The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sachidananda Kar

Others

2.5  

Sachidananda Kar

Others

ବାପା କେବେ ମରିବେ

ବାପା କେବେ ମରିବେ

2 mins
451


-

            ସ୍ତ୍ରୀଙ୍କର କ'ଣ ପିଲାପିଲି ହେବାର ଥିଲା।

            ଖୁସିରେ ମୋ ଗୋଡ଼ ତଳେ ଲାଗୁ ନ ଥିଲା।

            ପ୍ରଥମକରି ବାପା ହେବାକୁ ଯାଉଥିଲି....... ସେଥିପାଇଁ।

            ବାପା ହେବି।କମ୍ କଥା ନୁହେଁ।ପିଲାଟି ପାଇଁ ବହୁତ କିଛି କରିବାକୁ ପଡ଼ିବ।ଏକୋଇଶା ଭୋଜି,ଠିଆ ପାଲା - ଏମିତି କେତେ କଥା ସବୁ ଅଛି।ତେଣୁ ଟିକେ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଲି ମୁଁ।

            ରୋଷେୟା ପାଖରୁ ଚିଠା ଆଣି ସଉଦା କିଣି ରଖିଲି।ବନ୍ଧୁଙ୍କ ପାଇଁ ଲୁଗା କିଣା କାମ ସାରି ଦେଲି।ଗଛ କାଟି ଜାଳ କାଠ ସଜାଡ଼ି ରଖିଲି।ଗାହାଣକୁ ବଇନା ଦେଲି।ଧାର୍ଯ୍ୟ ତାରିଖଟା ପରେ ଜଣାଇବି ବୋଲି କହିଲି।ଗାଆଁରେ ଯେଉଁମାନେ ମୋତେ ସାହାଯ୍ୟ, ସହଯୋଗ କରିବେ ସେମାନଙ୍କ ସହିତ କଥା ହେଲି।ଏମିତି କେତେ କ'ଣ ସବୁ ବହୁ ପୂର୍ବରୁ କରି ପକେଇଲି ମୁଁ।

            ସୁଖ ବାଣ୍ଟିଲେ ବଢେ।ମୁଁ ମୋର ସୁଖକୁ ବାଣ୍ଟିବାରେ ଲାଗିଲି।

            ବୋଉ କହିଲା, ମୋ ଜନ୍ମ ହେବାର ଅନେକ ଆଗରୁ ମୋ ବାପା କୁଆଡ଼େ ସେମିତି ସବୁ ପ୍ରସ୍ତୁତି କରିଥିଲେ।ମୋର ମନେହେଲା ଇଏ ଯେମିତି ସବୁ ବାପାଙ୍କର ଗୋଟିଏ ଦାୟିତ୍ୱ........ ଗୋଟିଏ ଖୁସି।ମୁଁ ଠିକ୍ ତାଙ୍କ ପରି ହେବାକୁ ଚାହିଁଲି।

            ଯାହା ଶୁଣିଲି, ଜାଣିଲି ସତରେ ମୋ ବାପା ବହୁତ ଖୁସି ହୋଇଥିଲେ ମୁଁ ଜନ୍ମ ହେବା ପରେ।

             ବାପା ସବୁବେଳେ ବାପା।ପିଲା ପାଇଁ ସବୁବେଳେ ସେ ଗୋଟେ ନିଆରା ହୃଦୟର ଅଧିକାରୀ।ସୁଖ,ସଂପତ୍ତି ଠାରୁ ଖୁବ୍ ବେଶୀ ସେ।ସେ ଗୋଟେ ବିଶାଳ ବ୍ୟକ୍ତିତ୍ଵ।

             ହଠାତ୍ ବାପାଙ୍କର ଦେହ ଖରାପ ହେଲା।ତାଙ୍କୁ ମେଡିକାଲ ନେଲି।ଛୁଟିରେ ରହି ତାଙ୍କର ଦେଖାରଖା କଲି।ଚିକିତ୍ସା ଜରୁରୀ ଥିଲା।

             ଧୀରେଧୀରେ ମୋ ଖୁସି ସବୁ ପାଣିଚିଆ ହୋଇଗଲା।

             ଡାକ୍ତର କହିଲେ - ' ସେ ଆଉ ବଞ୍ଚିବେନି।ତାଙ୍କର କିଡ୍ନୀ ନଷ୍ଟ ହୋଇଛି।ଅତି ବେଶୀରେ ଦୁଇ ମାସ।ତାଙ୍କୁ ଘରକୁ ନେଇ ତାଙ୍କର ସେବା କର। '

            ବାପାଙ୍କୁ ଘରକୁ ନେଇ ଆସିଲି।

            ବାପାଙ୍କ କାମରେ ବହୁତ କିଛି ଖର୍ଚ୍ଚ ହେବ।ଅଧିକ ଛୁଟି ବି ଦରକାର।ତେଣୁ ଛୁଟି ପାଇଁ ଉଚ୍ଚ ଅଫିସରଙ୍କ ସହିତ କଥା ହେଲି।ଜି ପି ଏଫ୍ ରୁ ଟଙ୍କା ଉଠାଇବାକୁ ଆବେଦନ କଲି।

            ଏବେ ପ୍ରାୟ ଭୁଲି ସାରିଥିଲି ମୁଁ ବାପା ହେବାକୁ ଯାଉଛି ବୋଲି।ମୋ ଆଖିରେ କେବଳ ବାପାଙ୍କ କାମ ହିଁ ଦିଶୁଥିଲା।

             ବାପାଙ୍କ ଶବ ଦାହ ପାଇଁ କାଠ ପ୍ରସ୍ତୁତ କରି ରଖିଲି।ସାହି ଭାଇଙ୍କ ସହିତ ଆଗତୁରା କଥାବାର୍ତ୍ତା ହେଲି।

             ଘରେ ବିଛଣାରେ ପଡି ରହିଥିଲେ ବାପା।ଦିନ ଗଡୁଥିଲା।

             ଦିନେ ମୋର ମନେହେଲା ଯେମିତି ମୋ ବାପା ହେବାର ସମସ୍ତ ଖୁସି ଏଇ ବାପା ହିଁ ଛଡେଇ ନେଇଛନ୍ତି।ସ୍ବାର୍ଥପର।ମନେମନେ ବାପାଙ୍କ ଉପରେ ଟିକେ ବିରକ୍ତ ହୋଇଗଲି।

             ପତ୍ନୀ ପଚାରିଲେ - ' ବାପା କେବେ ମରିବେ କି ?

             - ' କେଜାଣି କେବେ ମରିବେ ! ସ୍ବାର୍ଥପର ମଣିଷ।ନିଜେ ଖୁସି ହେବେ,ଅଥଚ ଅନ୍ୟକୁ ଖୁସି ହେବାକୁ ଦେବେନି। ' ବିରକ୍ତିରେ କହିଲି।

             ବାପା କେବେ ମରିବେ ? ଏବେ କେବଳ ଏଇ କଥା ହିଁ ଭାବୁଥିଲି।ଚିନ୍ତାରେ ଥିଲି।

             ମୁଁ ଯେ ବାପା ହେବାକୁ ଯାଉଛି, କାଲି ବାପାଟିଏ ହେବି - ଏକଥା କିନ୍ତୁ ଭାବି ପାରୁ ନ ଥିଲି।ଚିନ୍ତା କରି ପାରୁ ନ ଥିଲି।

             ବାପା କେବେ ମରିବେ ! ! !


Rate this content
Log in