ଶିଶିର ସାହୁ ମନୋଜ

Children Stories

2  

ଶିଶିର ସାହୁ ମନୋଜ

Children Stories

ଭୂତ ଓ ବୃଦ୍ଧ

ଭୂତ ଓ ବୃଦ୍ଧ

2 mins
438


ଜଣେ ବୃଦ୍ଧ ଦେଶଯାକ ବୁଲୁଥାଏ । ତାକୁ କୌଣସି ମୂଲ୍ୟବାନ ବସ୍ତୁ ମିଳିଲେ ତାହାକୁ ବିକି ଦେଇ ନିଜ ଗୁଜୁରାଣ ମେଣ୍ଟାଏ । ଦିନେ ଦେଶର ପୂର୍ବ ପାର୍ବତ୍ଯାଞ୍ଚଳରୁ ତାକୁ ଏକ ଉଜ୍ବଳବର୍ଣ୍ଣ କାଚବେତଲ ମିଳିଲା । ବୃଦ୍ଧ ଜଣକ ସେଇ ବୋତଲଟି ନିଜ ହାତକୁ ନେଇ ଖୋଲି ଦେଲା । ସେ ଯେମିତି ବୋତଲ ଖୋଲିଛି ତହିଁରୁ ଗୋଟାଏ ଭୂତ ବାହାରି ତାକୁ କହିଲା

ମୋତେ ମୁକ୍ତ କଲ !!!!! କୁହ ତୁମର ଯେକୋୖଣସି ଗୋଟିଏ ଇଛା ଥିଲେ ମୁଁ ତାହା ନିଶ୍ଚିତ ପୂରଣ କରିବି । କିନ୍ତୁ ତୁମର ସେହି ଇଛାଟି ନିଃସ୍ବାର୍ଥପୂର୍ଣ୍ଣ ହେବା ଦରକାର !!!!

ତୁମେ କୌଣସି ଦେଶର ରାଜା ହେବାକୁ ଚାହୁଁ ଥିଲେ ବା କୌଣସି ରାଜକନ୍ୟା ସହ ବିବାହ ଇଛା ଥିଲେ ତାହା ପୂରଣ ହୋଇପାରିବ ନାହିଁ ।

ବୃଦ୍ଧ ଲୋକଟି ଟିକିଏ ଭାବି କି କହିଲା :-

ପଚାଶ ବର୍ଷ ତଳେ ମୋ ଭାଇ ସହ ମୋର ଝଗଡ଼ା ହୋଇଯାଇଥିଲା । ଆମେ ଅଲଗା ହୋଇ ଗଲୁ । ତୁମେ ଏମିତି ଯତ୍ନ କର ଯେମିତି

ଆମେ ପୁଣି ଏକାଠି ହୋଇଯିବୁ ଏବଂ ମୋ ଭାଇ ମୋତେ ଆଦର କରିବ !!!!!!

ବାଃ ବାଃ !!!! ନିଜ ଭାଇ ପ୍ରତି ତୁମ ଆଦର ଅପୂର୍ବ , ଅଦ୍ୱିତୀୟ !

ଏତିକି କହି ଭୂତ ଅଦୃଶ୍ୟ ହୋଇ ଗଲା ଏବଂ କିଛି ସମୟ ପରେ ଆସି

ବୃଦ୍ଧଙ୍କୁ କହିଲା :- ତୁମ ଇଛା ପୂର୍ଣ୍ଣ କରିଦିଆ ଗଲା । ତୁମ ଭାଇ ତୁମକୁ ଖୋଜି ଖୋଜି ଇଆଡ଼େ ଆସୁଛନ୍ତି।

ବୃଦ୍ଧ ଜଣକ ସନ୍ଦେହ ଭରା ସ୍ବରରେ କହଲା :-

ଆଛା ଯଦି ମୋ କଥାରେ ପରେ ସ୍ବାର୍ଥ ଜଣାପଡେ ତାହେଲେ କଣ୍ ଏହି ଆଶିର୍ବାଦ ନିଷ୍ଫଳ ହୋଇଯିବ ?

ଭୂତ କହିଲା ନାଇଁ ସେମିତି ହେବନି ତେବେ ଗୋଟିଏ କଥା ମୁଁ ବୁଝି ପରୁନି

ଏ ବୁଢ଼ାକାଳରେ ତୁମର ପୁଣି ଭାଇ କାହିଁକି ଖୋଜା ହେଲା ?

କଣ୍ ବୃଦ୍ଧାବସ୍ଥାରେ ଅନାଦରରେ ମରିଯିବାର ଭୟ ଅଛି ତୁମକୁ ?

ଭୂତ କଥା ଶୁଣି ବୃଦ୍ଧ ଜଣକ ହସିଲା ..

ହସି ହସି କହିଲା

ମୋ ଭାଇ ମୋ ଠାରୁ ଦଶ ବର୍ଷ ବଡ ।

ସେ ଏହି ଦେଶର ରାଜା, ତାଙ୍କର ଆଉ କେହି ସନ୍ତାନ ସନ୍ତତି ନାହାନ୍ତି ।

ଏକମାତ୍ର ମୁଁ ହିଁ ଉତ୍ତରାଧିକାରୀ ।

ଭୂତ ଏକଥା ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇଗଲା ଆଉ କ୍ରୋଧରେ ଚିତ୍କାର କରି କରି ପାହାଡ଼ ଆଡକୁ ଉଡି଼ଗଲା ।


Rate this content
Log in