ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

3  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ଚିତ୍ରକରଙ୍କର ପରାମର୍ଶ

ଚିତ୍ରକରଙ୍କର ପରାମର୍ଶ

2 mins
373



ଜୟ ଏବଂ ବିଜୟ ନାମକ ଦୁଇ ଜଣ ପ୍ରତିଭାବାନ ଚିତ୍ରକର ଥିଲେ । ଯଦି ସେମାନେ କାହାକୁ କେତେ କ୍ଷଣ ପାଇଁ ଦେଖି ଦେଉଥିଲେ ତେବେ ତାଙ୍କର ଚିତ୍ର ଆଙ୍କି ଦେଉଥିଲେ । ଏପରିକି ସେମାନେ କୌଣସି ବ୍ୟକ୍ତିଙ୍କଠାରୁ ବର୍ଣ୍ଣନା ଶୁଣି ସେହି ଅନୁଯାୟୀ ନିଖୁଣ ଚିତ୍ର ଆଙ୍କି ପାରୁଥିଲେ ।

ସେମାନେ ତାଙ୍କର କଳା ଚାତୁରୀ ବହୁବାର ରାଜ ଦରବାରରେ ପ୍ରଦର୍ଶନ କଲେ । ଏପରିକି କେତେକ କ୍ଷେତ୍ରରେ ରାଜାମାନେ ତାଙ୍କୁ ପୁରସ୍କୃତ କଲେ ।


ମାଧବ ବର୍ମନ ତାଙ୍କୁ କହିଲେ-“ ମୁଁ ଜାଣିଛି ଯେ ତୁମ୍ଭେମାନେ ପ୍ରତିଭାଶାଳୀ, କିନ୍ତୁ ମୁଁ ତୁମର ଗୋଟିଏ ଛୋଟିଆ ପରୀକ୍ଷା ନେବାକୁ ଚାହେଁ । ବଡବଡିଆମାନେ କହି ଆସିଛନ୍ତି ଯେ ସବୁ ଜ୍ଞାନ ଠାରୁ ଆତ୍ମଜ୍ଞାନ ବଡ ହୋଇଥାଏ । ଯଦି ତୁମ୍ଭେମାନେ ପ୍ରକୃତରେ ପ୍ରତିଭାଶାଳୀ ନିଜର ଚିତ୍ର ତିଆରି କରି ମୋତେ ଦେଖାଅ । ଯଦି ତୁମ ନିଜର ଚେହେରା ସହିତ ଚିତ୍ରର ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ରହିବ ମୁଁ ତୁମକୁ ବଢିଆ ପୁରସ୍କାର ଦେବି । ”


ଜୟ ବିଜୟ ଏକଥା ଶୁଣି ଶବ୍ଦଟିଏ କହି ପାରିଲେ ନାହିଁ । ସେମାନଙ୍କ ମୁହଁରୁ ଯେମିତି ରକ୍ତ ଶୁଖିଗଲା ।

“ତୁମ୍ଭେମାନେ ତ ସବୁଦିନ ନିଜର ଚେହେରା ଦର୍ପଣରେ ଦେଖୁଛ । ତାହାର ଚିତ୍ର କରିବା ତୁମ ପାଇଁ ବଡକଥା ନୁହେଁ । ଯେଉଁ ଦାସୀ କିଛି ସମୟ ପୂର୍ବରୁ ଏଠାକୁ ଆସିଥିଲା ତା’ର ଚିତ୍ର ତ ଅବିକଳ ତିଆରି କରିଦେଲ । ଏହା କଣ ଅଧିକ କଷ୍ଟକର କାର୍ଯ୍ୟ । ”

ଜୟ ଓ ବିଜୟ ପରସ୍ପର ମୁହଁକୁ ଦେଖିଲେ । ନିଜେ ନିଜକୁ ଚିହ୍ନିବାକୁ ଚେଷ୍ଟା କଲେ । ଯେମିତି ତାଙ୍କର ଆଖି ପରସ୍ପର ସହିତ କଥାବାର୍ତ୍ତା ହେଉଥିଲେ ।


“ମହାରାଜ, ଆମେ ଆପଣଙ୍କର ପରୀକ୍ଷାରେ ବସିବୁ । ” ସେ କହିଲେ । ରାଜା ଭୃତ୍ୟଙ୍କୁ ଡକାଇଲେ ଏବଂ କହିଲେ -“ଚିତ୍ରକରଙ୍କୁ ଅଲଗା ଅଲଗା କୋଠରୀରେ ବସାଇ ଦିଅ । ଚିତ୍ର ସମ୍ପୂର୍ଣ୍ଣ ହେବା ପରେ ସେମାନଙ୍କୁ ମୋ ପାଖକୁ ନେଇଆସ । ଦେଖ ସେମାନଙ୍କ କୋଠରୀରେ କୈଣସି ଆଇନା ରହିବ ନାହିଁ । ଦର୍ପଣ ପରି କୌଣସି ଜିନିଷ ରହିବ ନାହିଁ । ସବୁ ପ୍ରକାରରେ ସାବଧାନତା ଅବଲମ୍ବନ କରାଯିବ । ”ରାଜାଙ୍କର ଭୃତ୍ୟମାନେ ତାଙ୍କୁ ଖାଲି କୋଠରୀକୁ ନେଇଗଲେ ।


ନିଜର ଚିତ୍ର ନିଜେ ତିଆରି କରିବା ସହଜ କାମ ନୁହେଁ । ଦର୍ପଣରେ ଦେଖିବାପରେ ବି ବାଁ ଡାହଣର ଭେଦ ରହିଯାଏ । ତେଣୁ ଜୟ ଏବଂ ବିଜୟ ନିଜର ଚିତ୍ର କରିବା ପାଇଁ ଚେଷ୍ଚା କରିଥିଲେ ମଧ୍ୟ ଠିକ୍ ଭାବରେ ତିଆରି କରି ପାରିନଥାନ୍ତେ । କିଛି ତିଆରି କରିବାକୁ ଗଲାବେଳେ ଆଉ କିଛି ଆଙ୍କି ହୋଇଯାଇଥାନ୍ତା ।

କିନ୍ତୁ ସେମାନେ ଚିତ୍ର ଆଙ୍କିଲେ । ଜୟ ବିଜୟର ଏବଂ ବିଜୟ ଜୟର ଚିତ୍ର ମନେ ପକାଇ ଆଙ୍କିବାକୁ ଲାଗିଲେ ।

ମାତ୍ର ମୁହୂର୍ତ୍ତକରେ ଦୁହିଁଙ୍କର ଚିତ୍ର ସମାପ୍ତ ହୋଇଗଲା । ଦୁହେଁ ନିଜ ନିଜର ଚିତ୍ର ଅଲଗା ଅଲଗା ସିନ୍ଦୁକରେ ରଖି ରାଜାଙ୍କ ପାଖକୁ ପଠାଇ ଦେଲେ ।


ରାଜାଙ୍କ ହାତରେ ସିନ୍ଦୁକ ପହଞ୍ଚିବା ପରେ ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ତଥାପି ସେ ହାତରେ ଧରି ଗୋଟି ଗୋଟି କରି ଚିତ୍ରକୁ ଦେଖିଲେ । ଚିତ୍ରର ବାସ୍ତବିକତା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ  ।  ସେ ବୁଝି ପାରିଲେ ନାହିଁ ଯେ ଚିତ୍ରକରମାନେ କେଉଁ ଉପାୟରେ ଏହି ସମସ୍ୟାର ସମାଧାନ କଲେ । ତା’ପରେ ସେ ଜୟ ବିଜୟଙ୍କୁ ଦରବାରକୁ ଡାକିଲେ । ତାଙ୍କର କଳାଚାତୁରିର ଭୁରି ଭୁରି ପ୍ରଶଂସା କଲେ ଏବଂ ଆଦର ସତ୍କାର କରି ବହୁ ପୁରସ୍କାର ଦେଇ ବିଦାୟ ଦେଲେ ।


Rate this content
Log in