STORYMIRROR

ଶିଶିର ସାହୁ ମନୋଜ

Others

2  

ଶିଶିର ସାହୁ ମନୋଜ

Others

ଛେଳି ମାଂସ

ଛେଳି ମାଂସ

1 min
592

ଗୋଟେ ଗାଆଁରେ ଜଣକ ପୁଆଳ ଗଦାରେ ନିଆଁ ଲାଗିଗଲା.... ଚାଷି ଜଣକ ସେଇ ପୁଆଳ ଗଦା ପାଖକୁ ଛେଳିଟେ ବାନ୍ଧେ ।

ପୁଆଳ ଗଦା ଜଳିଗଲାରୁ ଲୋକ ନିଆଁ ଲିଭାଇବାକୁ ଧାଇଁ ଆସିଲେ.... ନିଆଁ ଲିଭେଇଲା ପରେ ଚାଷୀ ତା ଛେଳିକୁ ଖୋଜିଲା l

ଘର ବାହାର ଚାରିଆଡ଼ ଖୋଜିଲା l ତା' ମନରେ ବିଶ୍ବାସ ପଘା ଛିଡିଛି ମାନେ ଛେଳି ନିଆଁ ଦେଖି ଭୟରେ ପଘା ଛିଣ୍ଡେଇ ପଳେଇଥିବ । ଏଣେ ଜଣେ ଲୋକ ସେଇ ଜଳିଯାଇଥିବା ପୁଆଳ ଗଦାରୁ ଅଧାଜଳା ଜୀବକୁ ଦେଖି ଚାଷୀକୁ ଡାକ ଛାଡିଲା ..... ଜଳିଯାଇଥିବା ତା' ଛେଳିକୁ ଦେଖି ଚାଷୀ ଦୁଃଖୀ ହୋଇଗଲା..... ସେଠି ଉପସ୍ଥିତ ଲୋକ ମାନଙ୍କ ମଧ୍ଯରୁ ଜଣେ ବଡଲୋକ ଚାଷୀକୁ ବୁଝେଇଲେ ଯାହା ତ ହେବାର ହେଲାଣି l ଏବେ ଏଇ ଛେଳିର ଯେଉଁ ଭାଗ ତକ ନଜଳି ଭଲ ଅଛି ତାକୁ ଗାଆଁରେ ବାଣ୍ଟିଦିଅ l ଛେଳି ମାଂସ ବଣ୍ଟାଗଲା

ଲୋକ ରାତାରାତି ସେ ମାଂସ ତରକାରୀ କରି ଖାଇ ବି ଗଲେ...... ଚାଷୀର ଭାରି ମନଦୁଃଖ !!! ରାତିଯାକ ଶୋଇନଥାଏ ।

ସକାଳୁ ଉଠି ବାଡିପଟକୁ ଯାଇ ଦେଖେ ପୁଆଳ ଗଦା ପାଖରେ ଛେଳି ଶୋଇଛି l ଆର୍ଶ୍ଚର୍ଯ୍ୟ କଥା..... ଛେଳି ତ ବଞ୍ଚିଛି

ତାହେଲେ କାଲି ରାତିରେ କା ମାଉଁସ ବଣ୍ଟାଗଲା ? ଚାଷୀ ଅନୁମାନ କଲା ବୁଲାକୁକୁରକୁ ଛେଳି ମନେ କରି ସମସ୍ତେ ଖାଇଗଲେ ।


Rate this content
Log in