STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

3  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ବିଶେଷ ପୁରସ୍କାର

ବିଶେଷ ପୁରସ୍କାର

4 mins
403



ମନ ପବନ

ଜୁଲାଇ 2019


ମଧୁ ହେଉଛି ତୁମରିପରି ଛୋଟପିଲା । ସେ ପଢେ ଅଷ୍ଟମ ଶ୍ରେଣୀରେ । ଭଲ ପାଠ ପଢେ । ଶ୍ରେଣୀରେ ତାକୁ ସମସ୍ତେ ଭଲପାଆନ୍ତି ।

     ସେ ବର୍ଷ ସ୍ୱାଧୀନତା ଦିବସ ପ୍ୟାରେଡ ଦେଖିବାପାଇଁ ତାକୁ ତା ସାଙ୍ଗମାନେ ଡାକିଲେ ।

ସେ ପ୍ରାୟ ସବୁ ବର୍ଷ ପ୍ୟାରେଡ ଦେଖିବାପାଇଁ ଯାଏ । ତା ଘରଠାରୁ ଅଳ୍ପ ଦୂରରେ ହେଉଛି ପ୍ୟାରେଡ ପଡିଆ । ଏଣୁ ତାକୁ ଯିବା ପାଇଁ କୌଣସି ପ୍ରକାର ଅସୁବିଧା ହୁଏନାହିଁ ।

     ମଧୁ ଚଟାପଟ ଜଳଖିଆ ଖାଇ ସାରି ସାଙ୍ଗମାନଙ୍କ ସହିତ ପ୍ୟାରେଡ ଦେଖିବା ପାଇଁ ଚାଲିଗଲା ।

     ଭୁବନେଶ୍ୱର ହେଉଛି ଓଡିଶାର ରାଜଧାନୀ । ଏଠାରେ ଥିବା ପ୍ୟାରେଡ ପଡିଆରେ ପ୍ରତିବର୍ଷ ବହୁ ଲୋକଙ୍କ ଉପସ୍ଥିତିରେ ସ୍ୱାଧୀନତା ଦିବସ ପାଳନ ହୁଏ । ବିଭିନ୍ନ ପ୍ରକାରର ସାଜସଜ୍ଜା ଓ ପ୍ୟାରେଡ ଦେଖିବାକୁ ଖୁବ୍ ମଜ୍ଜା ଲାଗେ ।

     ମଧୁ ଏବଂ ତାର ସାଙ୍ଗମାନେ ପ୍ୟାରେଡ ପଡିଆରେ ପହଞ୍ଚିଲା ବେଳକୁ ପ୍ୟାରେଡ ପଡିଆଟି ଗହଳି ହୋଇଯାଇଥାଏ । ପାଗ ଭଲଥିବାରୁ ସେ ବର୍ଷ ବହୁତଲୋକ ସ୍ୱାଧୀନତା ଦିବସ ପ୍ୟାରେଡ ଦେଖିବାକୁ ଆସିଥାଆନ୍ତି । ମଧୁ ଏବଂ ତାର ସାଙ୍ଗମାନେ ଚେଷ୍ଟାକରି ମଧ୍ୟ ଭିତରକୁ ପଶିପାରିଲେ ନାହିଁ । ଏବଂ ବାଧ୍ୱହୋଇ ସେମାନେ ରାସ୍ତାକଡରେ ଛିଡା ହୋଇ ଦେଖିଲେ ।

     ସେତେବେଳକୁ ପ୍ୟାରେଡ ଆରମ୍ଭ ହୋଇଯାଇଥାଏ । ଲୋକମାନେ ମନଯୋଗ ସହକାରେ ପଡିଆଭିତରକୁ ଅନାଇ ଥାଆନ୍ତି । ଏଇ ସମୟରେ ଆରପଟ ରାସ୍ତାକଡରୁ ଖୁବଯୋରରେ ପାଟିତୁଣ୍ଡ ଶୁଭିଲା । ଲୋକମାନଙ୍କ ଘୋଘୋ ଶବ୍ଦରେ କମ୍ପିଉଠିଲା ଚାରିଆଡ । ଗୋଟିଏ ଲୋକ ହାତରେ ଛୁରା ଧରି ଖୁବ୍ ଯୋରରେ ଦୌଡୁଥିଲା । ତା ପଛରେ ଅନେକ ଲୋକ ଧର ଧର ଚୋର ପଳାଇଲା ବୋଲି ଚତ୍କାର କରୁଥାଆନ୍ତି । ବୋଧହୁଏ ତା ହାତରେ ଛୁରା ଥିବାରୁ ସଭିଏ ତାକୁ ଭୟ କରୁଥାଆନ୍ତି । ସତକଥା ଜୀବନକୁ କାହାର ବା ଲୋଭନାହିଁ । ଲୋକଟି ଖୁବ୍ ଯୋରରେ ଦୌଡି ଦୌଡି ତାଙ୍କରି ଆଡକୁ ଆସିଲା । ପ୍ରକୃତ ଘଟଣା କଣ ମଧୁ ଏବଂ ତାର ସାଙ୍ଗମାନେ ଜାଣିପାରୁନାହାନ୍ତି । କେବଳ ଧର ଧର ମାର ମାର ପାଟି ତୁଣ୍ଡ ଶୁଭୁଥାଏ ।

