଉଣୀ.ଜହ୍ନ ଆଉ ଅଳ୍ପ ଦିନର ଅତିଥି. ତାକୁ କ୍ୟାନ୍ସର ଓ ସେ ଏବେ ଚତୁର୍ଥ ଷ୍ଟେଜରେ.ସେଇ ରାତି ଶୋଇପାରିନଥିଲେ ତନୁଜା. ସତକୁ ସତ ଜହ୍ନ ଯୋଉଦିନ ଚାଲିଗଲା ତା ମାଆକୁ ସାନ୍ତ୍ୱନା ଦେବାକୁ କାହା ପାଟିରେ ଶବ୍ଦ ନଥିଲା ବେଳେ ତନୁଜା କହିଥିଲେ ମୁଁ ସରୋଗେଟ ମଦର ହେବାକୁ ରାଜି ମମତା ଦିଦି. ମୋରି କୋଳରେ ଆପଣଙ୍କ ଜହ୍ନ ଫେରିବ. ଆଶ୍ଚର୍ଯ୍ୟ ଆଖିରେ ଆଉ ମାଆ ହୋଇ ପାରିବେନି ବୋଲି ଡାକ୍ତରଙ୍କ କଥାରେ ନିଜ ଉପରୁ ଭରସା ତୁଟେଇ ସାରିଥିବା ଜହ୍ନର ମାଆ, ମମତା ଉଠି କୁଣ୍ଢେଇ ପକେଇଲେ ତନୁଜାକୁ କିନ୍ତୁ ଅତୁଲ ରାଜିନଥିଲେ ବି ମମତାଙ୍କୁ କଥା ଦେଇ କଥା ରଖିବି କହି ତନୁଜା ବନିଗଲେ ସରୋଗେଟ ମଦର. କିନ୍ତୁ ହଠାତ ତନୁଜା ଓ ଅତୁଲ ଫେରାର ହୋଇଯିବା ପଛର କାରଣ ଥିଲା ଅସ୍ପଷ୍ଟ.
ସେଦିନ ସମୁଦ୍ର କୂଳରେ ହଠାତ ତନୁଜା ଓ ଅତୁଲଙ୍କ ସହ ଦେଖା ହୋଇଗଲା ମମତାଙ୍କ ସହିତ ତ ମମତା ଅଡ଼ିବସିଲେ ତାଙ୍କ ଛୁଆ କାହିଁ ଦେବାକୁ. ଏହି ସମୟରେ ସମୁଦ୍ର କୂଳରେ ବସି ଢେଉ ଭାଙ୍ଗୁଥିବା ଦୁଇ ଝିଅଙ୍କ ଆଡକୁ କୋହଭରା ହୃଦୟରେ ଆଙ୍ଗୁଠି ନିର୍ଦ୍ଦେଶ କରିଥିଲେ ତନୁଜା ତ ମମତା ପାଖକୁ ଯାଇ ଚମକି ପଡ଼ିଥିଲେ କାରଣ ଢେଉ ଓ ଉର୍ମି ତ ଏକାଭଳି ତେବେ ତାଙ୍କ ଗୋଟିଏ ଜହ୍ନ କଣ ଦୁଇଫାଳ ହୋଇ ଫେରିଆସିଛି ତନୁଜାଙ୍କ କୋଳକୁ!ତ ଅତୁଲଙ୍କ ତତ୍ୱାବଧାନରେ ଖେଳୁଥିବା ଦୁଇ ଝିଅଙ୍କ ହାତ ଧରି ମମତା ନେଇଯିବାକୁ ଚାହିଁବାରୁ ବାଧା ଦେଇଥିଲେ ଅତୁଲ କହିଥିଲେ ଏ ଦୁହେଁ ଆମ ଝିଅ. ଆପଣଙ୍କ ଜହ୍ନ ତ ପୁଣି ସମୟ ଆଗରୁ ମରି ସାରିଥିଲା ପେଟରୁ. ଏକଥା ବହୁପୂର୍ବରୁ ଡାକ୍ତର ଜଣେଇ ଦେଇଥିଲେ ବୋଲି ତ ତନୁଜା ଓ ମୁଁ ଦୁହେଁ ଖାଲି ଫେରାର ନୁହେଁ ବରଂ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲୁ ଏ ଦୁଇ ଯାଆଁଳା ଝିଅଙ୍କ ଜନ୍ମ ପର୍ଯ୍ୟନ୍ତ. ବର୍ତ୍ତମାନ ମଧ୍ୟ ସେ ମାନସିକ ବିକାର ଗ୍ରସ୍ତ. ସେଇଥିପାଇଁ ଡାକ୍ତରଙ୍କ ନିର୍ଦେଶ କ୍ରମେ ତାଙ୍କୁ ପ୍ରତିଦିନ ସମୁଦ୍ରକୂଳ ଆଣିବାକୁ ପଡୁଛି ମତେ. ଠିକ ଏହି ସମୟରେ ଅତୁଲଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଦୁଇ ଝିଅ ଉର୍ମି ଓ ଢେଉ ସମୁଦ୍ର ଢେଉରେ ଭାସି ଯାଉଥିବା ବେଳେ ଜଣଙ୍କୁ ଅତୁଲ ରକ୍ଷା କରିଥିଲା ବେଳେ ଅନ୍ୟ ଜଣଙ୍କ ମମତାଙ୍କ କୋଳରେ. ତନୁଜା ମଧ୍ୟ ପହଁଞ୍ଚି କହୁଥିଲେ ଯିଏ ଯାହାକୁ ଉଦ୍ଧାର କରିଛ ସେ ତାହାର. ଅତୁଲ ଆଶ୍ଚର୍ଯ୍ୟରେ ତନୁଜାଙ୍କୁ ଚାହିଁଥିଲା ବେଳେ ମମତା ଉର୍ମିକୁ ଜହ୍ନ ବୋଲି ଡାକି କୋଳେଇ ଶିଶୁ କନ୍ୟାଟିକୁ ନେଇ ଆଖିରୁ ଅନ୍ତର ହେବା ପର୍ଯ୍ୟନ୍ତ ଚାହିଁଥିଲେ ଅତୁଲ ଓ ତନୁଜା. ଲୁଚି ଗଲା ପରେ ବାଲୁକା ଶଯ୍ୟାରେ ଲୋଟି ଯାଉଥିବା ତନୁଜା କିନ୍ତୁ ଉଜୁଡା ମାନସିକ ସନ୍ତୁଳନରୁ ନିଜକୁ ପ୍ରକୃସ୍ଥିତ କରିନେଇ ସୁସ୍ଥ ମାନସିକ ଶକ୍ତି ଫେରି ପାଇଥିଲେ ତ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ.