ଭାଗବଣ୍ଟା
ଭାଗବଣ୍ଟା


ଉଜ୍ଜୟିନୀ ନିକଟରେ ଜଣେ ଚୌଧୁରୀ ବାସ କରୁଥିଲେ l ସେହି ଚୌଧୁରୀ ଆଖପାଖର ନଅଟି ଗାଁର ପଞ୍ଚାୟତ ମୁଖ୍ୟ ଏକ ମୁଖିଆ ଥିଲେ l ଖୁବ୍ ଧନୀ ଥିଲେ l ତାଙ୍କର ଚାରି ପୁଅ ଥିଲେ l ସବୁଠାରୁ ବଡପୁଅ ଥିଲା ମୁଖିଆ l ଦ୍ୱତୀୟ ପୁଅଟି ଗାଈ ବଳଦଙ୍କର ରକ୍ଷଣାବେକ୍ଷଣ କରୁଥିଲା, ତୃତୀୟ ପୁତ୍ରଟି କ୍ଷେତ ଦାୟିତ୍ୱରେ ଥିଲା l ଚତୁର୍ଥ ପୁତ୍ରଟି ଧର୍ମ କର୍ମ ଏବଂ ପାଠ ପଢାଇବା ଆଦି କାର୍ଯ୍ୟରେ ରୁଚି ରଖୁଥିଲା
କିଛିଦିନ ପରେ ଚୌଧୁରୀ ବୁଢା ହୋଇଗଲା l ଶଯ୍ୟାଶାୟୀ ହୋଇ ପଡିଲା l ପିଲାମାନଙ୍କୁ ପାଖକୁ ଡକାଇ କହିଲା – “ଏ ପର୍ଯ୍ୟନ୍ତ ମୁଁ ଅନ୍ୟମାନଙ୍କର ଗଣ୍ଡଗୋଳର ସମାଧାନ କରିଛି l କିନ୍ତୁ ମୁଁ ନିଜର ଗଣ୍ଡଗୋଳର ସମାଧାନ ପାଇଁ କେବେ କାହା ପାଖକୁ ଯାଇନାହିଁ l ମୋର ଜୀବନ କାଳ ପୂରି ଆସିଲାଣି l ତୁମ୍ଭେମାନେ ମୋ ଖଟିଆର ଚାରିପଟେ ଯେଉଁଠି ଇଛା ଠିଆ ହୋଇ ଯାଅ l ମୁଁ ମରିଯିବା ପରେ ଯେ ଯେଉଁ ସ୍ଥାନରେ ଠିଆ ହୋଇଥିବ ସେ ସେହି ସ୍ଥାକିନ୍ତୁ ତୁମ୍ଭେମାନେ ପରସ୍ପର ମଧ୍ୟରେ ଝଗଡା କରିବ ନାହିଁ l”
ଚାରି ପୁଅ ଚାରିପଟେ ଠିଆ ହୋଇଗଲେ l “ମୁଁ ତୁମ୍ଭମାନଙ୍କ ପାଇଁ ଆଉ କିଛି କରିପାରିବି କି ?”- ପିତା ପଚାରିଲେ l ପୁଅମାନେ କିଛି କହିଲେ ନାହିଁ, “ନାରାୟଣ, ନାରାୟଣ” କହୁ କହୁ ବୁଢା ଚୌଧୁରୀ ଆରାମରେ ଶେଷ ନିଃଶ୍ୱାସ ତ୍ୟାଗ କଲେ l
ପିତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଶେଷ କରିବା ପରେ ଚାରି ଭାଇ ଚାରୋଟି ଶାବଳ ନେଇ ବାପାଙ୍କ କହିବା ଅନୁସାରେ ଚାରିପଟ ଖୋଳିବାକୁ ଆରମ୍ଭ କଲେ l
ପ୍ରଥମ ଭାଇ ଯେଉଁ ସ୍ଥାନକୁ ଖୋଳିଥିଲା ସେଠାରୁ କେବଳ କୁଣ୍ଡା ବାହାରିଲା l ଦ୍ୱିତୀୟ ଭାଇ ଖୋଳିଥିବା ସ୍ଥାନରେ କେବଳ ଗୋବର ବାହାରିଲା l ତୃତୀୟ ଭାଇ ଖୋଳିଥିବା ସ୍ଥାନରେ ମାଟି ବ୍ୟତୀତ କିଛି ବାହାରିଲା ନାହିଁ l କିନ୍ତୁ ଚତୁର୍ଥ ଖୋଳିବା ପରେ ସୁନା ରୂପା ବାହାରିଲା l ଏହା ଦେଖି ତିନି ଭାଇ ରାଗି ଗଲେ l