ଘଟଣା ଯାହା ହେଉନା କାହିଁକି, ଆମକୁ ଏ ଲୋକଟିକୁ ଅଟକେଇବାକୁ ପଡିବ । ମୁଁ ଭାବୁଛି ଏ ଲୋକଟା ପକେଟମାର୍ ଭିଡଭିତରେ ପଶି କାହାର ପକେଟରୁ ଚୋରୀ କରିଛି ।

     ଏହାଶୁଣି ମଧୁର ସାଙ୍ଗ କହିଲା ଚୁପ କର୍ ତୁ ପ୍ୟାରେଡ ଦେଖିବାକୁ ଆସିଛୁ ନା ଚୋର ଧରିବାକୁ ଆସିଛୁ ଏଠି ଏତେ ଲୋକ ଅଛନ୍ତି କାହାର ଏଥିପ୍ରତି ଚିନ୍ତା ନାହିଁ ।ସଭିଏ ଖାଲି ଲୋକ ଦେଖାଣିଆ ଭାବରେ ଦୌଡୁଛନ୍ତି । ଆଉ କହୁଛୁ କଣ ଲୋକଟାକୁ ଅଟକେଇବାକୁ। ତା ହାତରେ କଣ ଅଛି ଦେଖିପାରୁଛୁ ତ ଜୀବନକୁ ତୋର କଣ ଲୋଭ ନାହିଁ ।

     ଯାହା ହେଲେବି ଲୋକଟାକୁ ଅଟକେଇବାକୁ ପଡିବ ।ଏହାକହି ମଧୁପାଖରେ ଥିବା ଗୋଟାଏ ବାଡିକୁ ଉଠାଇ ଆଣିଲା । ଲୋକଟା ଖୁବ୍ ଯୋରରେ ତାରି ଆଡକୁ ମାଡି ଆସୁଥାଏ । ଲୋକଟା ଯେମିତି ପାଖେଇ ଆସିଛି ମଧୁ ଲକ୍ଷ୍ୟକରି ତାରି ଆଡକୁ ବାଡିଟିକୁ ଫୋପାଡି ଦେଲା ।

ଦୌଡୁଥିବା ଅବସ୍ଥାରେ ଗୋଡରେ ବାଡିଟା ଯୋରରେ ବାଜିବାରୁ ସେଇ ଲୋକଟା କଚାଡି ହୋଇପଡିଲା ।ତା’ ହାତରୁ ଛୁରୀଟା ଛିଟିକି ଯାଇ କିଛି ଦୂରରେ ପଡିଲା । ମଧୁ ଚଟାପଟ ଯାଇ ଛୁ

ରୀଟିକୁ ଗୋଟାଇ ଆଣିଲା । ତା ସାଙ୍ଗମାନେ ଦୌଡି ଆସି ଲୋକଟିକୁ ଧରି ପକାଇଲେ ଲୋକଟା ଛାଟିପିଟି ହୋଇ ଖସି ଯିବାକୁ ଚେଷ୍ଟା କରୁଥାଏ । ମାତ୍ର ମଧୁ ଓ ତାର ସାଙ୍ଗମାନେ ଏପରି ଭାବରେ ଧରି ଥାଆନ୍ତି ଯେ ସେ ହୁଗୁଳି ପାରୁ ନଥାଏ ,

     ସଙ୍ଗେ ସଙ୍ଗେ ଲୋକମାନେ ଆସି ସେଠାରେ ପହଞ୍ଚିଗଲେ । ସେମାନଙ୍କ ଭିତରୁ କେତେ ଜଣ ଲୋକଟିକୁ ମାରଧର କଲେ । ମାତ୍ର ମଧୁ ସେମାନଙ୍କୁ କହିଲା, “ଚୋରଟାକୁ ଧରିବାପାଇଁ ତ କେହି ସାହସ କରୁନଥିଲ, ଏବେ ମାରିବାକୁ ସମସ୍ତେ ଚାଲି ଆସୁଛ ? ତାହା ହୋଇପାରିବନାହିଁ । ଦଣ୍ଡଦେବା ଆମର କାମ ନୁହେଁ । ପୋଲିସ୍ ସେକଥା ବୁଝିବ” ହେଲେ ଲୋକଟାର ଦୋଷ କ’ଣ ?

