STORYMIRROR

ଶିଶିର ସାହୁ ମନୋଜ

Children Stories

4  

ଶିଶିର ସାହୁ ମନୋଜ

Children Stories

ଭାଲୁ ଲାଞ୍ଜଧରା କଥା

ଭାଲୁ ଲାଞ୍ଜଧରା କଥା

1 min
501

ଗୋଟେ ଲୋକ କୌଣସି କାର୍ଯ୍ୟଵଶତଃ ବଣବାଟଦେଇ ଯାଉଥିଲାବେଳେ ଭାଲୁଟେ ଦେଖିଦେଲାରୁ ଗୋଟାଏ ବଡ଼ ଗଛ ପଛରେ ଯାଇ ଲୁଚିଗଲା । ହେଲେ ସେତେଵେଳକୁ ଭାଲୁ ତାକୁ ଦେଖିସାରିଥାଏ । ଚାହୁଁ ଚାହୁଁ ଭାଲୁ ଭି ସେହି ଗଛପାଖରେ ପହଞ୍ଚିଗଲା ।

ଲୋକଟା ଜୀଵନ ଵିକଳରେ ଗଛର ଆରପାଖକୁ ଚାଲିଗଲାରୁ ଭାଲୁଟା ତାକୁ ଧରିଵାପାଇଁ ଗଛ ଚାରିପାଖେ ବୁଲିଵାକୁ ଲାଗିଲା ।

ଦିହେଁ ଗଛଚାରିପାଖରେ କିନ୍ଦିରିଵାକୁ ଲାଗିଲେ ଓ ଲୋକଟା କୌଣସି ମତେ ଭାଲୁର ଗୋଡ଼ ଓ ଲାଞ୍ଜଟା ଜାବୁଡ଼ିଧରି ପକେଇଲା । ତାଙ୍କେ ତିନି ଚାରିଭେରା କିନ୍ଦ୍ରିଥିଵେ କି ନାହିଁ ଏଣେ ଲୋକଟାର ଅଣ୍ଟାରୁ କିଛି ଖୁଚୁରା ପଇସା ତଳେ ପଡି଼ଵାକୁ ଲାଗିଲା ।

ସେଇପଟଦେଇ ଆଉଜଣେ ଚାଲିଯାଉଥାଏ । ସେ ଯେଁତି ଗଛମୂଳରେ ପଇସା ଦେଖିଛି ଝଅଟ ଧବୁଡି଼ଯାଇ ତାହା ଗୋଟେଇଵାକୁ ଲାଗିଲା । ଆଉ ଜଣେ ଲୋକ ଆସି ତା ପଇସା ଗୋଟାଉଥିଵାର ଦେଖିପାରି ଯେଉଁ ଲୋକଟା ଭାଲୁଗୋଡ଼ ଧରିଥିଲା ସେ କହିଲା

“ହେଇଗୋ ବାବୁ ଏ ପଇସା ମୁଇଁ ଭାଲୁଲାଞ୍ଜ ଧରି ପାଇଛି ବୋ, ହେଟା ମୋର ପରିଶ୍ରମ ଅର୍ଜିତ ଧନ ହୋ,ତକେ ଟଙ୍କା ଲୋଡ଼ା ତ ତୁଇ ଭି ଆ ଭାଲୁ ଗୋଡ଼ ଧରି ହଗେଇବୁ ଆଉ ଯେତେ ପାରିବୁ ଡାବୁ ନେବୁ ଯେ !”

ତହୁଁ ସେ ଲୋକଟା ତା କଥାକୁ ବିଶ୍ୱାସ କରି ଯିଇଁତି ଭାଲୁ ଲାଞ୍ଜ ଧରିଛି ପ୍ରଥମ ଲୋକଟି ନିଜ ପଇସା ଗୋଟେଇ ସେଠାରୁ ଏକା ରାହାକେ ଧାଇଁ ପଳାଇଲା । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