“ଦେଖିଲ ସାନଭାଇ ପ୍ରତି ପକ୍ଷପାତ କରି ସବୁ ସୁନାରୂପା ତାକୁ ଦେଇଗଲେ ଏବଂ ଆମକୁ କେବଳ କୁଣ୍ଡା, ଗୋବର, ମାଟି ଦେଇ ଚାଲିଗଲେ l” ବଡଭାଇ ମନେ ମନେ ଚିନ୍ତା କଲା l
“ତୁମ୍ଭେମାନେ ଯେଉଁ ସ୍ଥାନରେ ଇଚ୍ଛା ଠିଆ ହେଲ, ସବୁଠାରୁ ଶେଷରେ ଯେଉଁ ସ୍ଥାନ ଖାଲି ଥିଲା, ମୁଁ ସେଠାରେ ଠିଆ ହେଲି l ଏଥିରେ ମୋର କୌଣସି ଭୁଲ ନାହିଁ l ତୁମର ଭାଗ୍ୟ ଅନୁଯାୟୀ ତୁମକୁ ଫଳ ମିଳିଲା ଓ ମୋର ଭାଗ୍ୟ ଅନୁଯାୟୀ ମୁଁ ଫଳ ପାଇଲି l କିନ୍ତୁ ଏଥିରେ କିଏ ବା କଣ କରିପାରିବ l” ସାନଭାଇ କହିଲା l
“ନା, ନା ଏକଥା ଚଳିବ ନାହିଁ l ଏ କଥାର ସମାଧାନ ଅଦାଲତରେ କରିବାକୁ ହେବ l” -ଭାଇମାନେ କହିଲେ l
ସେମାନେ ପିତାଙ୍କ ପରାମର୍ଶ ପ୍ରତି ଧ୍ୟାନ ନ ଦେଇ ଉଜ୍ଜୟିନୀ ଯାଇ ଅଦାଲତରେ ମାମଲା ଦାଖଲ କଲେ l
ନ୍ୟାୟାଧିକାରୀ ପଚାରିଲେ – “ତୁମ ପିତାଙ୍କର କେତେ ସମ୍ପତ୍ତି ଅଛି ?”
“ଆମ ପିତାଙ୍କ ପାଖରେ ଭୂମି, ଗାଈବଳଦ, ଶସ୍ୟର ବ୍ୟାପାର ଏବଂ ସୁନାରୂପା ଥିଲା l” - ଚୌଧୁରୀଙ୍କ ପୁଅମାନେ କହିଲେ l
“ଏହି ଜିନିଷ ଗୁଡିକୁ ତୁମର ବାପା ତୁମକୁ ଦେଇଛନ୍ତି l ବଡ ଭାଗରେ ଆସିଛି ଶସ୍ୟ ବ୍ୟବସାୟ, ଦ୍ୱିତୀୟ ଭାଇ ଭାଗରେ ଗାଈବଳଦ, ତୃତୀୟ ଭାଗରେ ଆସିଛି ଭୂମି ଏବଂ ଚତୁର୍ଥଭାଇ ଭାଗରେ ଆସିଛି ସୁନା ଓ ରୂପା l ସେସବୁ ପରସ୍ପର ମଧ୍ୟରେ ବାଣ୍ଟିନେଇ ସୁଖ ଶାନ୍ତିରେ ଜୀବନ ବିତାଅ l” ନ୍ୟାୟାଧିକାରୀ ଏହି ପ୍ରକାରରେ ନିଜର ନିର୍ଣ୍ଣୟ ଶୁଣାଇଲେ l
ଏହି ନିର୍ଣ୍ଣୟ ଶୁଣି ତିନିଭାଇ ଭାରି ଆଶ୍ଚର୍ଯ୍ୟ ହେଲେ l ଶେଷରେ ହୃଦୟଙ୍ଗମ କଲେ ଯେ ତାଙ୍କର ପିତା ସାନଭାଇ ସହିତ କୌଣସି ପକ୍ଷପାତ କରିନାହାନ୍ତି ବରଂ ସମସ୍ତଙ୍କର ମନଲାଖି ସମ୍ପତ୍ତି ପ୍ରତ୍ୟେକଙ୍କୁ ଦେଇଯାଇଛନ୍ତି l