ଏହା ଶୁଣି ଭିଡ ଭିତରୁ ଜଣେ ସ୍ତ୍ରୀ ଲୋକ କାନ୍ଦ କାନ୍ଦ ହୋଇ ବାହାରି ଆସିଲା । “କ’ଣ କହିବିରେ ପୁଅ ! ଏ ଲୋକଟା ମୋ ପାଖରେ ଠିଆ ହୋଇଥିଲା । ମୁଁ ଠିଆ ହୋଇ ପ୍ୟାରେଡ ଦେଖୁଥିଲି । ବେକରେ ମୋର ସୁନାହାର ପଡିଥାଏ । ଏ ଲୋକଟା ଚଟାପଟ ମୋ ବେକରୁ ହାରଟିକୁ ଟାଣିନେଇ ଦୌଡିବାକୁ ଲାଗିଲା । ମୁଁ ଚିତ୍କାର କରିବାରୁ ଲୋକମାନେ ତାକୁ ଧରିବାପାଇଁ ତା ପଛରେ ଦୌଡିଲେ । ଲୋକଟା ଛୁରୀ ବାହାର କରିବାରୁ ଡରିଗଲୁ ।”

       ପ୍ରକୃତ ଘଟଣା ବୁଝିବାକୁ ସମୟ ଲାଗିଲା ନାହିଁ । ସେ ଜାଣିଗଲା ଯେ, ଲୋକଟି ଚୋର ମଧୁ ସେଇ ଲୋକ ପକେଟରେ ହାତ ପୁରେଇଲା । ପ୍ରକୃତରେ ତା ପକେଟରୁ ଏକ ସୁନାହାର ବାହାରିଲା । ସୁନା ହାରଟି ଓଜନିଆ ଥିଲା । ଏହାସହ କିଛି ଟଙ୍କା ମଧ୍ୟ ବାହାରିଲା । ମଧୁ ଜାଣିପାରିଲା ଏଇ ଟଙ୍କା ଗୁଡାକ ସେ ଆଜି ବିଭିନ୍ନ ଲୋକଙ୍କର ପକେଟରୁ ନେଇଛି ।

     ଏଇ ସମୟରେ ଏସ ପି ଙ୍କ ଗାଡି ଆସି ପହଞ୍ଚିଲା । ମଧୁ ଓ ଏତେ ଲୋକ କଣପାଇଁ ଜମା ହୋଇଛନ୍ତି ଏବଂ ପାଟିତୁଣ୍ଡ କରୁଛନ୍ତି ତାହା ଜାଣିବାପାଇଁ ଏସ୍ ପି ସାହେବ ଗାଡି ଅଟକାଇ ଦେଲେ । ମଧୁ ତାଙ୍କ ପାଖକୁ ଆସି ଗୋଟି ଗୋଟି କରି ସବୁ ଘଟଣା କହିଲା । ପୋଲିସ୍ ପେଟ୍ରୋଲିଂ ଜିପ୍ ମଧ୍ୟ ଆସି ପହଞ୍ଚିଲା । ପୋଲିସ ଲୋକଟାକୁ ଦି ଚାରି ମୁଥା କଷିଦେବାରୁ ଲୋକଟା ସେ ସବୁ ସତକଥା ମାନିଗଲା ।

     ଏସ.ପି. ସାହେବ ମଧୁକୁ କୁଣ୍ଢାଇ ପକାଇଲେ ।ଚୋରକୁ ପୋଲିସ ଗାଡିରେ ବସେଇ ଥାନାକୁ ନେଇଗଲେ । ଏସ.ପି. ସାହେବ ମଧୁକୁ କହିଲେ, “ତୁମେ ମୋ ସାଙ୍ଗରେ ଆସ ।”

     ସେତେବେଳକୁ ମୁଖ୍ୟ ଅତିଥିଙ୍କ ଭାଷଣ ଶେଷ ହୋଇଯାଇଥାଏ । ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଶିଷ୍ଟ ଲୋକମାନଙ୍କୁ ସମ୍ମାନିତ କରୁଥାନ୍ତି ।ଏଇ ସମୟରେ ମଧୁକୁ ଧରି ଏସ.ପି. ମଞ୍ଚକୁ ଉଠିଗଲେ । ଡି.ଜି.ଙ୍କ କାନରେ କିଛି କହିଲେ ।

     ଡି.ଜି. ମହୋଦୟ ଉଠିପଡି ମାଇକ୍ ଧରି କହିଲେ , “ଆଜି ପ୍ୟାରେଡ ଚାଲିଥିବା ବେଳେ ରାସ୍ତାଉପରେ ଏକ ଘଟଣା ଘଟିଥିଲା । ଯାହା ଆପଣମାନେ ବୋଧହୁଏ ଜାଣି ନଥିବେ ।” ମଧୁର ପିଠି ଥାପୁଡେଇ ତାକୁ ପାଖକୁ ଟାଣି ଆଣି କହିଲେ, “ଏଇ ପିଲାଟି ଆଜି ନିଜ ଜୀବନକୁ ବିପନ୍ନ କରି ଏକ ଖତରନାକ୍ କକେଟମାରକୁ ଧରିପାରିଛି , ଏଣୁ ଆଜିର ଏଇ ଶୁଭ ଅବସରରେ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବି, ସେ ମଧୁକୁ ଏକ ବିଶେଷ ପୁରସ୍କାର ଅର୍ପଣ କରନ୍ତୁ ।”

     ମୁଖ୍ୟମନ୍ତ୍ରୀ ମଧୁକୁ ଏକ ଫୁଲମାଳଦେଇ କୋଳେଇ ନେଲେ ଏବଂ ଚାରିପଟୁ ତାଳିମାଡ ହେଲା ।


Rate this content
Log in