ଶିଶିର ସାହୁ ମନୋଜ

Children Stories

2  

ଶିଶିର ସାହୁ ମନୋଜ

Children Stories

ଚାରିବେଙ୍ଗ କଥା

ଚାରିବେଙ୍ଗ କଥା

2 mins
513


ନଦୀ ଉପରେ ଭାସୁଥିବା କାଠଖଣ୍ଡ ଉପରେ ଚାରିଟା ବେଙ୍ଗ ବସିଥିଲେ । ସେ କାଠଖଣ୍ଡ ହଟାତ୍ ତୀଵ୍ର ଜଳଧାରା ପ୍ରଭାଵରେ ଭାସିଵାକୁ ଲାଗିଲା । ବେଙ୍ଗ ଯାକ କାଠଖଣ୍ଡ ଉପରେ ମନ୍ତ୍ରମୁଗ୍ଧ ପ୍ରାୟ ବସି ରହିଥିଲେ ‌ଯେହେତୁ ତାଙ୍କ ପାଇଁ ଏଭଳି ଜଳଯାତ୍ରାର ଅନୁଭଵ ନୂଆ ଥିଲା ।

ଏତିକିଵେଳେ ପ୍ରଥମ ବେଙ୍ଗ କହିଵା ଆରମ୍ଭ କଲା

"ଏ ତ ବଡ଼ ଚମତ୍କାରୀ କାଠଖଣ୍ଡଟିଏ, ଏମିତି ଚାଲୁଛି ଯେମିତି ଜୀଵିତ ପ୍ରାଣୀ ଚାଲବୁଲ କରନ୍ତି ! ଏମନ୍ତ ଅଦ୍ଭୁତ କଥା ତ କେଵେ ଶୁଣାଯାଇନାହିଁ କି ମୁଁ ଦେଖି ନାହିଁ ।”

ସେତେବେଳେ ଦ୍ଵିତୀୟ ବେଙ୍ଗ କହିଲା—

“ନାଇଁ ହେ,ଏଟା ବି ଗୋଟେ ସାଧାରଣ କାଠଖଣ୍ଡଟେ ଏକ୍କା ,ଵେଲେ ସେ ନିଜେ ଚାଲୁନି ହେ ! ଇଏ ତ ନଦୀ ଓ ଜଳର ମହିମା ଯେ ଆମକୁ, ଏ କାଠଖଣ୍ଡକୁ ସମୁଦ୍ର ଆଡ଼କୁ ଭସେଇ ନେଉଛି ।”

ଏଵେ ତୃତୀୟ ବେଙ୍ଗଟା ଥିଲା ସେ ବି ନିଜର ମତ ଦେଵାକୁ ଯାଇ ବୋଲିଲା

“ନାଇଁ ଗୋ ଦାଦା ମାନେ ! ନା ନଏଦ୍ କରୁଛେଁ ନା ଇ କାଜ୍ ଟା କାଠ୍ ର ଆଏ ! ଇ ତ ଆମର୍ ଵିଚାର୍ ଟା ଗତିଶୀଳ ସେଥିରନାଗି ନାଇଁ ଭାଵ୍ଲେ କାଇଁ ନାଇଁ ଚାଲେ !”

ସେ ତିନି ବେଙ୍ଗ ନିଜ ନିଜର କଥାକୁ ଧରି ବସିଲେ । କେହି ଅନ୍ଯର ମତକୁ ସ୍ଵୀକୃତି ଦେଵାକୁ ଅନିଚ୍ଛୁକ । ଶେଷରେ ତିନିହେଁ ଚତୁର୍ଥ ବେଙ୍ଗକୁ ତାହାର ମତ ପଚାରି ବୁଝିଲେ ।

ଚତୁର୍ଥ ବେଙ୍ଗ ବଡ଼ ଧ୍ଯାନ ସହକାରେ ସେମାନଙ୍କ କଥା ଶୁଣୁଥାଇ ହେଲେ କିଛି ନକହି ଚୁପ୍ ଚାପ୍ ବସିଥାଏ । 

ଯେତେଵେଳେ ତାକୁ ତାହାର ମତ ପଚରାଗଲା ସିଏ କହିଲା

“ ମୁଁ ଆଉ କିସ କହିମି । ତେମେ ସବୁ ଠିଇକି କହୁଚ,କାହାର ମତ ଭୁଲ୍ ନୁହଁ" ! ଗତି କାଠଖଣ୍ଡରେ ଅଛି,ପାଣିରେ ଅଛି ଏଵଂ ଆମ ମନର ଵିଚାରରେ ବି ରହିଛି"

ଏହା ଶୁଣି ତିନି ବେଙ୍ଗ ରାଗିଗଲେ । ସେମାନଙ୍କ ମଧ୍ୟରୁ କେହି ବି ମାନିଵାକୁ ରାଜିନଥିଲା ଯେ ତା କଥା ଶତକଡ଼ା ଶହେ ସଂପୂର୍ଣ୍ଣ ଠିକ୍ ନୁହେଁ କି ଵାକି ଦୁଇ ଜଣଙ୍କର ମତ ସଂମ୍ପୂର୍ଣ୍ଣ ଭୂଲ ନୁହେଁ । 

ସେତିକିଵେଳେ ଏକ ଚମତ୍କାର ଘଟଣା ଘଟିଲା । ସେ ତିନୋଟିଯାକ ବେଙ୍ଗ ମିଶିକି ଚତୁର୍ଥ ବେଙ୍ଗଟାକୁ କାଠଖଣ୍ଡ ଉପରୁ ନଦୀଜଳକୁ ଠେଲି ଦେଲେ ।

(ଲେଵାନନ ଦେଶୀୟ ଲୋକପ୍ରିୟ ଲେଖକ ଖଲୀଲ୍ ଜୀବ୍ରାନଙ୍କର ଏକ କ୍ଷୁଦ୍ରଗଳ୍ପର ଓଡ଼ିଆ ଭାଵାନୁଵାଦ)


Rate this content
Log in