ଭାଗ୍ଯବାନ ନା ଅଭାଗା
ଭାଗ୍ଯବାନ ନା ଅଭାଗା


ଏହା ବହୁତ ପୁରୁଣା କାଳର କଥା ।
ଜଣେ ବହୁତ ବଡ଼ ବୁଦ୍ଧିମାନ ସୈନିକ ଥିଲା ଯାହାକୁ ତା'ର ବୀରତ୍ବ ପାଇଁ ରାଜା ଘୋଡାଟିଏ ଦେଇଥିଲେ ।
ସମସ୍ତେ କହିଲେ ସେ କେଡେ ସୌଭାଗ୍ୟଶାଳୀ ।
ହେଲେ ଦିନେ ରାଜାଙ୍କ ପ୍ରଦତ୍ତ ଘୋଡ଼ା ହିଁ ସେହି ସୈନିକକୁ ଏକ ପାହାଡ଼ିଆ ରାସ୍ତାରୁ ତଳେ ପକେଇଦେଲା ।
ଲୋକେ ଏଥର ତାକୁ ଦେଖି କହୁଥାନ୍ତି , ଯେ ସେ ବଡ ଅଭାଗା। କିଛି ଦିନ ପରେ ସେ ସହର ଉପରେ ଶତୃସେନା ଆକ୍ରମଣ କରିଦେଲେ ।
ଅଧିକାଂଶ ଲୋକ ହତାହତ ହେଲେ ସେ ସିପାହୀ ଜଣକ ଅଳ୍ପକେ ବର୍ତ୍ତିଗଲା । କାରଣ ତାହାର ଦୁଇଟି ଯାକ ଗୋଡ ଭାଙ୍ଗିଯାଇଥିଲା ତେଣୁ ଶତୃସୈନ୍ୟ ମନେକଲେ ତାକୁ ମାରି କିଛି ଲାଭ ନାହିଁ ସେ ସେମିତି ହିଁ ସେବା ଶୁଶ୍ରୁଷା ବିନା ମରିଯିବ । ଲୋକେ କୁହନ୍ତି ଅମୁକେଇ ଲୋକ ଭାଗ୍ୟବାନ ଆଉ ସମୁକେଇ ଲୋକ ଅଭାଗା କିନ୍ତୁ ସତକହିବାକୁ ଗଲେ କେହିବି କହିପାରିବନି ଯେ କେଉଁ ସମୟ କା ପାଇଁ କେବେ ସୌଭାଗ୍ୟ ବା ଦୁର୍ଭାଗ୍ୟ ହେବ ।